ମାଛ ମାଫିଆଙ୍କ କବଜାରେ ଗାରୋଇ ସ୍ଲୁଇସ ଗେଟ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ): ନାଉଗାଁ ବ୍ଳକ ଗାରୋଇସ୍ଥିତ ଦେବୀ ନଦୀ ଓ ଗୋବରୀ ନଦୀର ସଂଯୋଗରେ ଗାରୋଇ ସ୍ଲୁଇସି ଗେଟ ନିର୍ମାଣ ହୋଇଛି । ଏହି ସ୍ଲୁଇସ ଗେଟର ମୁଖ୍ୟ ଲକ୍ଷ୍ୟ ଚାଷ ଜମିରୁ ଉଦବୃତ ଜଳ ନିଷ୍କାସନ କରିବା ସହିତ ଗୋବରୀ ନଦୀରେ ଜଳ ସଂରକ୍ଷଣ କରି ପ୍ରକୃତ ଚାଷ ସମୟରେ ଚାଷ ଜମିକୁ ଜଳ ଯୋଗାଇବା ପାଇଁ ଉର୍ଦ୍ଦେଶ୍ୟରେ ଏହା ନିର୍ମାଣ କରାଯାଇଛି । ଏହାର ରକ୍ଷାଣବେକ୍ଷଣ ଜଳ ସଂପଦ ବିଭାଗ ହାତରେ ରହିଛି । ଏହ ସ୍ଲୁଇସ ଗେଟ କେଉଁ ସମୟରେ ଖୋଲା ଯିବ କେଉଁ ସମୟରେ ବନ୍ଦ ରହିବ ବିଭାଗୀୟ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି । କିନ୍ତୁ ବିଭାଗୀୟ ଅଧିକାରୀମାନେ ଏହି ସ୍ଲୁଇସ ଗେଟକୁ ମାଛ ମାଫିଆଙ୍କ ହାତରେ ଟେକି ଦେଇ ନିଶ୍ଚିନ୍ତରେ ରହୁଛନ୍ତି । ଯାହାଫଳରେ ମାଫିଆମାନେ ସ୍କୁଇସି ଗେଟକୁ ନିଜ ଇଛା ଅନୁସାରେ ଖୋଲି ମାଛ ମାରୁଥିବା ଅଭିଯୋଗ ହେଉଛି । ସୂଚନା ଥାଉକି ଏହି ସ୍ଲୁଇସ ଗେଟ ଉପରେ ଜଳ ପାଇଁ ନାଉଗାଁ ବ୍ଳକର ୬ଟି ପଂଚାୟତର ହଜାର ହଜାର ଚାଷୀ ନିର୍ଭର କରୁଛନ୍ତି । କିନ୍ତୁ ପ୍ରଶାସନର ଅବହେଳା ଏବଂ ନିମ୍ନମାନର କାର‌୍ୟ୍ୟ ଯୋଗୁଁ ଏହି ସ୍ଲୁଇସି ଗେଟ ଦୀର୍ଘ ବର୍ଷ ହେବ ଜଳ ସଂରକ୍ଷଣର କ୍ଷମତା ହରାଇ ବସିଥିଲା । ଫଳରେ ଏହି ସ୍ଲୁଇସି ଗେଟ ଉପରେ ନିର୍ଭର କରୁଥିବା ଚାଷୀମାନଙ୍କ ମଧ୍ୟ ଅସନ୍ତୋଷ ଦେଖା ଦେଇଥିଲା । ଯାହାକୁ ନେଇ ଗଣମାଧ୍ୟମରେ ବିଭିନ୍ନ ସମୟରେ ଖବର ପ୍ରକାଶ ପାଇବା ପରେ ଚଳିତ ବର୍ଷ ଜଳ ସଂପଦ ବିଭାଗ ପକ୍ଷରୁ ଏହି ସ୍ଲୁଇସି ଗେଟର ଥିବା ୫ଟି କବାଟକୁ ମରାମତି କରାଯାଇ କାର‌୍ୟ୍ୟକ୍ଷମ କରାଯାଇଥିଲା । ଗୁରୁତ୍ୱପୁର୍ଣ୍ଣ କଥା ଚଳିତ ବର୍ଷ ବର୍ଷାର ପରିମାଣ କମ ଥିବାରୁ ଏହି ଅଣ ଜଳଚେଚିତ ପଂଚାୟତ ଗୁଡିକର ଚାଷୀ ନାହିଁ ନଥିବା ହଇରାଣର ସମ୍ମୁଖୀନ ହେଉଥିଲେ । ବର୍ତମାନ ଏ ଅଂଚଳରେ ବର୍ଷା ହେବା ଫଳରେ ଚାଷୀମାନେ ଚାଷ କାର‌୍ୟ୍ୟ ଆରମ୍ଭ କରିଛନ୍ତି । କିନ୍ତୁ ଏହି ସମୟରେ ବର୍ଷାର ପରିମାଣ ନାଉଗାଁ ବ୍ଲକରେ ନିଅଂଟିଆ ବୃଷ୍ଟିପ୍ରାତ ଦେଖା ଦେଇଛି । ଏହି ସ୍ଲୁଇସି ଗେଟଟି ଯୋଗୁଁ ଚାଷୀ ଆବଶ୍ୟକ ଜଳ ପାଇବା ଆଶା ରଖି ଚାଷ କାର‌୍ୟ୍ୟ ଆରମ୍ଭ କରିଥିବା ବେଳେ ଚାଷୀଙ୍କ ଜୀବନ ଜିବିକା ସହିତ ଖେଳ ଖେଳିବା ଆରମ୍ଭ କରିଛି ଜଳ ସଂପଦ ବିଭାଗ । ବିଭାଗ ପକ୍ଷରୁ ଲୋକ ଦେଖାଣିଆ ଭାବେ ସକାଳ ସମୟରେ ସ୍ଲୁଇସି ଗେଟଟିକୁ ବନ୍ଦ ରଖାଯାଉଥିବା ବେଳେ ସଂଧ୍ୟା ପାଂଚଟାରୁ ବିଳମ୍ବିତ ରାତି ପର‌୍ୟ୍ୟନ୍ତ ଗେଟ ଖୋଲାଯାଇ ମାଛ ମାଫିଆ ମାଛ ଧରୁଛନ୍ତି । ଏଥିପ୍ରତି ବିଭାଗର ଦୃଷ୍ଟି ପଡୁନାହିଁ । ଅନ୍ୟପଟରେ ଏହି ସ୍ଲୁଇସି ଗେଟର ନିକଟରେ ମାଛ ଧରିବା ପାଇଁ କୋଣସି ସଂସ୍ଥାକୁ ସରକାରଙ୍କ ପକ୍ଷରୁ ନିଲାମ ମଧ୍ୟ ଦିଆଯାଇନାହିଁ । କିନ୍ତୁ ବିଭାଗୀୟ ଅଧିକାରୀ ମାଛ ମାଫିଆଙ୍କୁ ସ୍ଲୁଇସି ଗେଟଟି ଟେକି ଦେଇ ନିଶ୍ଚିନ୍ତରେ ରହୁଛନ୍ତି । ଯାହାକି ଆଜି ସଂଧ୍ୟା ସମୟରେ ସ୍ଲୁଇସି ଗେଟରେ ଥିବା ୫ଟି ଗେଟ ମଧ୍ୟରୁ ୨ଟି ଗେଟ ଖୋଲାଯାଇ ମାଛ ମାଫିଆ ମାନେ ମାଛ ଧରୁଥିଲେ । କିନ୍ତୁ ଏହି ଗେଟ ପାଖରେ କୌଣସି ବିଭାଗୀୟ କର୍ମଚାରୀ ଉପସ୍ଥିତ ନଥିଲେ । ଏ ସଂର୍ପକରେ ବିଭାଗୀୟ ଏସଡିଓଙ୍କୁ ପଚାରିବାରୁ ହିରାକୁଦ ଡ୍ୟାମରୁ ଜଳ ନିଷ୍କାସନ ହୋଇଛି ଏହାକୁ ଦୃଷ୍ଟିରେ ରଖି ଗେଟକୁ ମୋ ଉପସ୍ଥିତରେ ଖୋଲାଯାଇଛି । କିନ୍ତୁ ୫ଟି ଗେଟ ଥିବା ବେଳେ କ’ଣ ପାଇଁ ୨ଟି ଖୋଲାଯାଇଛି ପଚାରିବାରୁ ଅନ୍ୟ ଗେଟ ଗୁଡିକ ଖରାପ ଅଛି ବୋଲି କହିଥିଲେ । ସେହିପରି ଏହି ଗେଟ ଖୋଲାଥିବା ସମୟରେ ବିଭାଗୀୟ କର୍ମଚାରୀ କ’ଣ ପାଇଁ ଅନୁପସ୍ଥିତ ଅଛନ୍ତି ବୋଲି ପଚାରିବାରୁ କ’ଣ ପାଇଁ ଉପସ୍ଥିତ ନାହାନ୍ତି ବୋଲି ଦେଖୁଛି ବୋଲି କହିଥିଲେ । ଅନ୍ୟପଟରେ ଉକ୍ତ ଗେଟକୁ ୧ ମାସ ହେବ ମରାମତି କରାଯାଇ ୪ଟି ଫାଟକରେ ନୂତନ କବାଟ ଲାଗିଥିବା ବିଭାଗ ପକ୍ଷରୁ ଗଣମାଧ୍ୟମକୁ କୁହାଯାଇଥିଲା । ଏହା କିପରି ଅଳ୍ପ ଦିନରେ ଖରାପ ହେଲା ତାହା ତଦନ୍ତ ସାପେକ୍ଷ । ବିଭାଗୀୟ ଉଚ୍ଚ କତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଚାଷୀମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ