ଏମ୍‌ଜି ମୋଟର ଏବଂ ଇମ୍ପାକ୍ଟ ର ମିଳିତ ବାଳିକାଙ୍କ ପାଇଁ ଇ-ଲର୍ଣ୍ଣିଂ କାର୍ଯ୍ୟକ୍ରମ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଏମ୍‌ଜି ମୋଟର ପକ୍ଷରୁ ସ୍ୱେଚ୍ଛାସେବୀ ସଂଗଠନ ଇମ୍ପାକ୍ଟର ମିଳିତ ସହଯୋଗରେ ବାଳିକାଙ୍କ ପାଇଁ ଇ-ଲର୍ଣ୍ଣିଂ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ନ ଥିବା ବାଳିକା ପାଇଁ ଆରମ୍ଭ ହୋଇଥିବା ଏହି ନିୟୁ ନର୍ମାଲ କାର୍ଯ୍ୟକ୍ରମର ଇ-ଲର୍ଣ୍ଣିଂ ଅଭିଯାନକୁ ‘ଇମ୍ପାକ୍ଟ-ଇକ୍ ଷ୍ଟଡ଼ିଜ୍‌: ଇ-ଶିକ୍ଷା’ ଭାବେ ନାମିତ କରାଯାଇଛି । ଦେଶର ୫ଟି ସହରର ୧୫ଟି ଇମ୍ପାକ୍ଟ ଲର୍ଣ୍ଣିଂ ସେଂଟରରେ ବାଳିକା ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛଳ ନ ଥିବା ବାଳିକାଙ୍କୁ ଶିକ୍ଷା ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ । ଦେଶରେ ଇମ୍ପାକ୍ଟର ୫୦ଟି ଲର୍ଣ୍ଣିଂ ସେଂଟର ରହିଛି । ଆଗାମୀ ଦିନରେ ଦେଶର ୧୧ଟି ରାଜ୍ୟରେ ୧୮୦୦ରୁ ଅଧିକ ଇମ୍ପାକ୍ଟ ଲର୍ଣ୍ଣିଂ ସେଂଟର ସ୍ଥାପନ କରାଯିବାର ଯୋଜନା ରହିଛି । ଗ୍ରାମୀଣ ଅଂଚଳରେ ସ୍ଥାପିତ ହେବାକୁ ଥିବା ସେଂଟରଗୁଡ଼ିକ ଦ୍ୱାରା ଗ୍ରାମୀଣ ବାଳିକାଙ୍କର ଶିକ୍ଷା ଆବଶ୍ୟକତା ପୂରଣ ହୋଇପାରିବ । ଏମ୍‌ଜି ହେକ୍ଟର ଏବଂ ଏମ୍‌ଜି ହେକ୍ଟର ପ୍ଲସ୍‌ର ବିକ୍ରିରୁ ମିଳିଥିବା କିଛି ପରିମାଣ ଅର୍ଥରେ ଭାରତର ୬୦,୦୦୦ରୁ ଅଧିକ ବାଳିକାଙ୍କ ଶିକ୍ଷା ଆବଶ୍ୟକତା ପୂରଣ ଲକ୍ଷ୍ୟ ରଖାଯାଇଛି । ଏହି ଅବସରରେ ଏମ୍‌ଜି ମୋଟର ଇଣ୍ଡିଆର ସଭାପତି ତଥା ପରିଚାଳନା ନିର୍ଦ୍ଦେଶକ ରାଜୀବ ଛାବା କହିଲେ, ଦି ନିୟୁ ନର୍ମାଲ ଶିକ୍ଷା କ୍ଷେତ୍ରରେ ଥିବା ଦୂରତାକୁ କମ୍ କରିବାରେ ସହାୟକ ହୋଇପାରିବ । ସମ୍ପ୍ରତି ଦେଶର ଶିକ୍ଷାର୍ଥୀମାନେ ଷ୍ଟଡି ଫର୍ମ ହୋମ୍ ମଡେଲରେ ପାଠପଢ଼ା ଜାରି ରଖିଛନ୍ତି । ତେବେ ଆର୍ଥିକ ଦୃଷ୍ଟିକୋଣରୁ ସ୍ୱଚ୍ଛଳ ନ ଥିବା ଶିର୍କ୍ଷାଥୀଙ୍କର ପାଠପଢ଼ାରେ ସମସ୍ୟା ଦେଖାଦେଉଛି । ଏହାକୁ ଦୃଷ୍ଟିରେ ରଖି ଏମ୍‌ଜି ପକ୍ଷରୁ ଗରିବ ବାଳିକାଙ୍କ ପାଇଁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ଇମ୍ପାକ୍ଟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶୁଭାଙ୍ଗୀ ଶର୍ମା କହିଲେ, ଏହି ମିଳିତ ଅଭିଯାନରେ ୬ରୁ ୧୪ ବର୍ଷ ବୟସ୍କ ବାଳିକାଙ୍କୁ ଗୁଣବର୍ତାଯୁକ୍ତ ଶିକ୍ଷା ପ୍ରଦାନ କରାଯିବ । ଏମ୍ ଜି ମୋଟର ପକ୍ଷରୁ ଏନେଇ ଟିଚିଂ ଲର୍ଣ୍ଣିଂ ମ୍ୟାଟେରିଆଲ୍ ପ୍ରସ୍ତୁତ କରାଯାଇଛି । ଏହି ଯୋଜନା ମାଧ୍ୟମରେ ୨୦୦ ଶିକ୍ଷକଙ୍କୁ ଆବଶ୍ୟକ ତାଲିମ ଯୋଗାଇ ଦିଆଯିବ । ଏହାପରେ ସେମାନେ ୧୮୦୦ ଶିକ୍ଷକଙ୍କୁ ତାଲିମ୍ ଦେବେ । ଏହି କାର୍ଯ୍ୟକ୍ରମ ଦ୍ୱାରା ବାଳିକାମାନେ ବେଶ୍ ଉପକୃତ ହୋଇପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ