ଆମ ପୋଲିସ ସମିତିର ବୈଠକ

ଭଞ୍ଜନଗର,(ଯୁଗାବ୍ଦ ନ୍ୟୁଜ୍) : ସୋମବାର ଭଞନଗର ଥାନା ପରିସରରେ ପେ।।ଲିସ ପକ୍ଷରୁ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ  ହୋଇଯାଇଛି । ବୈଠକରେ ସହରର  ଅତି ଗୁରୁତପୂର୍ଣ୍ଣ ଆଲୋଚନା ହୋଇଥିଲା ।ସହରରେ ଅପରାଧ ଓ ଲୁଟତରାଜ ବୃଦ୍ଧି ପାଇଥିବାରୁ ସହରକୁ ଅପରାଧ ମୁକ୍ତ କରିବା ପାଇଁ ସହରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ୫୫ ଟ ିସିସିଟିଭି କ୍ୟାମେରା ଲଗାଯିବା ପାଇଁ  ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ସିସିଟିଭି କ୍ୟାମେରା ଲଗାଯିବା ପାଇଁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବାର ଆକଳନ କରାଯାଉଥିବାବେଳେ ଏତେ ଟଙ୍କା କେଉଁଠୁ ଆସିବ ତାହାକୁ ନେଇ ପୋଲିସ ସମିତି ବୈଠକରେ ମିମାସାଂ ହୋଇଥିଲା । ଏହି ବୈଠକରେ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ,କୃତ୍ତିବାସ ବିଶ୍ୱାଳ, ଡ ,ପୂର୍ଣ୍ଣଚନ୍ଦ୍ର ତ୍ରୀପାଠୀ , ସୁଶାନ୍ତ ମହାପାତ୍ର,ଜଗବନ୍ଧୁ ଜେନା ,ବିଶ୍ୱନାଥ ଜାଲି ,ଅନୁପମ ବାନାର୍ଜୀ, ଅମରନାଥ ରଥ ,ଜଗଦୀଶ ପାଣିଗ୍ରାହି,ଲବଙ୍ଗଲତା ବେହେରା ,ବିଷ୍ଣୁପ୍ର୍ରିୟା ସେନାପତି,ପ୍ରମୁଖ ଉପସ୍ତିିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ