ଛତ୍ରପୁରର ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଦିବସ ପାଳିତ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ଗଂଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ବ୍ଲକ ଓ ଏନଏସି ବିଭିନ୍ନ ସରକାରୀ ବେସରକାରୀ ଶିକ୍ଷାଅନୁଷ୍ଠାନ ବିଭିନ୍ନ୍ ଦଳର କାର୍ଯ୍ୟାଳୟ ତରଫରୁ ୭୩ ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ଆବାସିକ କାର୍ଯ୍ୟାଳୟରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଡିଆରଡିଏ କାର୍ଯ୍ୟାଳୟରେ ଡିଆରଡିଏ ପିଡି ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଡୁଡା କାର୍ଯ୍ୟାଳୟରେ ଡୁଡାପିଡି ସୁଦାମ ଚରଣ ମଣ୍ଡଳ, ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି ତହସିଲ କାର୍ଯ୍ୟାଳୟରେ ତହସିଲଦାର ନୀଳମାଧବ ଭୋଇ, ,ଛତ୍ରପୁର ଥାନାରେ ଥାନାଅଧିକାରୀ ପ୍ରିୟସ ରଂଜନ ଛୋଟରାୟ,ଛତ୍ରପୁର ଏନଏସି କାର୍ଯ୍ୟାଳୟରେ କାର୍ଯ୍ୟନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଛତ୍ରପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ବ୍ଲକ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡୀ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ବଡିଓ ଅମ୍ବିକା ପ୍ରସାଦ ଦାସ ଙ୍କ ସମେତ ପଞ୍ଚାୟତ ପ୍ରତିନିଧି ଓ କର୍ମଚାରି ମାନେ ଉପସ୍ଥିତ ରହିଥିଲେ । ଛତ୍ରପୁର ବିଇଓ କାର୍ଯ୍ୟାଳୟରେ ଅଭିନାଶ ଶତପଥୀ, ଅନସ୍ଲୋ ଅନୁଷ୍ଠାନରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ନମିତା ଦେ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ପରିଚାଳନା କମିଟି ସଭାପତି ଦିଲ୍ଲୀପ ସାମଲ ଉପସ୍ଥିତଥିଲେ । ପୋଲିସ ହାଇସ୍କୁଲ ଠାରେ ପ୍ରଧାନ ଶିକ୍ଷକ ଭାଗିରଥି ସ୍ୱାଇଁ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସେହିପରି ରୁଷିକୂଲ୍ୟାରୟତ ମହାସଭା କାର୍ଯ୍ୟାଳୟରେ ସମ୍ପାଦକ ସିମାଞ୍ଚଳ ନାହାକ, ଜିଲ୍ଲା ଟାଏକୋଣ୍ଡ ସଂଘ କାର୍ଯ୍ୟାଳୟର ଜିଲ୍ଲା ସଂପାଦକ କେ.ମନୋଜ ପ୍ରଧାନ,,ଗୋପାଲପୁର ଡକ୍ ୱାକରସ୍ ୟୁନିୟନ କାର୍ଯ୍ୟାଳୟରେ ସଭାପତି ଜି.ଏରେୟା ଜାତୀୟ ପତାକା ଉତ୍ତୋଳନ କରିଥିଲେ । ବରିଷ୍ଟ ଶିକ୍ଷାବିତ୍ କୃପାସିନ୍ଧୁ ପଣ୍ଡା ଛତ୍ରପୁର ରିକାପଲ୍ଲୀ ସ୍ଥିତ କସ୍ତୁରୁବା ଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟ ଠାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପିଲ୍ଲୀବନ୍ଧ ସ୍ଥିତ ୟୁରୋ କିଡ୍ ପ୍ରି ସ୍କୁଲ ଠାରେ ପ୍ରିନ୍ସପାଲ ଡାଏନା ମିଶ୍ର , ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ସସ୍ମିତା ମହାପାତ୍ର ଓ ସ୍କୁଲ ଅଧ୍ୟକ୍ଷ ତଥା ଯୁବ ଆଇନଜିବୀ ରଂଜନ ମହାପାତ୍ର ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଚିକଲଖଣ୍ଡି ଗ୍ରାମ ପଂଚାୟତ ଏବଂ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ସରପଞ୍ଚ ଡି.ଲକ୍ଷ୍ମୀ ରେଡ୍ଡୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଏବଂ କଣମଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଅଜିତ୍ କୁମାର ସେଠୀଙ୍କ ଉପସ୍ଥିତିରେ ସ୍ଥାନୀୟ ସରପଂଚ ଏସ.ଚକ୍ରପାଣି ରେଡ୍ଡୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସେହିପରି ଛତ୍ରପୁର ବିଜେପି କାର୍ଯ୍ୟାଳୟରେ ମଣ୍ଡଳ ସଭାପତି ପ୍ରଦୀପ କୁମାର ପାଢୀ, ଛତ୍ରପୁର ଲୋଏର ବସଷ୍ଟାଣ୍ଡ ସ୍ଥିତ ସିଦ୍ଧ ବିନାୟକ ଅଟୋ ଏସୋସିଆସନରେ ଆଇନଜିବୀ ବି.ଶ୍ରୀନିବାସ ରାଓ, ଚମାଖଣ୍ଡି ସ୍ଥିତ ସିପିଆଇ ଦଳୀୟ କାର୍ଯ୍ୟାଳୟରେ ଜିଲ୍ଲା ସହ-ସଂପାଦକ ନୀଳକଣ୍ଠ ଦାସଙ୍କ ଉପସ୍ଥିତିରେ ଚମାଖଣ୍ଡି ଜୋନାଲ ସଂପାଦକ ସିଏଚ୍. ଜନାର୍ଦ୍ଦନ ରେଡ୍ଡୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସେହିପରି ସ୍ୱାଭିମାନ ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ସଭାପତି ପ୍ରଶାନ୍ତ କୁମାର ମହାରଣା ଜାତୀୟ ପତାକାଉତ୍ତୋଳନ କରିଥିଲେ । ଛତ୍ରପୁର ବିଧାୟକଙ୍କ ନିଜସ୍ୱ କାର୍ଯ୍ୟାଳୟରେ ବରିଷ୍ଠ ଆଇନଜିବୀ ବିଜୟ କୃଷ୍ଣ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ମହାଶକ୍ତି ବଣିକ ସଂଘର ସଭାପତି କିଶୋର ଚନ୍ଦ୍ର ସେନାପତି, ଉମାରେଡ୍ଡୀ,ଇନ୍ଦୁ ତ୍ରିପାଠୀଙ୍କ ସମେତ ବହୁଦଳୀୟ କର୍ମୀ ମାନେ ଉପସ୍ଥିତ ଥିଲେ । ଛତ୍ରପୁର ଓକିଲ ସଂଘ କାର୍ଯ୍ୟାଳୟରେ ସଂଘର ସଭାପତି କେ.ଶିବରାମ ରେଡ୍ଡୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।