କୋଭିଡ଼୍ କେୟାର ସେଣ୍ଟର ବିଶୋଧନ କଲା ଅଗ୍ନିଶମ ବାହିନୀ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):କୋରନା ମହାମାରୀ ସମୟରେ ସଂକ୍ରମିତ ଇଲାକାରେ ବିଶୋଧନ କରିବାର ଗୁରୁ ଦାୟିତ୍ୱ ମୁଣ୍ଡାଇଛନ୍ତି ଅଗ୍ନିଶମ ବାହିନୀ। ଲକ୍ ଡାଉନ ଆରମ୍ଭରୁ ପ୍ରବାସୀ ଓଡିଆମାନେ ରହୁଥିବା ବିଭିନ୍ନ ସଂଘରୋଧ କେନ୍ଦ୍ର , ବିଭିନ୍ନ ସରକାରୀ କାଯ୍ୟାଳୟ , କୋରନା ସଂକ୍ରମିତ ଚିହ୍ନଟ ହେଉ ଥିବା ସହର ଓ ଗ୍ରାମ ମାନଙ୍କରେ ନିୟମିତ ବିଶୋଧନ କରୁଛନ୍ତି ଅଗ୍ନିଶମ ବାହିନୀ। ସେହିପରି ଆଜି ପ୍ରଥମ ଥର ପାଇଁ ଭଞ୍ଜନଗର କୋଭିଡ଼୍ କେୟାର ସେଣ୍ଟର କୁ ବିଶୋଧନ କରାଯାଇଛି। ଭଞ୍ଜନଗର ସହରରେ ହୋଇଥିବା ଥିବା ଉଭୟ ସିଟି ସ୍କୁଲ ଓ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ସେଣ୍ଟର କୁ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପିପିଇ କିଟ୍ ପିନ୍ଧି ବିଶୋଧକ ସିଞ୍ଚନ କରିଥିଲେ। ଏହା ପରେ ମେଡିକାଲ ପରିସରକୁ ମଧ୍ୟ ବିଶୋଧନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ