ବିଭିନ୍ନ ସ୍ଥାନରେ ଶନିଶ୍ଚରଙ୍କ ପୂଜା
ହାଟଡିହି (ଓ୍ବାଇଏନଏସ): ଆଜି ହେଉଛି ପ୍ରଭୁ ଗ୍ରହରାଜ ଶନିଶ୍ଚରଙ୍କ ଜନ୍ମ ଦିନ। ତେଣୁ ହାଟଡିହି ବ୍ଲକର ବିଭିନ୍ନ ସ୍ଥାନରେ ସବୁ ଶନି ମନ୍ଦିରରେ ଚାଲିଛି ପ୍ରଭୁ ଶନିଶ୍ଚରଙ୍କ ପୂଜାର୍ଚନା ଓ ହୋମ ଯଜ୍ଞ। ଏଥିପାଇଁ ହାଟଡିହି ବ୍ଲକ ଛେନାପଦି ଛକ ସ୍ଥିତ ଶନିଶ୍ଚର ମନ୍ଦିରରେ ପ୍ରତ୍ୟୁଷରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଛେନାପଦିଛକ ସ୍ଥିତ ବିଶ୍ଵ ତାରିଣୀ ମନ୍ଦିର ପରିସରରେ ଥିବା ମନ୍ଦିରରେ ଶନିଶ୍ଚର ଯଜ୍ଞ ଅନୁଷ୍ଠିତ ହୋଇଥଲା। ପଣ୍ଡିତ ଲୋକନାଥ ଆଚାର୍ଯ୍ୟଙ୍କ ଦ୍ୱାରା ପୂଜାର୍ଚ୍ଚନା ହୋଇଥିବା ବେଳେ ରତିକାନ୍ତ ସାମଲ, ନିରୁପମା ସାମଲ, ଯୁବରାଜ ସାମଲ, ଜ୍ୟୋସ୍ନା ରାଣୀ ଖୁଣ୍ଟିଆ, ଦେବବ୍ରତ ସାହୁ, ପ୍ରମୋଦ ବିଶ୍ୱାଳ, ବୀରଭଦ୍ର ବିଶ୍ୱାଳ ପ୍ରମୁଖ କର୍ତ୍ତା ଭାବେ ସାମିଲ ହୋଇଥିଲେ। ପ୍ରତ୍ୟୁଷରୁ ସୂର୍ଯ୍ୟପୂଜା, ଧେନୁପୂଜା, ଅଗ୍ନି ସ୍ଥାପନ, ମଣ୍ଡଳାଦି ପୂଜନ, ଚଣ୍ଡିପାଠ, ଗୀତାଯଜ୍ଞ ପରେ ପୂର୍ଣାହୁତି କରାଯାଇଥିଲା । ହଜାର ହଜାର ଶ୍ରଦ୍ଧାଳୁ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହିତ ସମି ବୃକ୍ଷରେ ଶଙ୍ଖା ବାନ୍ଧିବା ସହ ପାଣି ଢାଳି ମନସ୍କାମନା ପୂରଣ ପାଇଁ ପ୍ରାର୍ଥନା କରୁଥିଲେ। କୃଷ୍ଣଚନ୍ଦ୍ର ଜେନା, ପଞ୍ଚାନନ ବେହେରା, କିଶୋର ଆଚାର୍ଯ୍ୟ, ଦେବେନ୍ଦ୍ର ଜେନା, ଚକ୍ରଧର ସାହୁ, ସୁବାସ ଓଝା, ଅମୀୟ ନାୟକ, ମହେଶ୍ୱର ସା, ହିମାଂଶୁ ନାୟକ, ରବୀନ୍ଦ୍ର ବେହେରା, ଆକାଶ ସା, ସରୋଜ ଚକ୍ର, ସୁଧିର ବିଶ୍ୱାଳ, ପ୍ରିୟବ୍ରତ ସାହୁ, ବାବନ ସାହୁ, ତପନ ସାହୁ ପ୍ରମୁଖ କାର୍ଯକ୍ରମ ପରିଚାଳନା କରିଥିଲେ। ସେହିପରି ହାଟଡିହି , ବଞ୍ଚୋ, ଘୋଷରାପଦା, କୁଣ୍ଡିସାହି, ପନ୍ଦାଡ, ମଠ, ନୂଆରମ୍ପାସ, ମୁଗୁପୂର, ବିଦ୍ୟାଧରପୁର, ଆଦି ସ୍ଥାନରେ ଥିବା ଶନିଶ୍ଚର ମନ୍ଦିର ଗୁଡ଼ିକରେ ପ୍ରବଳ ଜନ ସମାଗମ ହୋଇଥଲା।


