ଜାତୀୟ ମୃତ୍ୟୁ ହାରଠାରୁ କମରେ ରହିଛନ୍ତି ୨୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ

ନୂଆଦିଲ୍ଲୀ : ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମାମଲାଗୁଡ଼ିକର ଚିକିତ୍ସା ପରିଚାଳନା ଉପରେ କେନ୍ଦ୍ର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରମାନଙ୍କ ପ୍ରୟାସ ଦ୍ଵାରା ଭାରତର ମୃତ୍ୟୁ ହାର ୨.୫ପ୍ରତିଶତ ତଳକୁ ଖସିଛି । ପ୍ରଭାବଶାଳୀ ଆବଦ୍ଧାଞ୍ଚଳ ରଣନୀତି, ପରୀକ୍ଷଣ ଏବଂ ରୋଗୀଙ୍କ ଚିକିତ୍ସାର ମାନ ଉପରେ ଆଧାରିତ ଚିକିତ୍ସା ପରିଚାଳନାର ନିୟମାବଳୀ ଯୋଗୁଁ ମୃତ୍ୟୁ ହାର ଯଥେଷ୍ଟ ହ୍ରାସ ପାଇଛି । ମୃତ୍ୟୁ ହାର ଧୀରେ ଧୀରେ ହ୍ରାସ ପାଇ ବର୍ତ୍ତମାନ ୨.୪୯ପ୍ରତିଶତରେ ପହଞ୍ଚିଛି ଯାହା ଭାରତରେ ସର୍ବନିମ୍ନ । କେନ୍ଦ୍ର ମାର୍ଗଦର୍ଶନରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ସରକାରୀ ଏବଂ ବେସରକାରୀ କ୍ଷେତ୍ରର ପ୍ରୟାସକୁ ମିଶାଇ ପରୀକ୍ଷା ଏବଂ ଡାକ୍ତରଖାନାର ଭିତ୍ତିଭୂମି ବୃଦ୍ଧି କରିଛନ୍ତି । ବୃଦ୍ଧ, ଗର୍ଭବତୀ ମହିଳା ଏବଂ ସହ-ଅସୁସ୍ଥତା ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ଅନେକ ରାଜ୍ୟ ଜନସଂଖ୍ୟା ସର୍ଭେ କରିଛନ୍ତି । ମୋବାଇଲ ଆପ ପରି ବୈଷୟିକ ସମାଧାନ ବିପଦପୂର୍ଣ୍ଣ ଜନସଂଖ୍ୟାକୁ ନିରନ୍ତର ନୀରିକ୍ଷଣରେ ରଖିବା ସୁନିଶ୍ଚିତ କରିଛି, ଯାହା ଦ୍ଵାରା ଶୀଘ୍ର ଚିହ୍ନଟ, ସମୟୋଚିତ ଡାକ୍ତରୀ ଚିକିତ୍ସା ଏବଂ ମୃତ୍ୟୁହାର ହ୍ରାସକୁ ସୁନିଶ୍ଚିତ କରାଇପାରିଛି । ତୃଣମୂଳ ସ୍ତରରେ, ଆଶା ଏବଂ ଏଏନଏମ ପରି ଆଗଧାଡିର ସ୍ୱାସ୍ଥ୍ୟ କର୍ମୀମାନେ ପ୍ରବାସୀ ଜନସଂଖ୍ୟାକୁ ପରିଚାଳନା କରିବା ଏବଂ ଗୋଷ୍ଠୀ ସଚେତନତା ସୃଷ୍ଟି କରିବା ପାଇଁ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ଫଳସ୍ୱରୂପ, ଜାତୀୟ ମୃତ୍ୟୁ ହାରଠାରୁ ୨୯ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ କମରେ ରହିଛନ୍ତି । ୫ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଶୂନ ମୃତ୍ୟୁହାର ସଂଖ୍ୟାରେ ରହିଛନ୍ତି । ୧୪ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ୧ପ୍ରତିଶତରୁ କମ ମୃତ୍ୟୁ ହାର ରହିଛି ଯାହା ଦେଶର ପ୍ରଶଂସନୀୟ ଜନସ୍ୱାସ୍ଥ୍ୟ ଜନିତ ପଦକ୍ଷେପ ଯୋଗୁ ସମ୍ଭବ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ