ଚିକିତ୍ସା ଅବହେଳାରୁ କୋଭିଡ କେୟାର ସେଣ୍ଟରରେ ଚାଲିଗଲା ଜୀବନ

ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ପୁଣି ଥରେ ଚିକିତ୍ସା ଅବହେଳାରୁ କୋଭିଡ କେୟାର ସେଣ୍ଟରରେ ଚାଲିଗଲା ଜଣଙ୍କ ଜୀବନ । ଏଭଳି ଅଭିଯୋଗ ଆସିଛି ବ୍ରହ୍ମପୁର ସହରର ସିଟି ହସପିଟାଲ ନିକଟସ୍ଥ ବିଜୁ ପଟ୍ଟନାୟକ ହୋମିଓ ପାଥିକ କଲେଜ ନିକଟସ୍ଥ ସେଣ୍ଟରରେ । ସହରର ରାଜୀବ ନଗର ୧ମ ଲାଇନ୍ ପଙ୍କଜ ବେହେରା ନାମକ ଜଣେ ୬୨ ବର୍ଷୀୟ ବୟସ୍କ ବ୍ୟକ୍ତିଙ୍କୁ ଗତ ଦୁଇ ଦିନ ଧରି ସାମାନ୍ୟ ଜ୍ୱର ରହିଥିବାରୁ କୋଭିଡ ପରୀକ୍ଷା କରିବା ପାଇଁ ନଗର ଚିକିତ୍ସାଳୟକୁ ଆଣିଥିଲେ । ହେଲେ ସିଟି ହସ୍ପିଟାଲ କର୍ତ୍ତୁପକ୍ଷ ରୋଗୀଙ୍କ ଅକ୍ସିଜେନ୍ ଲେବଲ୍ କମ୍ ରହିଥିବା ଦର୍ଶାଇ ନିକଟସ୍ଥ ଏହି ସେଣ୍ଟରକୁ ଯାଇ ଅକ୍ସିଜେନ୍ ଚିକିତ୍ସା କରିବା ପାଇଁ ଆଣିଥିଲେ ।ପିପିଇ କିଟ୍ ନଥିବା କହି ରୋଗୀଙ୍କୁ ଛୁଇଁଲେନି ସ୍ବାସ୍ଥ୍ୟକର୍ମୀ, ଚାଲିଗଲା ଜୀବନ !ହେଲେ ସେଠାରେ ରହିଥିବା କର୍ମଚାରୀ ମାନେ ପିପିଇ କିଟ୍ ନଥିବା ଦର୍ଶାଇ ରୋଗୀଙ୍କୁ କୁଆଡେ ନଦେଖିବା ସହ ରୋଗୀଙ୍କୁ ଅକ୍ସିଜେନ୍ ଆବଶ୍ୟକ ରହିଥିବାରୁ ସେମାନେ ରୋଗୀଙ୍କ ସଂପର୍କୀୟ ଙ୍କୁ ହିଁ ଅକ୍ସିଜେନ୍ ଦେବା ପାଇଁ କହିଥିଲେ । ଏହା ପରେ ପରିବାର ବର୍ଗ ବହୁ କଷ୍ଟରେ ଏକ ପିପିଇ କିଟ୍ କ୍ରୟ କରି ସେଣ୍ଟରକୁ ଧରି ଆସିଥିଲେ ମଧ୍ୟ ସେଠାରେ କୌଣସି ଡାକ୍ତର ନଥିବା ବେଳେ କୌଣସି କର୍ମଚାରୀ ନଦେଖିବାରୁ ତାଙ୍କ ବାପା ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି । ଏଭଳି ଅଭିଯୋଗ ମିଳିବା ପରେ ମୃତକଙ୍କ ପରିବାରଙ୍କ ସହ ସ୍ଥାନୀୟ ବିଜେପି ଦଳର କର୍ମକର୍ତ୍ତା ମାନେ ଘଟଣାସ୍ଥଳରେ ପହଞ୍ଚି ଆଲୋଚନା କରି ଫେରିଥିବା ଦେଖାଯାଇଛି । ବ୍ରହ୍ମପୁର ସହର ସମେତ ଜିଲ୍ଲାରେ କୋରୋନା ରୂପକ ମହାମାରୀ ସମୟରେ ଏଭଳି ଗୋଟିଏ ପରେ ଗୋଟିଏ ଘଟଣା ସ୍ୱାସ୍ଥ୍ୟ ବିଭାଗ ପ୍ରତି ଆଙ୍ଗୁଳି ନିର୍ଦ୍ଧେଶ କରିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ