ପିତାଙ୍କ ମୃତଦେହ ସାମ୍ନାରେ ବିବାହ କଲେ ଯୁବକ
ବିବାହ ଏକ ଶୁଭ ଅବସର ବୋଲି କୁହାଯାଏ । ହେଲେ ଜଣେ ପିତାଙ୍କ ଇଚ୍ଛା ପୂରଣ କରିବାକୁ ଯାଇ ପୁଅ ପିତାଙ୍କ ମୃତଦେହକୁ ସାମ୍ନାରେ ରଖି ବିବାହ କରିବା କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ତାମିଲନାଡୁର ବିଲ୍ଲୁପୁରମରେ ଘଟିଛି ଏମିତି ଏକ ଘଟଣା । ୩୧ ବର୍ଷୀୟ ଆଲେକଜାଣ୍ଡରଙ୍କର ବିବାହ ଖୁବ୍ ଧୁମ୍ଧାମ୍ରେ କରିବେ ବୋଲି ତାଙ୍କ ପିତା ସ୍ଥିର କରିଥିଲେ । ଆସନ୍ତା ସେପ୍ଟେମ୍ବର ୨ରେ ତାଙ୍କର ବିବାହ ହୋଇଥାଆନ୍ତା । ହେଲେ ଗତ ଶୁକ୍ରବାର ଆଲେକଜାଣ୍ଡରଙ୍କ ପିତା ଦେବମଣିଙ୍କର ହଠାତ୍ ମୃତ୍ୟୁ ହୋଇଗଲା । ଏଥିରେ ପୁଅ ଆଲେକଜାଣ୍ଡର ଭାଙ୍ଗି ପଡିଲେ ସତ । ହେଲେ ପିତାଙ୍କ ସାମ୍ନାରେ ସେ ବିବାହ କରିବେ ବୋଲି ନିଷ୍ପତ୍ତି ନେଲେ । ଅର୍ଥାତ୍ ପିତାଙ୍କ ସଂସ୍କାର ପୂର୍ବରୁ ସେ ଯେମିତି ହେଉ ବିବାହ କରିବାକୁ ଚିନ୍ତା କରିଥିଲେ । ଏଥିପାଇଁ ସେ ତାଙ୍କ ସ୍ତ୍ରୀ ହେବାକୁ ଯାଉଥିବା ଅନ୍ନପୁର୍ଣ୍ଣାନୀଙ୍କ ସହ କଥା ହୋଇଥିଲେ । ଅନ୍ନପୂର୍ଣ୍ଣାନୀ ବୃତ୍ତିରେ ଜଣେ ଶିକ୍ଷକ ହୋଇଥିବା ବେଳେ ସେ ଆଲେକଜାଣ୍ଡରଙ୍କ କଥାରେ ରାଜି ହୋଇଯାଇଥିଲେ । ଏହାପରେ ବରଯାତ୍ରୀ ସହ ପିତାଙ୍କ ମୃତଦେହକୁ ନେଇ କନ୍ୟା ଘରକୁ ଯାଇ ବିବାହ କରିଥିଲେ ଆଲେକଜାଣ୍ଡର । ଆଉ ବିବାହ ପରେ ତାଙ୍କ ପିତାଙ୍କର ମୃତଦେହକୁ ସଂସ୍କାର କରାଯାଇଥିଲା ।


