ରାଜ୍ୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ  

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ରାୟଗଡ଼ା ଠାରେ ଚାଲିଥିବା ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ ରେ ୧୭ ବର୍ଷରୁ କମ୍ ବାଳିକା ବିଭାଗରେ ଦିଗପହଣ୍ଡି ର ନରେଶ ସେଠୀ ଙ୍କ ଝିଅ କୁନି ସେଠୀ ଚାମ୍ପିୟନ୍ ଆଖ୍ୟା ଅର୍ଜନ କରିଛନ୍ତି। ଦିଗପହଣ୍ଡି ସ୍ଥିତ  ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମର ପ୍ରଶିକ୍ଷକ ନୀଳମାଧବ ପଣ୍ଡା ଙ୍କ ତତ୍ତ୍ଵାବଧାନରେ ପ୍ରଶିକ୍ଷଣ ନେଉଥିବା କୁନି ରାଜ୍ୟସ୍ତରରେ ସୁନାମ ଅର୍ଜନ କରିଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେତ୍ସା ର ସୁଅ ଛୁଟୁଛି।ଗତ ଶୁକ୍ରବାର ଠାରୁ ରାୟଗଡ଼ା ଠାରେ ଓଡିଶା ବ୍ୟାଡମିଣ୍ଟନ ସଂଘ ଆନୁକୁଲ୍ୟରେ ୟୋନେକ୍ସ  ସନ୍ ରାଇଜ ଏବଂ ରାୟଗଡା ଜିଲା ବ୍ୟାଡମିଣ୍ଟନ ର ମିଳିତ ସହଭାଗିତା ରେ  ଆୟୋଜିତ ବ୍ଯାଟମିଣ୍ଟନ ଚାମ୍ପିୟନସିପ୍ ରେ ରାଜ୍ୟର ବିଭିନ୍ନ ଜିଲା ରୁ ବହୁ ସଂଖ୍ୟକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।ବ୍ୟାଡମିଣ୍ଟନ ସଂଘର ସମସ୍ତ କାର୍ଯ୍ୟ କର୍ତ୍ତା ମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତା ର ଫାଇନାଲ ମ୍ୟାଚ ରେ ୧୩ ବର୍ଷରୁ କମ୍ ବାଳକ ବିଭାଗରେ ଗଞ୍ଜାମର ଶ୍ରୀୟାନ ଜେ.ପ୍ରକାଶ,ବାଳିକା ବିଭାଗରେ ଭୁବନେଶ୍ୱର ର ସ୍ଵାତୀ ପଲାଇ। ୧୫ ବର୍ଷରୁ କମ୍ ବାଳକ ବିଭାଗରେ କୋରାପୁଟ ର ଅଂଶ ନାରାୟଣ, ବାଳିକା ବିଭାଗରେ କୋରାପୁଟ ର ନେହାଶ୍ରୀ ପଟ୍ଟନାୟକ ବିଜୟୀ ହୋଇଛନ୍ତି।ସେହିପରି ୧୭ ବର୍ଷରୁ କମ୍ ବାଳକ ବିଭାଗରେ ସୁନ୍ଦରଗଡ଼ ର ଶିବରାମ ଠାକୁର ବିଜୟୀ ହୋଇଥିବା ବେଳେ ବାଳିକା ବିଭାଗରେ ଦିଗପହଣ୍ଡି କେନ୍ଦ୍ରୀୟ ବିଦ୍ୟାଳୟ ୯ମ ଶ୍ରେଣୀ ର ଛାତ୍ରୀ  କୁନି ସେଠୀ ବିଜୟୀ ହୋଇଥିଲେ।ଉଦଯାପନୀ ଉତ୍ସବରେ ବ୍ୟାଡମିଣ୍ଟନ ସଂଘ ସଭାପତି ହିମାଂଶୁ ଶେଖର ପାଣ୍ଡିଆ,ଉପସଭାପତି ସୁରେଶ ଚନ୍ଦ୍ର ପଣ୍ଡା, ଜେ.କେ କାଗଜ କଳ ର ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସ୍ମୃତିରେଖା କର ଅତିଥି ଭାବେ ଯୋଗଦେଇ ବିଜେତା ଓ ଉପ ବିଜେତା ମାନଙ୍କୁ ଟ୍ରଫି ଓ ପୁରସ୍କାର ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ