ହିଞ୍ଜିଳିରେ କରୋନା ସ୍ଥିତିରେ ସୁଧାର

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ବିଶ୍ୱରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଆତଙ୍କ ସୃଷ୍ଟି କରି ଚାଲିଛି । ରାଜ୍ୟର ସର୍ବାଧିକ କରୋନା ସଂକ୍ରମିତ ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି । କରୋନାକୁ ପ୍ରତିହିତ କରିବା ସକାଶେ ସରକାର ଓ ପ୍ରଶାସନ ପକ୍ଷରୁ ଲକଡ଼ାଉନ, ସଟଡ଼ାଉନ, ୧୪୪, ଜନତାକର୍ଫ୍ୟୁ ଲାଗୁ କରାଯାଇଥିଲା । ଜୁଲାଇ ୩ୟ ସପ୍ତାହ ବେଳକୁ ଗଞ୍ଜାମ ଜିଲ୍ଲାରେ ସୁସ୍ଥତାଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗଞ୍ଜାମ ଜିଲ୍ଲାରେ କରୋନାର ଭୟଙ୍କର ସ୍ଥିତି ଦେଖା ଦେଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନାକୁ ମାତ୍ ଦେବା ପାଇଁ କରାଯାଇଥିବା ଉଦ୍ୟମ ପ୍ରଶଂସନୀୟ । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଗଣିତ ହିଞ୍ଜିଳିକାଟୁ ପୌରାଂଚଳ ଓ ବ୍ଳକ ଅଂଚଳରେ କରୋନା ଅକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ସ୍ଥାନୀୟ ଅଂଚଳରେ ଆଟିଂଜେନ ଟେଷ୍ଟ ସଂଖ୍ୟା ଯେତିକି ପରିମାଣରେ ବୃଦ୍ଧି ପାଉଛି ସେହି ଅନୁପାତରେ ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ସଂକ୍ରମିତଙ୍କ ସଂଖ୍ୟା କମିବା ଫଳରେ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ପ୍ରଶାସନ ସମେତ ଅଂଚଳବାସୀ ଆଶ୍ୱସ୍ତି ଅନୁଭବ କରିଛନ୍ତି ।
ରବିବାର ସ୍ଥାନୀୟ ବ୍ଳକ ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଥିବା କରୋନା ଆକ୍ରାନ୍ତ ଓ ସୁସ୍ଥତାର ତୁଳନାତ୍ମକଗ୍ରାଫରେ କରୋନା ସ୍ଥିତି ନେଇ ଅଧିକ ଆଶ୍ୱସ୍ତି ପ୍ରକାଶ ପାଇଛି । ରବିବାର ସୁଦ୍ଧା ହିଞ୍ଜିଳିକାଟୁ ବ୍ଳକର ୨୧ଟି ପଂଚାୟତରେ ୫୧ଜଣ କରୋନା ସଂକ୍ରମିତ ବିଭିନ୍ନ ଅଶିସୋଲେସନ ଓ କୋଭିଡ଼-୧୯ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ୨୫୭ ଜଣ କରୋନା ରୋଗୀ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶିତ କରୋନା ପଜିଟିଭ ତାଲିକାରେ ସ୍ଥାନୀୟ ବ୍ଳକ ଓ ପୌରାଂଚଳର ଶୁକ୍ରବାର ଜଣେ ଚିହ୍ନଟ ହୋଇଥିବା ବେଳେ ଶନିବାର ୧୦, ରବିବାର ୭ ଚିହ୍ନଟ ହୋଇଛନ୍ତି । ଶନିବାର ସ୍ଥାନୀୟ ପୌରାଂଚଳର ୪୬ଜଣଙ୍କ ଆଟିଂଜେନ ଟେଷ୍ଟ କରାଯାଇଥିବା ବେଳେ ଜଣଙ୍କର ମଧ୍ୟ ପଜିଟିଭ ନଥିବା ଜଣାପଡ଼ିଛି । ଗତ କିଛି ଦିନ ଧରି ସ୍ଥାନୀୟ ବ୍ଳକର ବିଭିନ୍ନ ପଂଚାୟତ ଓ ପୌରାଂଚଳରେ ଆଟିଂଜେନ ଟେଷ୍ଟ ବୃଦ୍ଧି ପାଉଥିବା ବେଳେ ସେହି ଅନୁପାତରେ ସଂକ୍ରମିତଙ୍କ ସଂଖ୍ୟା ବେଶ ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ଅଗଷ୍ଟ ପହିଲାରୁ ଅନଲକ-୩ କାର୍ଯ୍ୟକାରୀ କରାଯାଇଥିବା ବେଳେ କରୋନା କଟକଣାରେ କିଛିଟା କୋହଳ କରାଯାଇଛି । ତଥାପି ହିଞ୍ଜିଳିକାଟୁ ଅଂଚଳକୁ କରୋନା ମୁକ୍ତ କରିବା ପାଇଁ ସାମାଜିକ ଦୂରତ୍ୱ ରକ୍ଷା, ମାସ୍କ ପରିଧାନ, ହାତକୁ ବାରମ୍ବାର ସାବୁନ କିମ୍ବା ହ୍ୟାଣ୍ଡୱାସରେ ସଫା କରିବା ସହ କରେନା କଟକଣାର ସମସ୍ତ ନିୟମକୁ ମାନି ଚଳିଲେ ଅତିଶୀଘ୍ର କରୋନା ଠାରୁ ବିଜୟ ଲାଭ କରିପାରିବା ଓ ଏଥି ସକାଶେ ଅଂଚଳର ସମସ୍ତ ଜନସାଧାରଣ‌କ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ବିଡ଼ିଓ ପ୍ରସନ କୁମାର ପାତ୍ର କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ