ରାସ୍ତା ନିର୍ମାଣକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ): ସରକାର ତୃଣମୂଳ ସ୍ତରରେ ସାଧାରଣ ଜନତାଙ୍କ ମୌଳିକ ସମସ୍ୟାକୁ ନେଇ ଯୋଜନା ପରେ ଯୋଜନା କରିଚାଲିଛନ୍ତି ହେଲେ ବ୍ଲକ ପ୍ରଶାସନ ର ଅଣଦେଖା ଓ ପଞ୍ଚାୟତ ଜନପ୍ରତିନିଧିଙ୍କ ଅବହେଳା ନେଇ ଅଧିକାଂଶ ଯୋଜନା ଫସର ଫାଟି ଯାଉଛି । ପଞ୍ଚାୟତ ଯୋଜନା ଗୋପବନ୍ଧୁ ସଡ଼କ ଯୋଜନା,ମନେରଗା, ଜିଲ୍ଲା ପରିଷଦ ସଦସ୍ୟ, ପଞ୍ଚାୟତ ସମିତି ସଦସ୍ୟ, ବିଧାୟକ ଓ ସାଂସଦ ଅନୁଦାନ ପାଣ୍ଠି ଯେଉଁଠାରେ ପହଞ୍ଚିବା କଥା ସେଠାରେ ନ ପହଞ୍ଚି ସେମାନଙ୍କୁ ସୁହାଇଲା ଭଳି ସ୍ଥାନରେ ବିନିଯୋଗ ହେଉଛି ।ଯାହାକୁ ନେଇ ସରକାରଙ୍କ କୋଟି କୋଟି ଟଙ୍କା ପାଣିରେ ପଡୁଛି ଲୋକମାନଙ୍କ ମୌଳିକ ସମସ୍ୟା ସମାଧାନ ହୋଇପାରୁନାହିଁ । ଏଭଳି ଏକ ସମସ୍ୟା ଦେଖିବାକୁ ମିଳିଛି ମୟୂରଭଂଜର ଜାମଦା ବ୍ଲକର ତାରଣା ପଞ୍ଚୟତର ତାରଣା ଗ୍ରାମ ଉପରସାହିରେ ଗମନା ଗମନ ପାଇଁ ରାସ୍ତା ନାହଁ ।ପଞ୍ଚାୟତ ଅଫିସ୍ ପାଖରେ ଗାଁ ହେଲେ ଦୀପ ର ତଳ ଅନ୍ଧାର ଭଳି ତାରଣା ଉପର ସାହିରେ ରାସ୍ତା ସମସ୍ୟା ମୁଣ୍ଡ ଟେକିଛି ।ଏହି ଜନସଂଖ୍ୟା ୧୭୪୧ ।ରାସ୍ତା ଖାଲ ଢିପ ଓ ପଥୁରିଆ । ଗ୍ରାମବାସୀ ଦିର୍ଘ ୨୦ ବର୍ଷ ହେଲା ପଲ୍ଲୀ ସଭାରେ ଲିଖିତ ସମସ୍ୟା ଦେଲେ ମଧ୍ୟ କେହି ଶୁଣୁ ନାହାନ୍ତି । ଗାଁ ପାଖରେ ପଞ୍ଚାୟତ କାର୍ଯ୍ୟାଳୟ ଥିଲେ ମଧ୍ୟ ପଞ୍ଚାୟତ ସେବାରୁ ବଂଚିତ ହେଉଛନ୍ତି । ବ୍ଲକ ପିଣ୍ଡା ଦୌଡ଼ି ଦୌଡ଼ି ନୟାନ୍ତ । ବର୍ଷାଦିନେ ଗାଁ ଭିତରକୁ ଯିବା କଷ୍ଟ । ଆମ୍ବୁଲାନ୍ସ ମଧ୍ୟ ଯିବା କଷ୍ଟ । ଗର୍ଭବତୀ ମହିଳା, ସ୍କୁଲ ଛାତ୍ରଛାତ୍ରୀ,ପଥାରୋହୀ, ରୋଗୀଟିଏ ଯିବା ମଧ୍ୟ କଷ୍ଟ । ଜନପ୍ରତିନିଧି ଓ ବ୍ଲକ ପ୍ରଶାସନ ଗ୍ରାମବାସୀଙ୍କ କଥା ଶୁଣୁ ନାହାନ୍ତି ।ତେଣୁ ଗଣମାଧ୍ୟମ ସହାୟତାରେ ଜିଲ୍ଲା ପ୍ରଶାସନ ପାଖରେ ଏ ଘଟଣା ପହଞ୍ଚାଇବାକୁ ଗ୍ରାମବାସୀଙ୍କ ଦାବି ସହ ଶିଘ୍ର ଗାଁରେ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନେବାପାଇଁ ଗ୍ରାମବାସୀ ଦାବି କରିଛନ୍ତି । ପ୍ରଶାସନ ଓ ଜନପ୍ରତିନିଧିମାନେ ନଶୁଣିଲେ ଆଗକୁ ଗ୍ରାମବାସୀ ଆନ୍ଦୋଳନ କରିବେ ବୋଲି ସୂଚାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ