କାମ କରି ପଇସା ନପାଇ ମାଲିକ ଦ୍ୱାରା ମାଡ

ବାଲେଶ୍ୱର,: ସମାଜରେ ଏପରି ଲୋକ ଅଛନ୍ତି ଯେଉଁମାନଙ୍କ ହୃଦୟରେ ମାନବିକତାର ସ୍ଥାନ ନାହିଁ, ଏପରିକି ଯେଉଁମାନଙ୍କ ମନରେ ମାନବିକତା ଅଛି ତାହା ଭୁଲି ଯାଇ ଅନ୍ୟର କ୍ଷତି କରିବସନ୍ତି । ସେହିପରି ଜଣେ ଘର ମାଲିକ ନିଜ ଘରେ ପକ୍କା କାମ କରୁଥିବା ଜୈନିକ ଦିନ ମଜୁରୀଆକୁ ମଜୁରୀ ନଦେଇ ମାଡ ମାରି କ୍ଷତ ବିକ୍ଷତ କରିବା ଘଟଣା ସାଧାରଣରେ ଚର୍ଚ୍ଚା ହୋଇଛି । ଖବରରୁ ଜଣା ପଡିଛି ଉଲନ୍ଦା ସାରଗାଁ ଅଞ୍ଚଳର ବୁଦ୍ଧିରାମ ଦାସ (୪୬) ପ୍ରତିଦିନ ପକ୍କା କାମ କରିବାକୁ ସହରକୁ ଆସନ୍ତି । ଆଜିମାବାଦ ଅଞ୍ଚଳର ବାବାଜୀ ପରିଡାଙ୍କ ପୁଅ ଟିକା ପରିଡାଙ୍କ ଘରେ ବୁଦ୍ଧିରାମ ଘରକାମ କରିଆସୁଥିଲା । ଗତ ୧୭ ତାରିଖ ଦିନ ବୁଦ୍ଧିରାମ ଘର ମାଲିକ ଟିକା ପରିଡାଙ୍କୁ ତାଙ୍କର ବକେୟା ପଇସା ମାଗିବାରୁ ମାଲିକ ପଇସା ଦେବା ବଦଳରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସଙ୍ଗେ ସଙ୍ଗେ ତଣ୍ଟିକୁ ଧରି ନିସ୍ତୁକ ମାଡ ମାରିଥିଲେ ଏବଂ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଗାଲକୁ ଶକ୍ତ ଚାପୁଡା ମାରିଥିଲେ ଫଳରେ କାନକୁ କିଛି ଶୁଭି ନଥିଲା । ଏ ବାବଦରେ ସହଦେବଖୁଣ୍ଟା ଥାନାକୁ ଅଭିଯୋଗ ପାଇଁ ଯାଇଥିଲେ ମଧ୍ୟ ପୋଲିସ ତାଙ୍କର ଅଭିଯୋଗ ଗ୍ରହଣ କରିନଥିବାର ବୁଦ୍ଧିରାମ ସୂଚନା ଦେଇଛି । ଘର ମାଲିକର ଏପରି ଏକ ଅମାନବିକ କାର୍ଯ୍ୟ ପାଇଁ ସାଧାରଣରେ ନିନ୍ଦା କରାଯିବା ସହ ବୁଦ୍ଧିରାମକୁ ନ୍ୟାୟ ପାଇଁ ଦାବୀ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ