ଏଏସ୍‌ଆଇ କୃଷ୍ଣଚନ୍ଦ୍ର ମଣ୍ଡଳ କରୋନାରେ ମୃତ୍ୟୁ

ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ଗଞ୍ଜାମ ଜିଲ୍ଲାରେ କରୋନା ଏବେ ବିସ୍ଫୋରକ ସ୍ଥିତି ଦେଇ ଗତି କରୁଛି । ଆକ୍ରାନ୍ତଙ୍କ ସଂଖ୍ୟ ହୁ ହୁ ହୋଇ ବଢୁଥିବା ବେଳେ ମୃତ୍ୟୁ ହାର ମଧ୍ୟ ବଢ଼ିବାରେ ଲାଗିଛି। ତେବେ ଶୁକ୍ରବାର ସକାଳେ ବ୍ରହ୍ମପୁର ପୋଲିସ ଏଏସ୍‌ଆଇ କୃଷ୍ଣଚନ୍ଦ୍ର ମଣ୍ଡଳ ବୟସ ୫୮ବର୍ଷଙ୍କ କରୋନାରେ ମୃତ୍ୟୁ ଘଟିଛି। ସେ ବ୍ରହ୍ମପୁର ଟ୍ରାଫିକ ଥାନାରେ ଏଏସ୍‌ଆଇ ଭାବେ କାର୍ଯ୍ୟରତ ଥିଲେ। ତାଙ୍କର ଘର ଗଜପତି ଜିଲ୍ଲା ରାମଗିରି ନିକଟ ମଣ୍ଡଳସାହିରେ ହୋଇଥିବା ବେଳେ କୃଷ୍ଣଚନ୍ଦ୍ର ପରିବାର ସହ ଲାଞ୍ଜିପଲ୍ଲୀ ଠାରେ ଘର ଭଡା ନେଇ ରହୁଥିଲେ । ଗତ ମାର୍ଚ୍ଚ ୨୬ ତାରିଖରେ ସେ ଟ୍ରାଫିକ ଥାନାରେ ଏଏସ୍‌ଆଇ ଭାବେ ଦାଇତ୍ୱ ଗ୍ରହଣ କରିଥିଲେ। ଗତ ୨୨ ତାରିଖରେ ତାଙ୍କ ଠାରେ କରୋନା ଲକ୍ଷଣ ଦେଖାଯାଇଥିଲା। ପରେ ସ୍ବାବ ସଂଗ୍ରହ କରାଯାଇଥିଲା ।୨୫ ତାରିଖରେ କରୋନା ପଜିଟିଭ୍‌ ରିପୋର୍ଟ ଆସିବା ପରେ ତାଙ୍କୁ ଶିତଳାପଲ୍ଲୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ସକାଳେ ତାଙ୍କର ମୃତ୍ୟୁ ଘଟିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ