ପାଗଳ ଦେହ ରେ ପିପିଇ କିଟ୍
ରାଇକିଆ, (ପ୍ରଦୀପ କୁମାର ବେହେରା):କନ୍ଧମାଳ ଜିଲ୍ଲା ରାଇକିଆ ଓ ଜି ଉଦୟଗିରି ଅଞ୍ଚଳ ରେ ଏକ ପାଗଳ ଦେହରେ ପିପିଇ କିଟ୍ ପିନ୍ଧି ବୁଲୁ ଥିବା ଦେଖିବାକୁ ମିଳୁଛି। ପାଗଳ ବ୍ୟକ୍ତି ଜଣକ ର ଏପରି ଅବସ୍ଥା ଦେଖି ଲୋକେ ଭୟ ଭିତ ହୋଇ ପଡିଛନ୍ତି । କିଛି ଦିନ ହେଲା ଉକ୍ତ ପାଗଳ ରାଇକିଆ ଓ ଗମାଣ୍ଡି ଅଞ୍ଚଳ ରେ ବୁଲୁ ଥିବା ଦେଖିବାକୁ ମିଳୁଛି । କିଟ୍ ଗୁଡ଼ିକୁ ବ୍ୟବହାର ପରେ ପୋଡ଼ି ନଷ୍ଟ କରିବାକୁ ନିୟମ ଥିବା ବେଳେ ତାହା ନ କରି ଦାୟିତ୍ୱ ହିନ ଭାବେ ଏଣେ ତେଣେ ଫୋପଡା ଯାଉଥିବା ରୁ ଏହା ପାଗଳ ଙ୍କ ହାତରେ ପଡୁଛି । ଅନ୍ୟ ପକ୍ଷରେ ଏହାର ଭୟାବହତା ନେ଼ଇ ସେମାନେ ଅଜ୍ଞ ଥିବାରୁ ପିନ୍ଧି ବୁଲୁଛନ୍ତି । ଏ ନେଇ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି ।


