ତଦାରଖ ପାଇଁ ଅଫିସରଙ୍କୁ ସମୟ ନାହିଁ, ଚାଲିଛି ମନମୁଖୀ କାର୍ଯ୍ୟ

କୋଦଳା, (ଗୁଲସନ କୁମାର କର):ଗଞ୍ଜାମ ଜିଲ୍ଲା କୋଦଳା ପୂର୍ତ୍ତ ବିଭାଗ ତରଫରୁ ଏସ.ଛଚିନା ପଞ୍ଚାୟତ ଗଢ଼lନାଳ ନିକଟରେ ଗାଡ଼ୱେଲ ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ୪ ଲକ୍ଷ ୪୨ ହଜାର ଟଙ୍କା ବ୍ୟୟ ଅର୍ଥରେ ଏକ ଗାଢ଼ୱେଲ ନିର୍ମାଣ କାର୍ଯ୍ୟ ଚାଲିଛି l ସେଠାରେ ସୂଚନା ଫଳକ ହୋଇନାହିଁ କେବଳ ଡଷ୍ଟ ଗୁଣ୍ଡ ପକାଇ ଅତି ନିମ୍ନମାନର କାମ ଚାଲୁଥିବା ଅଭିଯୋଗ ହୋଇଛି l ଯାହାଦ୍ୱାରା ଜେଇ ଓ କଣ୍ଟ୍ରାକ୍ଟରଙ୍କ ମଧୁଚଦ୍ରିକା ପଦାରେ ପଡିଛି l ଶୁଣିବାକୁ ମିଳୁଛି କିଛି ରାଜନେତାଙ୍କ ଚାତ୍ରଛାୟା ତଳେ ରହି କିଛି କୁଜିନେତାମାନେ ଏହି ଗାଢ଼ୱେଲଟିକୁ ନିର୍ମାଣ କରୁଛନ୍ତି l ଗାଢ଼ୱେଲଟି ବେଗୁନିଆପଡା ବ୍ଲକର ପୂର୍ବତନ ଚେୟାରମ୍ୟାନ ସୁଶାନ୍ତ ନାୟକଙ୍କ ନାମରେ ଏଗ୍ରିମେଣ୍ଟ ହୋଇଥିଲେ ମଧ୍ୟ କଣ୍ଟ୍ରାକ୍ଟରକୁ ହାତଗୁଞ୍ଜା ଦେଇ ଅନ୍ୟ ଜଣେ ବ୍ୟକ୍ତି କାର୍ଯ୍ୟଟି କରୁଥିବା ନଜରକୁ ଆସିଛି l ଏ ନେଇ ବିଭିନ୍ନ ସୋସିଆଲ ମିଡ଼ିଆରେ ମଧ୍ୟ ଭାଇରଲ ହୋଇଛି l ଏହି କାର୍ଯ୍ୟ ବିଷୟରେ ପୂର୍ତ୍ତ ବିଭାଗ ଜେଇ ସତ୍ୟ ନାରାୟଣ ବିଷୋୟୀଙ୍କୁ ପଚାରିବାରୁ ସେ ମନ୍ତବ୍ୟରେ କହିଛନ୍ତି କଣ ହୋଇଛି ମୁ ଜାଣିନି, ମୁ କାମ ତଦାରଖ କଲାପରେ କହିବି l ଏଠାରେ ପ୍ରଶ୍ନ ଉଠୁଛି, କାର୍ଯ୍ୟଟି ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲେ ମଧ୍ୟ ବର୍ତ୍ତମାନ ସୁଧା ତଦାରଖ ହୋଇପାରିନାହିଁ l ଏବଂ କାର୍ଯ୍ୟ କରୁଥିବା ଦୋୖନିକ ବ୍ୟକ୍ତି ଜଣକ ଜଣେ ପ୍ରଭାବଶାଳୀ ରାଜନେତାଙ୍କ ସମ୍ପକୀୟ ହୋଇଥିବାରୁ କୌଣସି ଅଫିସର ତଦାରଖ କରୁନଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି l ଏଣୁ ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଯଦି ତଦନ୍ତ କରିବେ ତାହେଲେ ଗାଢ଼ୱେଲ କାର୍ଯ୍ୟଟି କେମିତି ହୋଇଛି ବୋଲି ଜଣାପଡିବ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ