କାରୋନା ଭୟ ରେ ନେଲାନି ଆମ୍ବୁଲେନ୍ସ ଘର ପିଣ୍ଡା ରେ ଜୀବନ ହାରିଲେ ଯୁବକ

ବ୍ରହ୍ମପୁର/ସୋରଡା, (ରାଜେଶ କୁମାର ପଟ୍ଟନାୟକ,ରଜନୀକାନ୍ତ ମିଶ୍ର):ପୁରୁଣା ବ୍ରହ୍ମପୁର ପ୍ରହଲ୍ଲାଦ ନଗରରେ କରୋନା ସଂକ୍ରମଣ ସନ୍ଦେହରେ ୧୦୮ ଆମ୍ବୁଲାନ୍ସ ଚାଳକ ଜଣେ ରୋଗୀଙ୍କୁ ଡାକ୍ତରଖାନା ନେବାକୁ ମନା କରି ଦେବା ପରେ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣାକୁ କେନ୍ଦ୍ର କରି ସୋମବାର ଗଞ୍ଜାମ ଜିଲ୍ଲାପାଳ ଏକ ଟୁଇଟ କରିଛନ୍ତି।ଏହି ଟୁଇଟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, ପୂର୍ବରୁ ଏହା ସ୍ପଷ୍ଟ କରାଯାଇଥିଲା କି କରୋନା ଲକ୍ଷଣ ଥିବା ରୋଗୀଙ୍କୁ ୧୦୮/୧୦୪ ଆମ୍ବୁଲାନ୍ସରେ ନିଆଯାଇ ପାରିବ। ଏଥିପାଇଁ କୌଣସି ପ୍ରତିବନ୍ଧକ ନାହିଁ। ପୁନର୍ବାର ଆଜି ଆମେ ଏହାକୁ ଆଉ ଥରେ ସ୍ପଷ୍ଟ କରି କହୁଛୁ ଯେ କେରୋନା ଲକ୍ଷଣ ଥିବା ରୋଗୀଙ୍କୁ ହସ୍ପିଟାଲ ପର୍ଯ୍ୟନ୍ତ ୧୦୮/୧୦୪ ଆମ୍ବୁଲାନ୍ସରେ ସହଜରେ ଲୋକମାନେ ନେଇ ପାରିବେ। ଏଥିସହିତ ଆମର ଆମ୍ବୁଲାନ୍ସ କର୍ମଚାରୀଙ୍କୁ ସମର୍ଥନ କରିବା ସହ ସେମାନଙ୍କ ସହ ଅସଦାଚରଣ ନ କରିବାକୁ ଅନୁରୋଧ କରୁଛୁ । କେବଳ ଏତିକି ନୁହେଁ, କରୋନା ଯୁଦ୍ଧରେ ଲଢ଼ୁଥିବା କୋଭିଡ୍‌ ଯୋଦ୍ଧାମାନଙ୍କୁ ସମ୍ମାନ ଦିଅନ୍ତୁ।ଉଲ୍ଲେଖଯୋଗ୍ୟ, ସୋମବାର ପ୍ରହଲ୍ଲାଦ ନଗରର ବାସିନ୍ଦା ମନୋଜ ପ୍ରହରାଜ ମଧୁମେହରେ ପୀଡିତ ହୋଇ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ। ତେଣୁ ତାଙ୍କର ଚିକିତ୍ସା ପାଇଁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସକୁ ଡକା ଯାଇଥିଲା। ଖବର ପାଇ ଆମ୍ବୁଲାନ୍ସ ବି ଘଟଣାସ୍ଥଳରେ ଆସି ପହଞ୍ଚିଥିଲା। କିନ୍ତୁ ମନୋଜ ପ୍ରହରାଜ କରୋନାରେ ଆକ୍ରାନ୍ତ ହୋଇଥାଇ ପାରନ୍ତି ବୋଲି ଭାବି ଆମ୍ବୁଲାନ୍ସ ଚାଳକ ଓ ତାଙ୍କ ସହିତ ଆସିଥିବା ଅନ୍ୟ କର୍ମଚାରୀ ତାଙ୍କୁ ନେବା ପାଇଁ ମନା କରି ଦେଇଥିଲେ। ପ୍ରହରାଜଙ୍କୁ ନେବା ପାଇଁ ୧୦୪ ହେଲ୍‌ପଲାଇନକୁ ଫୋନ କର ଓ କୋଭିଡ ଆମ୍ବୁଲାନ୍ସକୁ ଡକାଅ ବୋଲି କହି ଘଟଣାସ୍ଥଳରୁ ଚାଲି ଯାଇଥିଲା ଆମ୍ବୁଲାନ୍ସ । ଏହାପରେ ଛଟପଟ ହୋଇ ପ୍ରହରାଜଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି।କରୋନା ଭୟରେ ମଣିଷ ର ମାନବିକତା ଚାଲିଯାଇଥିବା ର ଅନେକ ଉଦାହରଣ ଦେଖିଚୁ. କିନ୍ତୁ ଆମ୍ବୁଲାନ୍ସ ମଧ୍ୟ ସବୁ ମାନବିକତା ହାରି ଯାଇ ରୋଗୀ କୁ ନେବାକୁ ମନା କଲା। ମେଡିକାଲ ଯିବାକୁ ସୁବିଧା ନପାଇ ଘର ବାରଣ୍ଡା ରେ ଜୀବନ ହାରିଚନ୍ତି ଜଣେ ଯୁବକ. ଏହି ପରି ଏକ ହୃଦୟ ବିଦରାକ ଦୃଶ୍ୟ ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ରେ।ଦକ୍ଷିଣଓଡିଶା ରେ ସବୁଠାରୁ ବଡ ସ୍ୱାସ୍ଥ୍ୟ ସେବା ଥିବା ବ୍ରହ୍ମପୁର ର ଏହି ଦୃଶ୍ୟ। ନିଜ ବାପା ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ଦେଖି ପିଲାଟି ଆମ୍ବୁଲାନ୍ସ କୁ ଅନୁରୋଧ କରିଛି କିନ୍ତୁ ଆମ୍ବୁଲାନ୍ସକର୍ମଚାରୀ ଜଣଙ୍କ ଅସୁସ୍ଥ ଥିବା ବ୍ୟକ୍ତି ଙ୍କୁ ନେବା ପାଇଁ ମନାକରିଛି ଏବଂ କୋବିଡ ପରୀକ୍ଷା କରିବା ପାଇଁ ଯୁକ୍ତି ବାଢିଛି. ପ୍ରାୟ ଏକ ଘଣ୍ଟା କାଳ ଆମ୍ବୁଲାନ୍ସ ଟି ଘର ସାମ୍ନା ରେ ଠିଆ ହେଲା କିନ୍ତୁ ଯୁବକ ଙ୍କୁ ନେଲା ନାହିଁ। ଏପରି ଯୁକ୍ତି ତର୍କ ରେ ବିତିଗଲା ପ୍ରାୟ ଏକ ଘଣ୍ଟା। ଏତିକି ସମୟରେ ଜୀବନ ହାରିଦେଲେ ଯୁବକ। ଏହିପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଦକ୍ଷିଣ ଓଡିଶା ର ସର୍ବବୃହତ ସ୍ୱାସ୍ଥ୍ୟ ସେବା ଥିବା ମହାନଗର ରେ।ଯେଉଁଠି ଜଣେ ଆମ୍ବୁଲାନ୍ସ କର୍ମଚାରୀ ଙ୍କ ଅବହେଳା ଜଣେ ଯୁବକ ଙ୍କ ଯିବନ ନେଇଯାଇଛି। ପ୍ରହଲାଦ ନଗର ବାସିନ୍ଦା ମନୋଜ କୁମାର ପ୍ରହରାଜ ଗତ କିଛି ଦିନ ହେଲା ଜ୍ଵର ଥଣ୍ଡା ରେ ପୀଡିତ ଥିଲେ। ଗତ କାଲି ରାତିରେ ତାଙ୍କ ର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ବ୍ରହ୍ମପୁର ସ୍ଥିତ ସିଟି ହସ୍ପିଟାଲ କୁ ନିଆଗଲା। ହେଲେ କରୋନା ଭୟ ରେ ଡାକ୍ତର ମାନେ ଭଲଭାବେ ନ ଦେଖି କିଛି ଔଷଧ ଖାଇବାକୁ ଦେଇଦେଲେ। ରାତି ରେ ପରିବାର ବର୍ଗ ଫେରି ଔଷଧ ଦେବାରେ ଲାଗିଲେ। ଆଜି ସକାଳେ ହଠାତ ତାଙ୍କ ଦେହ ଖରାପ ହେବାରୁ 108 କୁ ଫୋଣ କରି ପରିବାର ବର୍ଗ ଡାକିଲେ।ଆମ୍ବୁଲାନ୍ସ ମଧ୍ୟ ଆସିଲା।କିନ୍ତୁ ରୋଗୀ କୁ ନେବା ପାଇଁ ମନାକଲା। ସମସ୍ତେ କହିଲେ ଏହି ରୋଗୀ ଜଣକ ଅଣ କୋଭିଡ ରୋଗୀ। ହେଲେ ଗାଡିଚାଳକ ଓ କର୍ମଚାରୀ ନେବା ପାଇଁ ମନାକଲେ। କହିଲେ ଆପଣ ଯାଇ କାରୋନା ପରୀକ୍ଷା କରନ୍ତୁ। ଏହିପରି ଯୁକ୍ତି ତର୍କ ଚାଲିଲା ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ। ଶେଷରେ ଉପାୟ ନପାଇ ଏକ ଅଟୋ ସାହାର୍ଯ୍ୟ ରେ ପରିବାର ବର୍ଗ ମନୋଜ କୁ ଡାକ୍ତର ଖାନା ନେବା ପାଇଁ ପ୍ରଚେଷ୍ଟା ଆରମ୍ଭ କଲେ। ଏତିକି ରେ ବିତିଯାଇଥିଲା ପ୍ରାୟ ଏକ ଘଣ୍ଟା। ଆଉ ଏତିକି ଭିତରେ ଜୀବନ ହାରି ଯାଇଥିଲେ ମନୋଜ ପ୍ରହରାଜ।ବାପା ଙ୍କ ଏହିପରି ଅବସ୍ଥା ଦେଖି ଶେଷରେ ନିଜର ପୁତ୍ର ଦୌଡ଼ି ଯାଇ ଆମ୍ବୁଲାନ୍ସ କୁ ଗୁହାରି କରିଲା ତଥାପି ଶୁଣିଲେନି ଆମ୍ବୁଲାନ୍ସ କର୍ମଚାରୀ। ଶେଷରେ ଜୀବନ ହାରିଦେଲେ ଏହିପରି ନିଜ ଘର ବାରଣ୍ଡା ରେ ଯୁବକ ଜଣକ।ଅଟୋ ରେ ନେବାପାଇଁ ପରିବାର ବର୍ଗ ପ୍ରସ୍ତୁତି ହେଇଥିବା ବେଳେ ଆମ୍ବୁଲାନ୍ସ ନେବା ପାଇଁ ରାଜି ହେଇଥିଲା। ମନୋଜ କୁ ଡାକ୍ତ ଖାନ ନେବା ପରେ ସେଠାରେ ଡାକ୍ତ ମରୁତ ଘୋଷଣା କରିଥିଲେ। ଯଦି ଯୁବକ ଙ୍କୁ ନେବାର ଥିଲା ତାହାହେଲେ ଆମ୍ବୁଲାନ୍ସ କର୍ମଚାରୀ ଏହହିପରି ଯୁକ୍ତି ରେ ଘଣ୍ଟାଏ ନଷ୍ଟ କରିଲେ କାହିଁକି। ଯେଉଁ ବ୍ୟର୍ଥ ଘଣ୍ଟାଏ ଯୁବକ ଙ୍କ ଜୀବନ ନେଇଗଲା। ଗଂଜାମ ଜିଲ୍ଲା ରେ ଯେପରି କରୋନା ସଂକ୍ରମଣ ହେବାରେ ଲାଗିଛି ତାହାଠାରୁ ଅଧିକ ଏଠାକାର ସ୍ୱାସ୍ଥ୍ୟ ସେବା ବିଗିଡି ଗଲାଣି।କରୋନା ନାମ ରେ ଜୀବନ ହରିବାରେ ଲାଗିଲେଣି ଜିଲ୍ଲାବାସୀ।କାହା ପାଇଁ ଏହିଆମ୍ବୁଲାନ୍ସ ସେବା। ରୋଗୀ କୁ ନେବା କୁ ହେଲେ ଜଣେ କୁନି ପିଲାଙ୍କୁ ନିୟମ ବଖାଣି ହେଉଛନ୍ତି ଜଣେ ଆମ୍ବୁଲାନ୍ସ କର୍ମଚାରୀ। ସ୍ୱାସ୍ଥ୍ୟ ସେବା ର ସବୁଠାରୁ ଗୁରୁତର ଦାଇତ୍ୱ ବହନ କରୁଥିବା ଏହି ଜରୁରୀକାଳୀନ ସେବା ମଧ୍ୟ ବେପରୁଆ ଢଙ୍ଗ ରେ ରୋଗୀ ଙ୍କ ସହ ବ୍ୟବହାର କିରବାରେ ଲାଗିଲେଣି ଯାହାଫଳରେ ଜଣେ ରୋଗୀ ଙ୍କ ଘର ସାମ୍ନା ରେ ଠିଆ ହେଇ ମଧ୍ୟ ରୋଗୀ ଙ୍କୁ ଡାକ୍ତର ଖାନା କୁ ନେବା ପାଇଁ ମନାକରିଛି ରାଜ୍ୟ ର ସବୁଠାରୁ ଗୁରୁତ୍ୱପୂର୍ଣା 108 ସେବା। କୌଣସି ଉପାୟ ନପାଇ ପରିବାର ବର୍ଗ ମୃତ ମନୋଜ କୁ ନେଇ ପାଖ ମଶାଣିରେ ରେ ତାଙ୍କ ଶବଦାହ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ