ନିଶା ମୁକ୍ତ ଓଡ଼ିଶା, ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ବନ୍ତ, (ଚାନ୍ଦିନୀ ମହାନ୍ତି): ବନ୍ତ ପୋଲିସ ପକ୍ଷରୁ ଟିଲୋ ହାଇସ୍କୁଲ ପରିସରରେ “ନିଶା ମୁକ୍ତ ଓଡ଼ିଶା” ଏବଂ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଥାନାଧିକାରୀ ସୁପ୍ରକାଶ ମହାନ୍ତିଙ୍କ ତତ୍ତାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଶିକ୍ଷକମାନଙ୍କୁ ନିଶା ପଦାର୍ଥ ଅପବ୍ୟବହାରର କ୍ଷତିକାରକ ପ୍ରଭାବ ଏବଂ ଓଡ଼ିଶାକୁ ନିଶାମୁକ୍ତ ରାଜ୍ୟ କରିବା ପାଇଁ ସାମୂହିକ ପ୍ରୟାସର ଗୁରୁତ୍ୱ ବିଷୟରେ ସଚେତନ କରାଯାଇଥିଲା। ସେମାନଙ୍କୁ ବିଭିନ୍ନ ପ୍ରକାରର ସାଇବର ଅପରାଧ, ଅନଲାଇନ୍ ଠକେଇ, ନକଲି ଲିଙ୍କ୍, ଓଟିପି, ପିନ, ସେୟାରିଂ, ସାମାଜିକ ଗଣମାଧ୍ୟମ ସମ୍ବନ୍ଧୀୟ ବିପଦ ଏବଂ ଅନ୍ୟାନ୍ୟ ସାଇବର ସୁରକ୍ଷା ସତର୍କତା ବିଷୟରେ ମଧ୍ୟ ସଚେତନ କରାଯାଇଥିଲା l ଅଂଶଗ୍ରହଣକାରୀମାନଙ୍କୁ ଡିଜିଟାଲ୍ ପ୍ଲାଟଫର୍ମ ବ୍ୟବହାର କରିବା ସମୟରେ ସତର୍କ ରହିବା ଏବଂ ଯେକୌଣସି ସନ୍ଦେହଜନକ ସାଇବର କାର୍ଯ୍ୟକଳାପ କିମ୍ବା ଆର୍ଥିକ ଠକେଇ ବିଷୟରେ ତୁରନ୍ତ ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ କରିବାକୁ ପରାମର୍ଶ ଦିଆଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ