ଶନିଶ୍ଚର ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ

ହାଟଡିହି  (ଓ୍ବାଇଏନଏସ): ହାଟଡିହି ବ୍ଲକ ପଢିଆରିପଲ୍ଲୀ ପଞ୍ଚାୟତ ଝୁଣାବାଡି ଶନିଶ୍ଚର ମନ୍ଦିର ପ୍ରତିଷ୍ଠାର ଚତୁର୍ଦଶତମ ବାର୍ଷିକ ଉତ୍ସବ ଓ ଗ୍ରହରାଜ ଶନିଶ୍ଚରଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି। ପର୍ଶୁରାମ ପେଡା, ସାବିତ୍ରୀ ପେଡାଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ପୂଜା ଉତ୍ସବରେ ପବିତ୍ର ପେଡା, ତପସ୍ୱିନୀ ପେଡା, ପ୍ରଦୀପ ପେଡା, ସୌମ୍ୟା ଶ୍ରୀ ପେଡା, ପ୍ରମୋଦ ପେଡା, ମନୀଷା ପ୍ରିୟ ଦର୍ଶନୀ ପେଡା,  କର୍ତ୍ତା ଭାବେ ପୂଜାକାର୍ଯ୍ୟ ସମ୍ପାଦନ କରିଥିବା ବେଳେ ସହ କର୍ତ୍ତା ଭାବେ ଚତୁର୍ଭୁଜ ରାଉତ, ରମାକାନ୍ତ ବାରିକ, ଦାମୋଦର ପାଣିଗ୍ରାହୀ, ଯଖବନ୍ଧୁ ପୃଷ୍ଟି, ଅବନୀ ସାହୁ ପ୍ରମୁଖ ସାମିଲ ହୋଇଥିଲେ । ପଣ୍ଡିତ ଦେବେନ୍ଦ୍ର ତ୍ରିପାଠୀ ଓ ତାଙ୍କ ସହଯୋଗୀଙ୍କ ଦ୍ୱାରା ଘଟ୍ଟୋତ୍ତଳନ କରାଯାଇ ପ୍ରତ୍ୟୁଷରୁ ସୂର୍ଯ୍ୟପୂଜା, ଗୋପୂଜା, ମଣ୍ଡଳାଦି ପୂଜନ, ଅଗ୍ନି ସ୍ଥାପନ, ଚଣ୍ଡିପାଠ, ଗୀତାଯଜ୍ଞ ପରେ ଅପରାହ୍ନରେ ପୂର୍ଣାହୁତି ପ୍ରଦାନ କରାଯାଇଥିଲା। ମାନଗୋବିନ୍ଦ ତ୍ରିପାଠୀ, ଦୋଳ ଗୋବିନ୍ଦ ତ୍ରିପାଠୀ ଓ ସେମାନଙ୍କ ସହଯୋଗୀଙ୍କ ଦ୍ୱାରା ଶନି ମନ୍ଦିର ଓ ଦକ୍ଷିଣ କାଳୀ ମନ୍ଦିରରେ ପୁଜାର୍ଚନା କରାଯାଇଥିଲା। ଏଥିରେ କେନ୍ଦୁଝର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରୁ ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେଇଥିବା ବେଳେ ବଳରାମ ଗିରି, ରମେଶ ଦାସ, ମାଧବ ଦାସ, ଶରତ ଗିରି, ଉମାକାନ୍ତ ରାଉତ, ଶିବ ପ୍ରସାଦ ବେହେରା, ମୁରଲୀ ସାହୁ, ସୁରଥ ସାହୁ, ସୁରେନ୍ଦ୍ର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଶ୍ରଦ୍ଧାଳୁ ମାନଙ୍କ ପାଇଁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ