ରାଇରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ ଚଢାଉ,୮୭ ଲିଟର ଦେଶୀମଦ ଜବତ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):’କରୋନା’ ସାଥ ଦେଇଛି ଚୋରା ମଦ ମାଫିଆଙ୍କୁ । ଗୋରୁମହିଷାଣୀ ମାଳଭୁମି ,ନଦୀ ନାଳ ଜଙ୍ଗଲ ଦୁର୍ଗମ ଅଂଚଳପାଲଟିଛି ଦେଶୀ ମଦର କୁଟୀର ଶିଳ୍ପ । ପୋଲିସ ପାଉନି ଟେର।ମଦ ମାଫିଆଙ୍କ ଡରରେ ଗ୍ରାମବାସୀ !କୁଜି ନେତାମାନେ ଓ ମଦ ମାଫିଆଙ୍କ ଚାଲିଛି ମିଲି ଭଗତ !ଜନ ପ୍ରତିନିଧି ମାନେ ସବୁ ଜାଣି ଚୁପ୍ ଚାପ୍ !ଅବକାରୀ ବିଭାଗର କର୍ମଚାରୀ ମରୁଡି !।ଆବଶ୍ୟକ କର୍ମଚାରୀ ନ ଥିବାରୁ ଠିକଣା ସମୟରେ ଚଢ଼ାଉ ବିଳମ୍ବ ଯୋଗୁଁ ଖସି ପଳାଉଛନ୍ତି ମଦ ମାଫିଆ ।ଆସାମୀ ମାନଙ୍କୁ ଗିରଫ କରିବାରେ ବିଫଳ ।ମଦ ମାଫିଆଙ୍କୁ ସୁରକ୍ଷା କିଏ ଦେଉଛି ତାହା ହିଁ ଚିନ୍ତାର ବିଷୟ ! ଏଭଳି ଘଟଣା ଦେଖିବାକୁ ମିଳୁଛି ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ଦୁର୍ଗମ ପାର୍ବତ୍ୟ ଅଞ୍ଚଳରେ । ରାଇରଙ୍ଗପୁର ଅବକାରୀ ପକ୍ଷରୁ ଶନିବାର ଭୋର ସକାଳେ କୌଣସି ସୂତ୍ରରୁ ଖବର ପାଇ ରାଇରଙ୍ଗପୁର ଅବକାରୀ ବିଭାଗ ଓଆଇସି ହରିହର ସିଂ,ଏଏସଆଇ ସିଦ୍ଧେଶ୍ୱର ନାଏକ, ସୁମନ୍ତ ମହାନ୍ତ, ମହିଳା କର୍ମଚାରୀ ତ୍ରିବେଣୀ ମହାନ୍ତ,ଦିବୟାଂଶୁ ପଣ୍ଡା ପ୍ରମୁଖ ଗୋରୁମହିଷାଣୀ ଥାନା ଅନ୍ତର୍ଗତ ବେତପାଣି ଓ ଛତ୍ରମଣ୍ଡଳ ଗାଁ ନିକଟସ୍ଥ ଦୁର୍ଗମ ନିଛାଟିଆ ଜଙ୍ଗଲରେ ନାଳ ପାଖରେ ଚଢ଼ାଉ କରି ୮୭ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହ ୩୬୦୦କେଜି ମହୁଲ ପୋତି ଓ ରୋଷେଇ ସାମଗ୍ରୀ ନଷ୍ଟ କରି ଦେଇଛନ୍ତି । ଘଟଣାସ୍ଥଳରେ ଅବକାରୀ ବିଭାଗ ପହଞ୍ଚିଲାବେଳକୁ ମଦ ମାଫିଆମାନେ ପ୍ରାଣ ବିକଳରେ ଘଞ୍ଚ ଜଙ୍ଗଲ ମଧ୍ୟକୁ ଦୌଡ଼ି ପଳାଇଥିଲେ ଲୁଚି ଯାଇଥିଲେ । ଅବକାରୀ କର୍ମଚାରୀ ପକ୍ଷରୁ ବାରମ୍ବାର ଚଢ଼ାଉ ଫଳରେ ମଦ ମାଫିଆଙ୍କ ମଧ୍ୟରେ ଭୟର ସଂଚାର ସୃଷ୍ଟି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ