ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ଜାତୀୟ ପାଠଚକ୍ର
ଖଲ୍ଲିକୋଟ(ଓ୍ବାଇଏନଏସ): ଖଲ୍ଲିକୋଟ ଏକକ ବିଶ୍ଵ ବିଦ୍ୟାଳୟ ର ଭୁତତ୍ତ୍ୱ ବିଭାଗ ରେ ଦ୍ବିଦିବସୀୟ ଜାତୀୟ ପାଠଚକ୍ର ଉଦଘାଟିତ ହୋଇଯାଇଛି। କୁଳପତି ପ୍ରଫେସର ଅସୀମା ସାହୁ ଙ୍କ ପ୍ରେରଣା ଓ ପୃଷ୍ଠାପୋଷକତା ରେ ଆୟୋଜିତ, “ଭୁ ବିଜ୍ଞାନ ର ଆଦ୍ୟତନ ଧାରା ” ଶୀର୍ଷକ ଏହି ପାଠଚକ୍ର ଶ୍ରୀଜଗନ୍ନାଥ ଙ୍କ ପାଦପଦ୍ମରେ ପୁଷ୍ପ ଅର୍ପଣ ପୂର୍ବକ ଉଦଘାଟିତ ହୋଇଥିଲା। ଉଦ୍ଘାଟନୀ ଅଧିବେଶନ ରେ ବିଭାଗ ମୁଖ୍ୟ ତଥା ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ଡ. ମନୋଜ କୁମାର ପଟନାୟକ ପାଠଚକ୍ର ସମ୍ପର୍କ ରେ ସୂଚନା ଦେବା ସହ ଭୁବିଜ୍ଞାନ ର ଧାରା ସମ୍ପର୍କ ରେ ବର୍ଣନା କରିଥିଲେ। ଡ. ରଜତ କୁମାର ପଣ୍ଡା ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ପାଠଚକ୍ର ରେ ମୁଖ୍ୟ ଅତିଥି ଭାବେ ଭୁ ବିଜ୍ଞାନୀ ତଥା ବିଶିଷ୍ଟ ଜ୍ୟୋତିର୍ବିଦ ଡ ମାୟାଧର ସାହୁ ବିଶ୍ୱବିଦ୍ୟାଳୟ ର ଭୁତତ୍ତ୍ୱ ବିଭାଗ ର ଗୌରବମୟ ଇତିହାସ ଉପରେ ଆଲୋକପ।ତ କରିଥିଲେ.। ସମ୍ମାନିତ ଅତିଥି ଆଦିକବି ନାନ୍ନୟ ବିଶ୍ୱବିଦ୍ୟାଳୟ ର ପ୍ରାକ୍ତନ କୁଳପତି ପ୍ରଫେସର ଏମ ଜଗନ୍ନାଧା ରାଓ ଆତ୍ମବିଶ୍ୱାସ, ଯୋଗାଯୋଗ ରେ ଦକ୍ଷତା, ଓ ନିଷ୍ଠାପରତା ବଳରେ ସଫଳତା ପାଇବାକୁ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ଆଇ. ଏମ. ଏମ. ଟି., ଭୁବନେଶ୍ୱର ର ପ୍ରାକ୍ତନ ମୁଖ୍ୟ ବୈଜ୍ଞାନିକ ଡ. ଡି. ଶ୍ରୀନିବାସ ରାଓ ଭୁତତ୍ତ୍ୱ ବିଜ୍ଞାନ ରେ ଗବେଷଣା ର ନୂତ୍ସ୍ନା ଦିଗ ସମ୍ପର୍କ ରେ ସୂଚନା ଦେଇଥିଲେ। କୁଳପତି ପ୍ରଫେସର ଅସୀମା ସାହୁ ଭୁତତ୍ତ୍ୱ ବିଜ୍ଞାନ ଗବେଷଣା ରେ କୃତ୍ରିମ ବୁଦ୍ଧିମତା ର ଉପଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଉଦ୍ଘାଟନୀ ଅଧିବେଶନ ଶେଷ ରେ ଡ. ମନୀଷା ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏ ଅବସର ରେ ବିଭାଗ ପକ୍ଷରୁ ପାଠଚକ୍ର ପ୍ରବନ୍ଧ ସଂକଳନ”Recent trends in geosciences, ” ଅତିଥି ମାନଙ୍କ ଦ୍ୱାର। ଉନ୍ମୋଚିତ ହୋ ଇଥିଲା.। ସମ୍ମାନିତ ଅତିଥି ପ୍ରଫେସର ରାଓ ନିଜ କୃତୀ ଓ କୃତିତ୍ୱ ଆଧାରିତଏକ ପୁସ୍ତକ କୁଳପତିପ୍ରଫେସର ଅସୀମା ସାହୁ ଙ୍କୁ ଉପହାର ଦେଇଥିଲେ। ଏହା ପରେ ଆଉ ୨ ଟି ବୈଷୟିକ ଅଧିବେଶନ ରେ ବିଭିନ୍ନ ବିଶ୍ୱବିଦ୍ୟାଳୟ ରୂ ଆସିଥିବ। ପ୍ରଫେସର ମାନେ ନିଜ ପ୍ରବନ୍ଧ ଉପସ୍ଥାପନା କରିଥିଲେ। ଆଗାମୀ କାଲି ପାଠଚକ୍ର ର ଉଦଯାପନୀ ଉତ୍ସବ ରେ ଅନେକ ଗବେଷକ ଯୋଗଦେଇ ପ୍ରବନ୍ଧ ପାଠ କରିବାର କାର୍ଯ୍ୟକ୍ରମ ରହିଛି.। ଆଜିର କାର୍ଯ୍ୟକ୍ରମ ରେ ବିଶ୍ୱବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅ ଧ୍ୟାପିକା ଉପସ୍ଥିତ ଥିଲେ।ବିଭାଗ ର ସମସ୍ତ ଛାତ୍ର ଛାତ୍ରୀ ପାଠଚକ୍ର ପରିଚାଳନା ରେ ସହଯୋଗ କରିଥିଲେ।


