କଲେଜରେ ପିତା ଜୁନିୟର୍, ଝିଅ ସିନିୟର୍
ସାଧାରଣତଃ ପିଲାମାନଙ୍କୁ କଲେଜରେ ପାଠ ପଢ଼ାଇବାର ସ୍ୱପ୍ନ ଦେଖିଥାନ୍ତି ପିତା । କିନ୍ତୁ ପିଲାମାନେ ଯଦି ନିଜ ଅଭିଭାବକଙ୍କୁ ପଢ଼ିବା ପାଇଁ ପ୍ରେରଣା ଯୋଗାଇଥାନ୍ତି ତେବେ ତାହା ନିଶ୍ଚିତ ଭାବେ ସମାଜ ପାଇଁ ଏକ ଉଦାହରଣ । ସେମିତି ଏକ ଉଦାହରଣ ଦେଖିବାକୁ ମିଳିଛି ମୁମ୍ବାଇରେ । ଏଠାରେ ଗୋଟିଏ ପରିବାରର ବାପ-ଝିଅ ଏକାଠି କଲେଜରେ ପାଠ ପଢୁଛନ୍ତି । ସବୁଠୁ ରୋଚକ କଥା ହେଉଛି, କଲେଜରେ ପିତା ଜୁନିଅର୍ ଆଉ ଝିଅ ସିନିୟର୍ । ଦୁହେଁ ଲ’ କଲେଜରେ ପାଠ ପଢୁଛନ୍ତି । ମୋ ପିତା ଏକ ଫାର୍ମ ହାଉସରେ କାମ କରନ୍ତି । ତାଙ୍କ ଆଇନ୍ ପାଠ ବିଷୟରେ ଜାଣିବାକୁ ବହୁତ ଇଚ୍ଛା । ପିଲାବେଳେ ସେ ଅର୍ଥାଭାବରୁ ବେଶି ପାଠ ପଢ଼ିପାରି ନ ଥିଲେ । କିନ୍ତୁ ତାଙ୍କ ପାଠ ପଢ଼ିବା ପ୍ରତି ଆଗ୍ରହ ଦେଖି କଲେଜରେ ନାଁ ଲେଖାଇବାକୁ ତାଙ୍କୁ କହିଥିଲି । ଆଉ ସେ ଏଥିରେ ତୁରନ୍ତ ରାଜି ହୋଇଯାଇଥିଲେ ବୋଲି କହିନ୍ତି ଝିଅ । ଗୋଟିଏ କ୍ଲାସ୍ରେ ବାପ-ଝିଅଙ୍କୁ ଏକାଠି ଦେଖି ଅଧ୍ୟାପକମାନେ ମଧ୍ୟ ଖୁସି ହୋଇଥାନ୍ତି ।