ପ୍ୟାକେଟ୍ ବନ୍ଦ ଚିପ୍ସ ପିଲାଙ୍କ ପାଇଁ କ୍ଷତିକାରକ

ଆଜିକାଲି ପିଲାମାନେ ପ୍ୟାକେଟ୍ ବନ୍ଦ ଥିବା ଜିନିଷ ଅଧିକ ବ୍ୟବହାର କରୁଛନ୍ତି । ଏହାର ସବୁଠାରୁ ବଡ଼ କାରଣ ହେଉଛି ଏହି ଜିନିଷର ବିଜ୍ଞାପନ । କମ୍ପାନୀ ଏହି ଜିନିଷର ବିଜ୍ଞାପନରେ ଏହା ବିଷୟରେ ଅଧିକ ବଢ଼ାଇ କହେ ଯେ ପିଲାମାନେ ପ୍ରଲୋଭନ ହୋଇ ଜିନିଷ ପ୍ରତି ବେଶି ଆଗ୍ରହୀ ହୁଅନ୍ତି । ଏଥିପାଇଁ ପିଲାମାନେ ଖାଇବା ଜିନିଷରେ ପ୍ୟାକେଟ୍ ବନ୍ଦ ଚିପ୍ସ ପ୍ରଥମେ ପ୍ରସନ୍ଦ କରନ୍ତି । କିନ୍ତୁ ଏକ ଗବେଷଣାରୁ କୁହାଯାଇଛି ଯେ, ଚିପ୍ସ ପିଲାଙ୍କ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ । ପ୍ୟାକେଟ୍ ବନ୍ଦ ଚିପ୍ସ ଖାଇବା ଦ୍ୱାରା ପିଲା ମୋଟାପଣର ଶିକାର ହୋଇପାରନ୍ତି । ସେମାନଙ୍କୁ ବହୁ ପ୍ରକାର ରୋଗ ଯେପରିକି ଡାଇବେଟିସ୍ରୁ ନେଇ କ୍ୟାନସର୍ ପର୍ଯ୍ୟନ୍ତ ରୋଗ । ଏହି ଚିପ୍ସ ପିଲାମାନଙ୍କୁ ହୃତ୍ପିଣ୍ଡ ଜନିତ ରୋଗ ମଧ୍ୟ ଦେଇଥାଏ । ଗବେଷକମାନେ କହିଛନ୍ତି ଯେ ପ୍ୟାକେଟ୍ ବନ୍ଦ ଚିପ୍ସରେ ଫ୍ୟାଟ୍ ଓ କ୍ୟାଲୋରୀର ମାତ୍ରା ବହୁତ ଅଧିକ ଥାଏ । ଏହି କାରଣରୁ ଓଜନ ବଢ଼ିବାର ସମସ୍ୟା ମଧ୍ୟ ହୋଇଯାଏ । ପ୍ୟାକେଟ୍ ବନ୍ଦ ଚିପ୍ସକୁ ପରୀକ୍ଷା କରିବା ପରେ ବୈଜ୍ଞାନିକମାନେ ଏହି ଖୁଲାସା କରିଛନ୍ତି । ୨୮ ଗ୍ରାମ୍ ଆଳୁ ଚିପ୍ସ ଏବଂ ୧୫ ରୁ ୨୦ ଚିପ୍ସରେ ୧୦ ଗ୍ରାମ୍ ଫ୍ୟାଟ୍ ଓ ୧୫୪ ଗ୍ରାମ୍ କ୍ୟାଲୋରୀ ରହିଥାଏ । ଏହାକୁ ଖାଇବା ଦ୍ୱାରା ଡାଇବେଟିସ୍ ଓ ହୃଦୟ ସମ୍ବନ୍ଧୀୟ ରୋଗର ବିପଦ ରହିଥିବାବେଳେ କ୍ୟାନସର୍ ହେବାର ସମ୍ଭାବନା ମଧ୍ୟ ରହିଥାଏ । ଆମେରିକାରେ ୨୦୧୦ରେ କ୍ୟାନସର୍ ଗାଇଡ୍ଲାଇନ ଜାରି ହୋଇଥିଲା । ଏକ ଗବେଷଣାରୁ କୁହାଯାଇଛି ଯେ, ଦିନ ତମାମ୍ ୨,୩୦୦ ମିଲିଗ୍ରାମ୍ରୁ ଅଧିକ ଲୁଣ ଖାଇବା ଉଚିତ୍ ନୁହେଁ । ଯେହେତୁ ୨୮ ଗ୍ରାମ୍ ଆଳୁ ଚିପ୍ସରେ ୧୨୦ ମିଲିଗ୍ରାମ୍ରୁ ନେଇ ୧୮୦ ମିଲିଗ୍ରାମ୍ ସୋଡିୟମ୍ ରହିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ