ସଂଗରୋଧ କେନ୍ଦ୍ର ଏକ ପ୍ରହସନ ପାଳିଟିଛି
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ପ୍ରବାସୀ ଓଡ଼ିଆ ମାନଙ୍କୁ ସଂଗରୋଧ କେନ୍ଦ୍ର ରେ ୧୪ଦିନ ରହିବା ପରେ ନିଜ ଘରେ ୭ଦିନ ଗୃହରୋଧ ରେ ରହିବା ସରକାରୀ ନିୟମ ରହିଛି।ସଂଗରୋଧ କେନ୍ଦ୍ର ରେ ରହିବା ସମୟ ରେ ଯଦି କୋରନା ଲକ୍ଷଣ ଦେଖା ଯାଏ ତାହା ହେଲେ ତାହାର ପରିକ୍ଷା କରା ଯାଇ ସଂଗରୋଧ କେନ୍ଦ୍ର ରେ ପରିବାର ବର୍ଗ ଠାରୁ ଦୁରେଇ ରଖା ଯାଏ ଏଥି ପାଇଁ ଯେ ସଂକ୍ରମଣ ନ ହେବା ପାଈଁ, ଓ ଗୋଷ୍ଠୀ ସଂକ୍ରମଣ ନ ହେଉ ବୋଲି,କିନ୍ତୁ ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ଆଂଚଳିକ ମହାବିଦ୍ୟାଳୟ ସଂଗରୋଧ କେନ୍ଦ୍ର ଏକ ପ୍ରହସନ ପାଳିଟିଛି । ଉକ୍ତ ସଂଗରୋଧ କେନ୍ଦ୍ର ଅର୍ଥାତ ମିନି ଷ୍ଟାଡିୟମର ଗେଟ ଭାଙ୍ଗି ଯାଇଥିବାରୁ ନାମକୁ ମାତ୍ର ବାଉଁଶ ପୋତି ଦିଆ ଯାଇଛି,ସେହି ପଟେ ପରିବାର ଲୋକ ଆସି ଭେଟି ପାଖା ପାଖି ବସି ଦୁଃଖ ସୁଖ ହେବା ସହିତ ଜିନିଷ ଦିଆନିଆ କରିବା,ଦେଖା ଯାଉଛି l ସାମାଜିକ ଦୂରତା ନଷ୍ଟ ହେଉଛି।ପ୍ରବାସୀ ଭାଇଟି ଘରକୁ ଯିବା ପୂର୍ବରୁ ପରିବାର ଲୋକ ଙ୍କୁ ସଂକ୍ରମିତ କରିଦେବା ସ୍ୱଷ୍ଟ ହେଉଛି।ସଂଗରୋଧ କେନ୍ଦ୍ର କେବଳ ଏକ ପ୍ରହସନ ପାଳିଟିଛି।ସଂଗରୋଧ କେନ୍ଦ୍ର ସେପଟେ ପ୍ରବାସୀ ଏପଟେ ପରିବାର ଲୋକ ,ଦୂରତା ମାତ୍ର ଦୁଇ ଇଂଚ ର ।ଏଠି ସରକାରଙ୍କ ସଂଗରୋଧ କେନ୍ଦ୍ରର ନିୟମ ର ଖୋଲା ଖୋଲି ଉଲଂଘନ ହେଉଛି।ଏହାର ତଦନ୍ତ କରାଯାଉ ବୋଲି ସାଧାରଣରେ ଦାବୀ ହେଉଛି।


