ଗଜପତିରେ ଆଜି ପୁଣି ୭୪ ପଜିଟିଭ୍ ଚିହ୍ନଟ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତିରେ ଥମୁନାହିଁ କରୋନା ଜନିତ ଚିନ୍ତା । ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମଣ । ବର୍ତ୍ତମାନ ଗଜପତି ଜିଲ୍ଲା କରୋନା ସ୍ଥିତି ଅସମ୍ଭାଳ ହେବାକୁ ଯାଉଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆଜି ପୁଣି ୭୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୭୪ ଜଣକୁ ମିଶାଇ ସଂଖ୍ୟା ୯୮୩ରେ ପହଞ୍ଚିଛି । ଏଥି ସହ ଗଜପତି ଜିଲାଲର ରାୟଗଡ ବ୍ଲକ ନାରାୟଣପୁର ଗ୍ରାମରେ ୬୩ ବର୍ଷିୟ ଜଣେ ବୃଦ୍ଧାଙ୍କର ଆଜି ମୃତ୍ୟୁ ଘଟିଛି । ଆଜିର ଏହି ୭୪ଜଣଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରାଞ୍ଚଳର ୩୪ଜଣ,ଗୁମ୍ମା ବ୍ଲକର ଜଣେ,ଆର.ଉଦୟଗିରି ବ୍ଲକର ୮ଜଣ,ଗୋଷାଣୀ ବ୍ଲକର ଜଣେ,ରାୟଗଡାର ୮ଜଣ,କାଶୀନଗର ୩ଜଣ,ନୁଆଗଡ ୧୧ଜଣ,ମୋହନା ୮ଜଣ ବୋଲି ଜଣାପଡିଛି । ଏମାନଙ୍କ ମଧ୍ୟରେ ୫ଜଣ କରୋନା ଯୋଦ୍ଧା,ସ୍ୱାସ୍ଥ୍ୟ କର୍ମୀଙ୍କ ଯାଞ୍ଚ ବେଳେ ୪୬ଜଣ,ପୁର୍ବ ସଂକ୍ରମିତଙ୍କ ସଂସ୍ପର୍ଷରେ ୨୩ଜଣ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରେସ୍ ବାର୍ତ୍ତା ମାଧ୍ୟମରେ ଜିଲ୍ଲାପାଳ ଅନୁପମ ସାହା ସୁଚନା ଦେଇଛନ୍ତି । ଏହି ୭୪ଜଣଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏ ନେଇ ଗଜପତି ଜିଲ୍ଲାପାଳ ଅନୁପମ ସାହା ସମଗ୍ର ଜିଲ୍ଲାବାସୀ ସଚେତନ ହୋଇ ସାମାଜିକ ଦୁରତା ସହ କୋଭିଡ୍ ନିୟମ ମାନନ୍ତୁ । ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଘରେ ସୁରକ୍ଷିତ ରୁହନ୍ତୁ ଏବଂ କରୋନା ଜନିତ ଯେ କୌଣସି ଖବର ଥିଲେ ପ୍ରଶାସନକୁ ସୁଚନା ଦିଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ।


