ଦିନରାତି ଚାଲିଛି ବେଆଇନ ପଥର ବ୍ଲାଷ୍ଟିଙ୍ଗ ,କାହାର ଶୁଭଦୃଷ୍ଟି ରେ ପାଲୁରୁ ପଥର ପାହାଡ

କନିଷି ତହସିଲ ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ବ୍ଲକ ସ୍ଥିତ ମିନ୍ତିରିଡି ପଞ୍ଚାୟତ ର ପାଲୁର ହିଲ ପର୍ବତରେ ପଥର କୁଆଁର ରେ ଲିଜଧାରୀ ଙ୍କର ଖୁଲମଖୁଲା ସରକାରୀ ଆଇନ କୁ ଉଲ୍ଲଘଂନ କରି ଉକ୍ତ ପାହାଜ ଲିଜଧାରୀ ବେ ଆଇନ ଭାବେ ୫ଇଞ୍ଚି ର ୫ଟି କମ୍ପ୍ରେସର ବୋର ଲଗାଇ ଦିନରାତି ବେଆଇନ ଭାବେ ପଥର ବ୍ଲାଷ୍ଟିଙ୍ଗ କରୁଥିବା ନିକଟସ୍ଥ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ସାଧାରଣତଃ ହାକରେ ପଥରକୁ ଛିଦ୍ର କରି ବ୍ଲାଷ୍ଟିଙ୍ଗ ବିଭିନ୍ନ ସ୍ଥାନରେ କରାଯାଉଥିବା ବେଳେ ସେଠାରେ କମ୍ପ୍ରେସର ମେସିନରେ ୫ଇଞ୍ଚି ର ହୋଲ କରି ପଥର ବ୍ଲାଷ୍ଟିଙ୍ଗ କରୁଥିବା ନୀତି ଦିନିଆ ଘଟଣା ପାଲଟିଛି । ଏ ନେଇ ଗ୍ରାମବାସୀ ଯଥା ହରିପୁର , ତାତଡାପଲ୍ଲି , ମାଣିକପୁର , ଗ୍ରାମବାସୀ ମାନେ ପ୍ରଭାବିତ ହେଉଛନ୍ତି । ଏହି ବ୍ଲାଷ୍ଟିଙ୍ଗ ଫଳରେ ନିକଟରେ ଥିବା ବିଜୁପଟ୍ଟନାୟ ଟ୍ରେନିଂସେଣ୍ଟଓ ଆଦର୍ଶ ବିଦ୍ୟାଳୟ ର ସ୍କୁଲ ବିଲଡିଙ୍ଗ ଆଶିଂକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ହରିପୁର ତାତଡାପଲ୍ଲୀ ,ମାଣିକପୁର , ପାଲୁର ଗ୍ରାମ ର ବହୁ କୋଠା ବ୍ଲାଷ୍ଟିଙ୍ଗ ଫଳରେ କ୍ଷତିଗ୍ରସ୍ତ ହୋଇଥିବା ନଜିର ରହିଛି । ବେଆଇନ ବ୍ଲାଷ୍ଟିଙ୍ଗ ନେଇ ଉକ୍ତ ଗ୍ରାମର ବାସିନ୍ଦା ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲାପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୈାଣସି ସୁଫଳ ମିଳିନଥିବା ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି । ଜିଲ୍ଲା ପ୍ରଶାସନ ର ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲା ରେ ପ୍ରାୟ ୨୦୫ ଟି ପଥର ଖଣି ଲିଜ ଦିଆଯାଇଥିବା ବେଳେ କାହାରିକୁ ମଧ୍ୟ ବ୍ଲାଷ୍ଟିଙ୍ଗକୁ ଅନୁମତି ଦିଆଯାଇନଥିବା ନିକଟରେ ସୂଚନା ଦେଇଥିଲେ ଅତିରିକ୍ତ ଜିଲ୍ଲାପାଳ । ଜିଲ୍ଲାର ବିଭିନ୍ନ ସ୍ଥାନରେ ପଥର କୁଆଁରି ରେ ଚାଲିଥିବା ବେଆଇନି ବ୍ଲାଷ୍ଟିଙ୍ଗ କୁ ନେଇ ଧଡପକଡ ଚାଲିଥିବା ସହ ବେଆଇନ ବିସ୍ଫୋରକ ନିମନ୍ତେ ବ୍ୟବହୃତ ଯନ୍ତ୍ରପାତି ସମେତ ଏଥିରେ ନିୟୋଜିତ ବ୍ୟକ୍ତି ଙ୍କୁ ଗିରଫ କରିଥିବା ନଜିର ରହିଛି , କିନ୍ତୁ କାହାର ଶୁଭ ଦୃଷ୍ଟି ଓ ଛତ୍ରଛାୟା ତଳେ ପାଲୁର ହିଲ ପଥର କୁଆଁରି ଲିଜଧାରୀ ରହି ବେଆଇନ ବିସ୍ପୋରଣ କରି ଦୈନିକ ୩୦୦ ଟ୍ରକରୁ ଉର୍ଦ୍ଧ ପଥର ଚାଲଣ ହେଉଥିଲେ ମଧ୍ୟ ଏଥିପ୍ରତି କାହାର ଦୃଷ୍ଟି ନପଡିବା ଅଞ୍ଚଳବାସୀ ଆଶ୍ଚର୍ୟ୍ୟ ପ୍ରକାଶ କରିଛନ୍ତି । ଉକ୍ତ ଅଞ୍ଚଳରେ ବସବାସ କରୁଥିବା ଛୋଟ ଚାଷୀ ଓ ପଶୁପାଳକ ମାନେ ବିଭିନ୍ନ ସମୟରେ ବ୍ଲଷ୍ଟିଙ୍ଗ ଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ବେଳେ ଛେଳୀ ,ମଇଁଷି ଓ ଗୋପାଳନ କରୁଥିବା ବ୍ୟକ୍ତି ମାନଙ୍କୁ ବେଳବେଳେ ବିନା ସୂଚନା ରେ ବିସ୍ପୋରଣ କରୁଥିବା ଯୋଗୁଁ ସେମାନଙ୍କର ପଶୁ ସମ୍ପଦ ନଷ୍ଟ ହେଉଥିବା ଅଭିଯୋଗ କରିଛନ୍ତି । ଏଥି ସହ କୁଆଁରୀ ନିକଟରେ ରେ ଥିବା ଗ୍ରାମ ଗୁଡିକ ର ଘରର କାନ୍ଥ ଗୁଡିକ ବିସ୍ପୋରଣ ଫଳରେ ଫାଟି ଆଁ କରି ରହିଥିବା ଦେଖିବାକୁ ମିଳିଛି । ଏଥି ପ୍ରତି ଜିଲ୍ଲା୍ ପ୍ରଶାସନ ଦୃଷ୍ଟି ସହ ବେଆଇନ ପଥର ବ୍ଲାଷ୍ଟିଙ୍ଗ ବିରୁଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ବାଧ୍ୟ ହୋଇ ଗ୍ରାମବାସୀ ମାନେ ରାଜ ରାସ୍ଥା କୁ ଓହ୍ଲାଇବେ ବୋଲି ସୂଚନା ଦେଇଛନ୍ତି ।




