ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ସାଂସଦ,ବିଧାୟକ ଓ ବ୍ଲକ ଅଧ୍ୟକ୍ଷ ସମ୍ବର୍ଦ୍ଧନା

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଛତ୍ରପୁର ରୋଟାରୀ କ୍ଲବର ପରିସରରେ ରବିବାର ସନ୍ଧ୍ୟାରେ ଅନୁଷ୍ଠାନ ତରଫରୁ ଏକ ସମ୍ବର୍ଧନା ଉତ୍ସବ ଚାର୍ଟର ସଭାପତି ପ୍ରଫୁଲ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଓ ସମ୍ମାନିତ ଅତିଥି ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇଥିଲେ । ଅନୁଷ୍ଠାନ ପକ୍ଷରୁ ସାଂସଦ ଓ ବିଧାୟକ ଏବଂ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡିଙ୍କୁ ପୁଷ୍ପଗୁଚ୍ଛ ସହ ଉପଢୌକନ ଦେଇ ସମ୍ବର୍ଧିତ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ହାତକୁ ନିଆଯାଇଥିବା ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରାଯିବା ସହ ମୁଖପତ୍ର ‘ପ୍ରେରଣା’କୁ ଆନୁଷ୍ଠାନିକ ଭାବେ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ କରାଯାଇଥିଲା । ଏହି ଅବସରରେ କ୍ଲବର ପୂର୍ବତନ ସଭାପତି ତଥା ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଶ୍ରୀ ରେଡ୍ଡିଙ୍କ ସମେତ ସମସ୍ତ ପୂର୍ବତନ ସଭାପତି ବୃନ୍ଦ ଯଥା ସୂର୍ଯ୍ୟନାରାୟଣ ସାମନ୍ତରାୟ, ପ୍ରଫୁଲ କୁମାର ପଟ୍ଟନାୟକ, ଡାକ୍ତର ସାଧୁ ଚରଣ ମିଶ୍ର,ରମାକାନ୍ତ ପାଣିଗ୍ରାହୀ, ସୁରଜିତ୍ ସାମନ୍ତରାୟ, ବିଜୟ କୃଷ୍ଣ ପଟ୍ଟନାୟକ, କେ.ବାସୁଦେବ ରାଓଙ୍କୁ ସମ୍ବର୍ଧିତ କରାଯାଇଥିଲା । ଡାକ୍ତର ରୋଟାରୀ କ୍ଲବର ସଭାପତି ନିରଞ୍ଜନ ପାତ୍ର ବାର୍ଷିକ ବିବରଣୀ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଂପାଦକ ପ୍ରସନ୍ନ କୁମାର ପତି ଧନ୍ୟବାଦ ଅର୍ପଣ କରିଥିଲେ । ରୋଟାରୀ କ୍ଲବର ସଦସ୍ୟ ସୁରଜିତ ସାମନ୍ତରାୟ ଓ ରେଖା ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନୁଷ୍ଠାନର ସଦସ୍ୟା ସ୍ୱାଗତିକା ସାମନ୍ତରାୟଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନ୍ୟତମ ସଦସ୍ୟ ଧୀରେନ୍ଦ୍ର ନାଥ ପଣ୍ଡା ଅନୁଷ୍ଠାନରେ ଉପସ୍ଥିତ ଥିବା ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥାନ ଏବଂ ଅନ୍ୟାନ୍ୟ ବିଷୟରେ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଜ୍ୟୋର୍ତିବିଦ୍ ଡ.ପ୍ରମୋଦ ପାତ୍ର,, ରୋଟାରୀୟ ପି.ଚନ୍ଦ୍ରଶେଖର ରାଓ, ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ , ମହାଶକ୍ତି ବଣିକ ସଂଘର ସଭାପତି କିଶୋର ଚନ୍ଦ୍ର ସେନାପତି, ଓକିଲ ସଂଘର ସଭାପତି କେ.ଶିବରାମ ରେଡ୍ଡ, ଶ୍ରୀକାନ୍ତ ମହାନ୍ତି, ସୟଦ ମୁକ୍ତାର, ରବିନ୍ଦ୍ର ସାହୁ, ଏ.ରାବଣା ରାଓଙ୍କ ସମେତ ବହ ମାନ୍ୟଗଣ୍ୟ ବକ୍ତି ଏବଂ ରୋଟାରୀ କ୍ଲବର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ