ବିଦ୍ୟୁତ୍ ଆଘାତରେ ଶ୍ରମିକ ମୃତ
ଯାଜପୁର ,(ଯୁଗାବ୍ଦ ନ୍ୟୁଜ୍) : ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଦିଗାମ୍ବରପୁର ଗ୍ରାମର ଅନାମ ଖଟୁଆଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଦେଓଦା ଗ୍ରାମକୁ କାମ କରିବାକୁ ଯାଉଥିବା ସମୟରେ ହଠାତ୍ ବିଦ୍ୟୁତ୍ ତାର ଛିଡି ଅନାମ ଉପରେ ପଡିଥିଲା । ବିଦ୍ୟୁତ ତାର ଲାଗି ଘଟଣା ସ୍ଥଳରେ ହିଁ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ପରିବାର ଓ ଗ୍ରାମବାସୀ ତରଫରୁ ଦେଓଦା ଓ ବ୍ରହ୍ମବରଦା ରାସ୍ତା କ୍ଷତିପୂରଣ ଦାବି କରି ରାସ୍ତା ରୋକ କରିଥିଲେ । ଘଟଣା ସ୍ଥଳରେ ଥାନାଧିକାରୀ ଓ ତହସିଲଦାର ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ସହ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଓ ବିଦ୍ୟୁତ୍ ବିଭାଗ ପକ୍ଷରୁ ୧୫ ହଜାର ଟଙ୍କା ପ୍ରଦାନ ପରେ ରାସ୍ତା ରୋକରୁ ଓହରିଥିଲେ ।