ହିଞ୍ଜିଳିରେ ଉପଜିଲ୍ଲାପାଳଙ୍କ କରୋନା ସମୀକ୍ଷା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ନେଇ ସାରା ବିଶ୍ୱ ଚିନ୍ତିତ । କରୋନାର ମୁକାବିଲା ସକାଶେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ କଟକଣା ଜାରି କରାଯିବା ସହ ଜନସଚେତନତା ଜାରି ରହିଛି । ରାଜ୍ୟର ସର୍ବାଧିକ କରେନା ସଂକ୍ରମିତ ଅଂଚଳ ଭାବେ ଗଞ୍ଜାମ ଜିଲ୍ଲା ସର୍ବାଗ୍ରେ ରହିଛି । ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକ ସମେତ ପୌରାଂଚଳରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଅଂଚଳରେ କରୋନାକୁ ପ୍ରତିହିତ କରିବା ସକାଶେ ପ୍ରତ୍ୟହ ବହୁ ଜିଲ୍ଲା ପ୍ରଶାସନିକ ଅଧିକାରୀ ବୃନ୍ଦ ହିଞ୍ଜିଳି ଗ୍ରସ୍ତରେ ଆସି କରୋନାର ସମୀକ୍ଷା କରି ଫେରୁଥିଲେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉନଥିବା ଲକ୍ଷ୍ୟ କରାଯାଉଛି । କରୋନାର ମୁକାବିଲା ସକାଶେ ପ୍ରଶାସନ ପକ୍ଷରୁ ଲକଡ଼ାଉନ, ସଟଡ଼ାଉନ,୧୪୪, ଜନତାକର୍ଫ୍ୟୁ, କଂଟେନମେଂଟ ଓ ବଫରଜୋନ ଭାବେ ଘୋଷଣା କରାଯାଉଥିଲେ ମଧ୍ୟ ଥମିବା ପରିବର୍ତେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ବେସରକାରୀ ସୁତ୍ରରୁ ମିଳିଥିବା ସୂଚନା ପ୍ରକାରେ ଶୁକ୍ରବାର ସୁଦ୍ଧା ସ୍ଥାନୀୟ ପୌରାଂଚଳରେ ୩୫ଟି ଏକ୍ଟିଭ କେଶ ରହିଥିବା ବେଳେ ବ୍ଳକରେ ୯୨ଟି ଏକ୍ଟିଭ କେଶ ରହିଛି । ସ୍ଥାନୀୟ ଅଂଚଳର ସଂକ୍ରମିତଙ୍କ ସଂଖ୍ୟା ହ୍ରାସ କରିବା ସକାଶେ ପ୍ରଶାସନ ପକ୍ଷରୁ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି । ଶନିବାର ଗଞ୍ଜାମ ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ହିଞ୍ଜିଳି ଗ୍ରସ୍ତରେ ଆସି ବ୍ଳକ କାର୍ଯ୍ୟାଳୟ ପରିସରରେ ଆୟୋଜିତ ବୈଠକରେ କରୋନାର ସମୀକ୍ଷା କରିବା ସହ କରୋନାକୁ ମାତ୍ ଦେବା ପାଇଁ ଏବଂ ସଂକ୍ରମିତଙ୍କୁ କିଭିଳି ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ସେ ନେଇ ସ୍ଥାନୀୟ ସ୍ୱାସ୍ୟ୍ଥ ଟିମ୍ (ଆରଆରଟିଏସ) ସହ ଆଲୋଚନା କରିଥିଲେ । ବିଭିନ୍ନ ଲକ୍ଷଣ ଥିବା ସଂକ୍ରମିତଙ୍କୁ ୪ଟି ଶ୍ରେଣୀରେ ବିଭକ୍ତ କରିବା ସହ କେଉଁ କେଉଁ ଲକ୍ଷଣ ରହିଥିବା ସଂକ୍ରମିତଙ୍କୁ ଘରେ ପୃଥକବାସ, ପଂଚାୟତ କୋଭିଡ଼ କେୟାର ହୋମ, ସ୍ଥାନୀୟ କୋଭିଡ଼-୧୯ ହସପିଟାଲ ଓ ବ୍ରହ୍ମପୁର ପାରଳା ମହାରାଜା ଓ ଟାଟା କୋଭିଡ଼-୧୯ ହସପିଟାଲରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ସେ ନେଇ ବିସ୍ତୃତ ଆଲୋଚନା କରିଥିଲେ ।ରୋଗକୁ ଘୃଣା କର କିନ୍ତୁ ରୋଗୀଙ୍କୁ ନୁହେଁ ଏ କ୍ଷେତ୍ରରେ ଟିମ୍ ସଦସ୍ୟ ଯେପରି ସର୍ତକତା ରହିବେ ସେ ନେଇ ମତବ୍ୟକ୍ତ କରିଥିଲେ । ଡ଼ାକ୍ତର, ଫାର୍ମାସିଷ୍ଟ, ଏଏନଏମ ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ନେଇ ୧୦ ଆରଆରଟିଏସ ଟି ଟିମ୍ ଗଠନ କରାଯାଇଛି । ଆବଶ୍ୟକ ସମୟରେ ଉକ୍ତ ଟିମ୍ ପ୍ରତ୍ୟେକ ପଂଚାୟତକୁ ଯାଇ ତ୍ୱରିତ ଚିକିତ୍ସା ସେବା ଯୋଗାଇ ଦେବାର ଲକ୍ଷ୍ୟ ରଖାଯାଇଛି । ଏଥି ସକାଶେ ଆବଶ୍ୟକ ଔଷଧ ଯଥେଷ୍ଟ ପରିମାଣରେ ମହଜୁଦ ରହିଥିବା ଉପ ଜିଲ୍ଲାପାଳ ପୃଷ୍ଟି କହିଥିଲେ ।ଏଭଳି ଦୁର୍ଦ୍ଦିନ ସମୟରେ ରୋଗୀଙ୍କୁ ତୁରନ୍ତ ଚିକିିତ୍ସା ସେବା ପ୍ରଦାନ କରିବା ନେଇ ସ୍ଥାନୀୟ ବ୍ଳକରେ ୫ଜଣ ଆର‌୍ୟୁବେଦିକ ଓ ହୋମିଓପାଥ୍ୟିକ ଡ଼ାକ୍ତରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିବା ଜଣାପଡ଼ିଛି । କାର୍ଯ୍ୟକ୍ରମରେ ତହସିଲଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ କୁମାର ପାତ୍ର, ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ାକ୍ତର ଅନିଲ କୁମାର ରଥ, ପିଏଚଇଓ ମୃତ୍ୟୁଞ୍ଜୟ ପାଣିଗ୍ରାହି, ବିପିଏମ ଶଶାଙ୍କ ଶେଖର ପଣ୍ଡା, ବହୁ ଅଙ୍ଗନୱାଡ଼, ଏଏନଏମ ଓ ସ୍ୱାସ୍ଥ୍ୟ କର୍ମୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ