ପ୍ରତିରକ୍ଷା ସାମଗ୍ରୀକ୍ରୟ ପ୍ରକ୍ରିୟାର ସମୀକ୍ଷା ପାଇଁ ସମିତି ଗଠନ କୁମଞ୍ଜୁରି
ପ୍ରତିରକ୍ଷାସାମଗ୍ରୀକ୍ରୟ ପ୍ରକ୍ରିୟା (ଡିପିପି) ୨୦୧୬ ଓ ପ୍ରତିରକ୍ଷାକ୍ରୟ ନିୟମାବଳୀ ୨୦୦୯ (ଡିପିଏମ)ର ସମୀକ୍ଷା ଉଦ୍ଦେଶ୍ୟରେ ଏକ ସମିତି ଗଠନ ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅନୁମୋଦନ କରିଛନ୍ତି ।ଏହି ସମିତିରେ ମହାନିର୍ଦ୍ଦେଶକ (ଅଧିଗ୍ରହଣ) ଅଧ୍ୟକ୍ଷ ରହିବେ । ପ୍ରତିରକ୍ଷା କ୍ଷେତ୍ରରେ ସମ୍ପତି ଅଧିଗ୍ରହଣ ପ୍ରକ୍ରିୟାକୁ ସଂଶୋଧନ ଏବଂ ବ୍ୟବସ୍ଥିତ କରିବା ଦିଗରେ ଏହି ସମିତି କାର୍ଯ୍ୟକରିବ । ଡିପିପି ୨୦୧୬ ଏବଂ ଡିପିଏମ ୨୦୦୯ର ସଂଶୋଧନ ଅବଧି ହୋଇସାରିଛି । ପ୍ରକ୍ରିୟାକୁ ବ୍ୟବସ୍ଥିତ କରିବା ଦ୍ୱାରା ସମ୍ପତି ଅଧିଗ୍ରହଣଠାରୁ ଆରମ୍ଭ କରି ଜୀବନ ଚକ୍ର ସହାୟତା ପର୍ଯ୍ୟନ୍ତ ବାଧାମୁକ୍ତ ପ୍ରବାହକୁ ସୁନିଶ୍ଚିତ କରିବା ସହିତ ସରକାରଙ୍କ ‘ମେକ ଇନ ଇଣ୍ଡିଆ’ ପ୍ରୟାସକୁ ସୁଦୃଢ଼କରିବ । ମହାନିର୍ଦ୍ଦେଶକ (ଅଧିଗ୍ରହଣ)ଙ୍କ ବ୍ୟତୀତ ଯୁଗ୍ମସଚିବ/ମେଜର ଜେନେରାଲ ପାହ୍ୟାର ୧୧ ଜଣ ଅଧିକାରୀ ଏହି ଉଚ୍ଚସ୍ତରୀୟ ସମିତିରେ ସଦସ୍ୟରହିବେ । ସମିତିର ସନ୍ଦର୍ଭ ସର୍ତା ବଳୀରେ ରହିଛି : ଡିପିପି ୨୦୧୬ ଓ ଡିପିଏମ ୨୦୦୯ରେ ଦିଆଯାଇଥିବା ପ୍ରକ୍ରିୟାର ସଂଶୋଧନ କରିବା, ଯାହାଦ୍ୱାରା ପ୍ରକ୍ରିୟାରେ ରହିଥିବା ବାଧକ ଦୂରହେବା ସହିତ ପ୍ରତିରକ୍ଷା ଅଧିଗ୍ରହଣ ତ୍ୱରାନ୍ୱିତ ହେବ । ଡିପିପି ୨୦୧୬ ଏବଂ ଡିପିଏମ ୨୦୦୯ର ବ୍ୟବସ୍ଥାକୁ ସୁବ୍ୟବସ୍ଥିତ ଓ ମାନକୀକୃତ କରିବା, ଯେଉଁଠି ଆବଶ୍ୟକ, ସରଞ୍ଜାମ ପାଇଁ ଜୀବନ ଚକ୍ର ସହାୟତାକୁ ସୁଧାରିବା । ଭାରତୀୟ ଶିଳ୍ପ ସଂସ୍ଥା ଗୁଡ଼ିକର ଅଧିକ ଅଂଶଗ୍ରହଣ ତଥା ପ୍ରତିରକ୍ଷା ଶିଳ୍ପର ଆଧାର ସୁଦୃଢ଼ କରିବାଲାଗି ନୀତି ଏବଂ ପ୍ରକ୍ରିୟାକୁ ସହଜ କରିବା । ନୂଆ ବିଷୟ ବସ୍ତୁ, ଯଥା ଜୀବନ ଚକ୍ରମୂଲ୍ୟ, ଜୀବନ ଚକ୍ରସହାୟତା, ପ୍ରଦର୍ଶନ ଆଧାରିତ ଲଜିଷ୍ଟିକ୍ସ, ଆଇସିଟି, ଲିଜ ଠିକା ଦେବା, କୋଡିଫିକେସନ ଓ ମାନକୀକରଣ ଆଦିକୁ ଆବଶ୍ୟକ ହେଲେ ପରୀକ୍ଷା ଏବଂ ପ୍ରୟୋଗ କରିବା । ଭାରତୀୟ ଷ୍ଟାର୍ଟଅପ, ଗବେଷଣା ଓ ବିକାଶକୁ ପ୍ରୋତ୍ସାହନ ଦେବାଲାଗି ବ୍ୟବସ୍ଥା ସାମିଲ କରିବା । ଯେ କୌଣସି ଅନ୍ୟ ଦିଗ ଯାହା ଅଧିଗ୍ରହଣ ପ୍ରକ୍ରିୟାକୁ ସଂଶୋଧନ କରିବା ଦିଗରେ ଯୋଗଦାନ ଦେବା ସହ ‘ମେକ୍ଇନ୍ଇଣ୍ଡିଆ’ ଯୋଜନାକୁ ସମର୍ଥନ କରୁଥିବ । ଏହି ସମିତି ୬ ମାସମଧ୍ୟରେ ନିଜର ସୁପାରିସ ଦାଖଲ କରିବ ।


