ନେହେରୁ ଯୁବକେନ୍ଦ୍ର ପ୍ରତିଷ୍ଠାନ ତରଫରୁ ୭୩ତମ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର, : ରାଜ୍ୟର ଅଗ୍ରଣୀ ଯୁବ ଅନୁଷ୍ଠାନ ନେହେରୁ ଯୁବ ପ୍ରତିଷ୍ଠାନ ତରଫରୁ ୭୩ତମ ସ୍ୱାଧୀନତା ଦିବସ ପ୍ରତିଷ୍ଠାନ ପରିସର ଭିଆର-୬୩, ୟୁନିଟ୍-୬ ଠାରେ ଖୁବ୍ ଜାକଜମକରେ ପାଳିତ ହୋଇଯାଇଛି । ବିଶିଷ୍ଟ ଶିକ୍ଷାବିତ୍ ତଥା ଉକ୍ରଳ ସଂସ୍କୃତ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡଃ ବିମଳେନ୍ଦୁ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଓଡ଼ିଶାର ସମସ୍ତ ବରପୁତ୍ର ଓ ସ୍ୱାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କରି ତାଙ୍କ ବଳିଦାନ ସମ୍ପର୍କରେ ଉଲ୍ଲେଖ କରିଥିଲେ । ସେ ଆହୁରି କହିଲେ ଯେ, ସେବା ମନୋଭାବ କରି ସବୁ କାର୍ଯ୍ୟକଲେ ପ୍ରକୃତ ସ୍ୱାଧୀନତା ଆମେ ପାଇପାରିବା । ଅନୁଷ୍ଠାନର ସଭାପତି ସହଦେବ ଜୟସିଂ ଅଧ୍ୟକ୍ଷତା କରି ସ୍ୱାଧୀନତା ଦିବସର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ପାଦିକା ସୁମିତ୍ରା ତ୍ରିପାଠୀ ସମସ୍ତଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ସଂଯୋଜକ ଆଶିଷ ବେବର୍ତ୍ତା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଓ ଉପସଭାପତି ସଞ୍ଜିବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପତାକା ଉତ୍ତୋଳନ ପରେ ପରେ ଅନୁଷ୍ଠାନ ପରିସରରେ ମୁଖ୍ୟ ଅତିଥିô ଶ୍ରୀ ମହାନ୍ତିଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ସଂଯୋଜକ ଶ୍ରୀ ସୁରେନ୍ଦ୍ର ସାହୁଙ୍କ ଦିଗ୍ଦର୍ଶନରେ ସମସ୍ତ କାର୍ଯ୍ୟକ୍ରମକୁ ଅସିତ ଜେନା, ଉମେଶ ନନ୍ଦ, ସୁଦୀପ ପଟ୍ଟନାୟକ, ଉମା ପାତ୍ର, ପ୍ରତାପ ଦାସ, ଦିବ୍ୟଶକ୍ତିି ମହାପାତ୍ର, ଦାଶରଥୀ ପାତ୍ର, ମଞ୍ଜୁ ନନ୍ଦ, ମଳୟ ବେହେରା, ରଜତ ପାତ୍ର ପ୍ରମୁଖ ପରି·ଳନା କରିଥିଲେ । ବହୁ ସଦସ୍ୟ, ସଦସ୍ୟା ଓ ଶୁଭେଚ୍ଛୁ ଏହି ଉତ୍ସବରେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ