ଭାରତରତ୍ନ ଡଃ. କଲାମଙ୍କ ୫ମ ତିରୋଧାନ ଦିବସ ପାଳିତ
କେନ୍ଦ୍ରାପଡା ,(ଚିତ୍ତରଞ୍ଜନ ଦାସ): ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଖ୍ୟାତ ବୈଜ୍ଞାନିକ ତଥା ଧୂରୀଣ ଦାର୍ଶନିକ ଭାରତରତ୍ନ ଡଃ.ଏ.ପି.ଜେ.ଅବଦୁଲ କଲାମଙ୍କର ପଂଚମ ବାର୍ଷିକ ତିରୋଧାନ ଦିବସ ମେଡିକାଲ ରୋଡସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଭାରତରତ୍ନ ଡଃ.ଏ.ପି.ଜେ.ଅବଦୁଲ କଲାମଙ୍କ ସ୍ମୃତିକମିଟି ପକ୍ଷରୁ ଡଃ.କଲାମଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସଙ୍ଘ କାର୍ଯ୍ୟାଳୟରେ ଥିବା ତାଙ୍କ ଫଟୋଚିତ୍ରରେ ମଧ୍ୟ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । କରୋନା ସଙ୍କ୍ରମଣକୁ ଦୃଷ୍ଟିରେ ରଖି ସୀମିତ ସଦସ୍ୟଙ୍କ ଦ୍ୱାରା ସାମାଜିକ ଦ୍ୱରତା ରକ୍ଷା ପୂର୍ବକ ମାସ୍କ ପରିଧାନ କରି ସ୍ମୃତିଚାରଣ କରାଯାଇଥିଲା । ଏହି ଉପଲକ୍ଷେ ତ୍ରୈଲୋକ୍ୟ ଚରଣ ସ୍ୱାଇଁଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସ୍ମୃତିସଭାରେ ଆବାହକ ହେମନ୍ତ କୁମାର ଜେନା, ଗୋପିନାଥ ବାରିକ, ରଙ୍ଗାଧର ସାହୁ, ନିରଞ୍ଜନ ଜେନା ପ୍ରମୁଖ ଯୋଗଦେଇ ସ୍ମୃତିଚାରଣ କରିଥିଲେ ।


