ଜିଲ୍ଲାପାଳଙ୍କ ବିରୋଧରେ କୋଭିଡ୍ ନିୟମ ଉଲ୍ଲଘଂନ ଅଭିଯୋଗ

କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଠାରେ ଦାବୀ କଲେ ଗତିକୃଷ୍ଣ

ପାରାଦ୍ୱୀପ, (ପୀତବାସ ପ୍ରଧାନ) : ଦେଶରେ କରୋନା ଜନିତ ମହାମାରୀ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଅଧିକ ସଂକ୍ରମିତ ରାଜ୍ୟ ମହାରାଷ୍ଟ୍ର ସମେତ ଅନ୍ୟ ସମ୍ବେଦନଶୀଳ ରାଜ୍ୟମାନଙ୍କରୁ ହଜାର ହଜାର ସଂଖ୍ୟାରେ ଶ୍ରମିକ ମାନଙ୍କୁ ଆଣିବାକୁ ଅନୁମତି ଦେଇ ସେମାନଙ୍କୁ ଉପଯୁକ୍ତ ବ୍ୟବସ୍ଥାରେ ନରଖିବା ଦ୍ୱାରା ପାରାଦ୍ୱୀପ ଏବଂ ଏହାର ଆଖପାଖ ଅଞ୍ଚଳରେ କରୋନା ମହାମାରୀ ଦିନକୁ ଦିନ ଭୟଙ୍କର ରୂପ ନେଉଛି । ନିଜର ବ୍ୟକ୍ତିଗତ ସ୍ୱାଇଁ ପାଇଁ ଜିଲ୍ଲପାଳ ସାଧାରଣ ଲୋକଙ୍କ ଜୀବନକୁ ମରଣ ଓ ବିପଦ ମୁଖକୁ ଠେଲି ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଆଇନ୍‌ଜୀବୀ ଗତିକୃଷ୍ଣ ଶତପଥି । ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ନିଜସ୍ୱ ଜିଲ୍ଲାରେ ଜିଲ୍ଳାପାଳ ହେବ ସହିତ ଜିଲ୍ଲା ମାଜିଷ୍ଟ୍ରେଟ୍‌ର କ୍ଷମତା ଉପଭୋଗ କରୁଛନ୍ତି । ଓଡିଶା ସରକାରଙ୍କର ସାଧାରଣ ପ୍ରଶାସନ ବିଭାଗର ସର୍କୁଲାର ନମ୍ବର-୧୯୫୩୮-୯/୯୧ଜୋନ୍ ଅନୁସାରେ କୌଣସି ଜିଲ୍ଲାପାଳ / ପ୍ରଥମଶ୍ରେଣୀ କ୍ୟାଡର ଅଧିକାରୀ ନିଜ ଜିଲ୍ଲାକୁ ପୋଷ୍ଟିଙ୍ଗ କିମ୍ବା ବଦଳି ହୋଇପାରିବେ ନାହିଁ । କିନ୍ତୁ ଜିଲ୍ଳାପାଳ ଶ୍ରୀ ମହାପାତ୍ର ସମସ୍ତ ସରକାରୀ ନିୟମ ଉଲ୍ଲଙ୍ଘନ କରିଛନ୍ତି ବୋଲି ଶ୍ରୀ ଶତପଥି ଅଭିଯୋଗ କରିଛନ୍ତି । ମଙ୍ଗଳବାର ଦିନ ଶ୍ରୀ ଶତପଥିଙ୍କ ସହିତ ବହୁ ଯୁବକ ପାରାଦ୍ୱୀପ ର ଅତିରିକ୍ତ ଜିଲ୍ଳାପାଳଙ୍କ ମାଧ୍ୟମରେ ମହାମହିମ ରାଜ୍ୟପାଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଏହି ଦାବୀପତ୍ରରେ ଜଗତସିଂହପୁର ଜିଲ୍ଲାପାଳଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଊଲ୍ଲେଖ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ