ମହମ୍ମଦ ଜନ୍ମ ଦିନ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

ଧାମନଗର(ଓ୍ବାଇଏନଏସ): ଧାମନଗର ଅଞ୍ଚଳରେ ପ୍ରଫେଟ ମହାପୁରୁଷ ହଜରତ ମହମ୍ମଦଙ୍କ ଜନ୍ମ ଜୟନ୍ତୀ ତଥା ଜସ୍ନେ ଇଦ୍ ମିଲାଦୁନ ନବୀ ଉପଲକ୍ଷେ ଚଳିତ ମାସ ୨୫ରେ ଜୁଲୁସ୍ ଓ କାଫଲା ଶୋଭାଯାତ୍ରା ଏବଂ ୨୬ରେ ଜଗତି କଦମରସୁଲ ଠାରେ ତବୃକାତ ଦର୍ଶନ ଏହି ଦୁଇ ଦିନ ଧରି ପର୍ଵ ପାଳନ ହେବାର କାର୍ଯ୍ୟକ୍ରମ ରହିଛି। ଏନେଇ ଶୁକ୍ରବାର ସନ୍ଧ୍ୟାରେ ଧାମନଗର ଖାନଙ୍କା ହବିବିୟାର ନୂତନ ଟ୍ରଷ୍ଟ ତରଫରୁ ସଭାପତି ସୟଦ ଗୋଲାମ ଅହେମ୍ମଦ ହବିବିଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକରେ ସାଧାରଣ ସମ୍ପାଦକ ମୌଲାନା ମୁକ୍ତାର ଅହେମ୍ମଦ ହବିବି ପରିଚାଳନା କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଧାମନଗର ଥାନା ଆଇଆଇସି ଶୁଭ୍ରଜିତ ଦାଶ ଯୋଗ ଦେଇ ମହମ୍ମଦ ଜନ୍ମ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଜଣେଇବା ସହ ନିଷ୍ପତ୍ତି ଅନୁଯାୟୀ କାର୍ଯ୍ୟକ୍ରମ ସାରିବ ଏବଂ ଶୋଭାଯାତ୍ରାରେ ଡି.ଜେ ଏବଂ ଭାଇଭେଟର ସମ୍ପୁର୍ଣ୍ଣ ବନ୍ଧ ପାଇଁ  ଅଧିକାରୀ ଶ୍ରୀ ଦାଶ ତାଗିଦ କରିଛନ୍ତି। ଧାମନଗର ଅଞ୍ଚଳର ଜୁଲୁସ ଓ କାଫଲା କମିଟିର ୩୪ଜଣ କର୍ମକର୍ତ୍ତାଙ୍କ ସମେତ ଏନ ଏ ସି ଅଞ୍ଚଳର ବୁଦ୍ଧିଜୀବୀ,ଯୁବ ଛାତ୍ର ଓ ସମାଜସେବୀ ତଥା ଏମଡି ଫଜଲେ ବାରି,ସେକ ଅବଦୁଲ ହାକିମ,ସେକ ମୋହିଉଦ୍ଦିନ,ସେକ ଜାଫର ଅଲ୍ଲୀ,ଏମଡି ଜୟନୁଲ ଆବେଦିନ,ସେକ ସଲିମ,ସେକ ସୈଫୁଦ୍ଦିନ,ଏମଡି ତାଜୁଦ୍ଦିନ,ସେକ ଅଫସର,ସେକ ରୋସ୍ତମ,ସେକ ଅସଲାମ,ଏମଡି ଫକିରୁଦ୍ଦିନ,ଏମିତି ଇଲାମୁଦ୍ଦିନ,ସେକ ଅଲ୍ଲୀ ମହମ୍ମଦ,ସେକ ହାତୀ,ସେକ କାଦିର,ସେକ ଜୁଲୋ ପ୍ରମୁଖ ଯୋଗ ଦେଇ ଏହି ଦୁଇ ଦିନର ପର୍ବ କିପରି ଶାନ୍ତି ଶୃଙ୍ଖଳା ସହିତ ପାଳନ ହେବ ସେନେଇ ସୁଚିନ୍ତିତ ମତାମତ ପ୍ରଦାନ ସହିତ ଜୁଲୁସ୍ ଓ କାଫଲା ଶୋଭାଯାତ୍ରାରେ ଡି.ଜେ ଏବଂ ଭାଇଭେଟର ସମ୍ପୁର୍ଣ୍ଣ ବନ୍ଧ ନିଷ୍ପତ୍ତି ଗ୍ରହଣ କରାଯାଇଛି। କେବଳ ମୁସଲମାନ ଧର୍ମର ରୀତିନୀତି ଅନୁଯାୟୀ ମହା ଆଡମ୍ବରରେ ପର୍ଵ ପାଳନ କରାଯିବ ବୋଲି ସର୍ବସହମତିରେ ଘୋଷଣା କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ