ଏଏସଆଇଙ୍କୁ କରୋନା, ୨୫ ଗଲେ ହୋମ କ୍ୱାରେଣ୍ଟାଇନ
ଭୁବନେଶ୍ୱର: ଫୁଲବାଣୀ ଜିଲ୍ଲାର ଏକ ଥାନା ଏଏସଆଇ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସମ୍ପୃକ୍ତ ଏଏସଆଇଙ୍କ ରିପୋର୍ଟ ପଜିଟିଭ ଜଣାପଡ଼ିବା ପରେ ଥାନର ଅନ୍ୟ ୨୫ ଜଣ କର୍ମଚାରୀଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି । ଏହାଛଡ଼ା ସମ୍ପୃକ୍ତ ଥାନକୁ ସାନିଟାଇଜିଂ କରାଯାଇଥିବା ଜି.ଉଦୟଗିରି ଏସଡିପିଓ ସୂଚନା ଦେଇଛନ୍ତି । ପ୍ରକାଶ ଯେ, ରାଜ୍ୟରେ ଆଉ ୭୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୭୯ କ୍ୱାରେଣ୍ଟାଇନ ସେଣ୍ଟରରେ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୨୩୯ ଜଣ ସଂକ୍ରମିତ ହୋଇଛନ୍ତି ।