ବରିଷ୍ଠ ନାଗରିକଙ୍କ ୱାକିଙ୍ଗ୍ ପ୍ରତିଯୋଗିତା

ବରିଷ୍ଠ ନାଗରିକଙ୍କ ୱାକିଙ୍ଗ୍ ପ୍ରତିଯୋଗିତା
ବରିଷ୍ଠ ନାଗରିକଙ୍କ ୱାକିଙ୍ଗ୍ ପ୍ରତିଯୋଗିତା

ଛତ୍ରପୁର : ସୁସ୍ଥ ଛତ୍ରପୁର ସବୁଜ ଛତ୍ରପୁର ର ବାର୍ତ୍ତା ଦେଇ ଆଜି ଛତ୍ରପୁର ଏଥଲେଟିକ ଏସୋସିଏସନ ପକ୍ଷରୁ ଏକ ଅଭିନବ କାର୍ଯ୍ୟକ୍ରମ କରିଛନ୍ତି । ସ୍ୱାସ୍ଥ୍ୟ ହିଁ ସମ୍ପଦ ନାରା ଦେଇ ସ୍ଥାନୀୟ ଷ୍ଟାଡିୟମ ପରିସରରେ ଅପରାହ୍ନ ୫ଟାରେ ବରିଷ୍ଠ ନାଗରିକ (ପୁରୁଷ/ମହିଳା) ମାନଙ୍କୁ ନେଇ ଏକ ୱାକିଙ୍ଗ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲ।। ଏସୋସିଏସନ ପକ୍ଷରୁ ଛତ୍ରପୁର ଠାରେ ପ୍ରଥମ କରି ଏକ ନିଆରା ଢଙ୍ଗରେ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହୋଇଥିଲ।। ପ୍ରଥମେ ବରିଷ୍ଠ ନାଗରିକ ପୁରୁଷ ବର୍ଗଙ୍କ ୱାକିଙ୍ଗ୍ ପ୍ରତିଯୋଗିତା (୩ରାଉଣ୍ଡ) ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହାକୁ ଛତ୍ରପୁର ଏଥଲେଟିକ ଏସୋସିଏସନର ସଭାପତି ସୂବର୍ଣ୍ଣମାଳା ବିଷୋୟୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ପ୍ରତିଯୋଗିତାରେ ପି.ଲଚ୍ଛମନ ରାଓ ପ୍ରଥମ ସ୍ଥାନ ଅଧିକାର ଗ୍ରହଣ କରିଥିବା ବେଳେ ଆର.ଦଣ୍ଡାସୀ ରେଡ୍ଡୀ ଦ୍ୱିତୀୟ ସ୍ଥାନ ଓ ଲୋକନାଥ ବେହେରା ତୃତୀୟ ସ୍ଥାନ ପାଇଥିଲେ । ସେହିପରି ବରିଷ୍ଠ ନାଗରିକ ମହିଳା ବର୍ଗଙ୍କ ୱାକିଙ୍ଗ୍ ପ୍ରତିଯୋଗିତା (୨ ରାଉଣ୍ଡ) ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହାକୁ ଛତ୍ରପୁର ଏଥଲେଟିକ ଏସୋସିଏସନର ସାଧାରଣ ସଂପାଦକ ନୀରଞ୍ଜନ ପାତ୍ର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ପ୍ରତିଯୋଗିତାରେ ପ୍ରମିଳା ସାହୁ ପ୍ରଥମ ସ୍ଥାନ ଅଧିକାର ଗ୍ରହଣ କରିଥିବା ବେଳେ ଦମୟନ୍ତୀ ସାହୁ ଦ୍ୱିତୀୟ ସ୍ଥାନ ଓ ଏନ୍.ଜଗଦମ୍ବା ରେଡ୍ଡୀ ତୃତୀୟ ସ୍ଥାନ ପାଇଥିଲେ । ଏହି ପରିପ୍ରେକ୍ଷୀରେ ଷ୍ଟାଡିୟମ ପରିସରରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଛତ୍ରପୁର ଏଥଲେଟିକ ଏସୋସିଏସନର ସଭାପତି ସୂବର୍ଣ୍ଣମାଳା ବିଷୋୟୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲ।। ଏଥିରେ ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ଭି.ଏସ.ଆର ମୂର୍ତ୍ତି ଓ ଅବସରପ୍ରାପ୍ତ ଜିଲ୍ଲା ଶିକ୍ଷାଅଧିକାରୀ ନୀରଞ୍ଜନ ତ୍ରିପାଠୀ ଅତିଥୀ ଭାବେ ଯୋଗଦେଇ ଏସୋସିଏସନ ପକ୍ଷରୁ ଛତ୍ରପୁର ଠାରେ ପ୍ରଥମ କରି ବରିଷ୍ଠ ନାଗରିକ ମାନଙ୍କ ନେଇ ଏହି ପ୍ରତିଯୋଗିତା କରାଯାଇଥିବାରୁ ସେମାନେ ପ୍ରଶଂସା କରିଥିଲେ ଏବଂ ସୁସ୍ଥ ଛତ୍ରପୁର ସବୁଜ ଛତ୍ରପୁର ହୋଇପାରିବ ସେଥି ପ୍ରତି ଗୁରୁତ୍ୱ ଦେବାକୁ କହିଥିଲେ । ଏହି ଅବସରରେ ଦୁଇଜଣ ପ୍ରତିଭା ଅବସରପ୍ରାପ୍ତ ପୁଲିସ କର୍ମଚାରୀ କେ .ନାରାୟଣ ରାଓ ଓ କ୍ରୀଡା ଶିକ୍ଷୟତ୍ରୀ ସୁବାସିନି ସାହୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାସହ ବରିଷ୍ଠ ନାଗରରିକ ପୁରୁଷ/ମହିଳା ବଗର୍ର ଓାକିଙ୍ଗ୍ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥୀ ମାନଙ୍କ ଦ୍ୱାରା ଟ୍ରଫିସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲ।। ସେହିପରି ଛତ୍ରପୁର ଏଥଲେଟିକ ଏସୋସିଏସନ ପକ୍ଷରୁ ଖୋ –ଖୋ ଖେଳିବା ନିମନ୍ତେ କୁକୁଡାଖଣ୍ଡି କୁ କୋଚ ସୁଶାନ୍ତ ନାୟକ ଓ ମ୍ୟାନଜର ସରୋଜ କୁମାର ପାଢି ନେତୃତ୍ୱ ଯାଇ କୃତିତ୍ୱ ହାସଲ କରିଥିବା ଟିମ୍ କୁ ଏସୋସିଏସନ ପକ୍ଷରୁ ପୁରସ୍କୃତ କରାଯାଇଥିଲ।। ସ୍ୱତନ୍ତ୍ର ଭାବେ ବରିଷ୍ଠ ନା୍ଗରିକ (ଦିବ୍ୟାଙ୍ଗ) କୈଳାସ ନାୟକଙ୍କୁ ଏହି ୱାକିଙ୍ଗ୍ ପ୍ରତିଯୋଗିାତରେ ଅଂଶ ଗ୍ରହଣ କରିଥିବାରୁ ସମ୍ବର୍ଦ୍ଧିତ କରାଯାଇଥିଲ।। ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଏଥଲେଟିକ ଏସୋସିଏସନର ସାଧାରଣ ସଂପାଦକ ନୀରଞ୍ଜନ ପାତ୍ର, ଉପସଭାପତି ଡଃ.ରାଜେନ୍ଦ୍ର ପ୍ରସାଦ ଦାସ, ଏ.ରାବଣା ରାଓ, ରବିନ୍ଦ୍ର କୁମାର ସାହୁ, ଗଣେଷ ରାଓ, ସୁଶାନ୍ତ କୁମାର ନାୟକ, ଅନୀତା ମିଶ୍ର, ସୁନିତା ପାତ୍ର, ବି.ରାଜୁବାବୁ, ଅମର ପ୍ରସାଦ ବିଷୋୟୀ, ଶ୍ରୀକାନ୍ତ ମହାନ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ପୂର୍ବତନ କାଉନସିଲର ଟି.ଚନ୍ଦ୍ରଶେଖର ରାଓ, କିଶୋର ଚନ୍ଦ୍ର ସେନାପତି, ଆଇନଜିବୀ ବି.ଶ୍ରୀନିବାସ ରାଓ, ସୟଦ ମୁକ୍ତାର, ଓକିଲ ସଂଘର ସଭାପତି କେ.ଶିବରାମ ରେଡ୍ଡୀ, ଦୁର୍ଗା ପ୍ରସାଦ ସାହୁ, ତ୍ରିଲୋଚନ ବେହେରା, ପ୍ରଫୁଲ କୁମାର ସେନାପତି , ରିକାପଲ୍ଲୀ ବୀରହନୁମାନ କ୍ଲବର ସମସ୍ତ ସଭ୍ୟ ଏବଂ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଏନଏସି ଛାତ୍ର ମାନେ ସହଯୋଗ କରିଥିଲେ । ପ୍ରାରମ୍ଭରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ଭାଷଣ ପ୍ରଦାନ କରାଯାଇଥିଲା । ଏହି ପ୍ରତିଯୋଗିତା ନିମନ୍ତେ ସୁନିତା ପାତ୍ର ଓ ଦୁର୍ଗା ପ୍ରସାଦ ସାହୁ ବିଚାରକ ଭାବେ ଦାୟିତ୍ୱ ତୁଲାଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ପ୍ରଧ୍ୟାପକ ଅମର ପ୍ରସାଦ ବିଷୟୀ ସଂଯୋଜନା କରିଥିଲେ । ପ୍ରକାଶ ଥାଉକି ଯେ ପୁର୍ବରୁ ଛତ୍ରପୁର ଏଥଲେଟିକ ଏସୋସିଏସନ ପକ୍ଷରୁ ଦିବାରାତ୍ର ଇଷ୍ଟର୍ଣ୍ଣଜୋନ ଜାତୀୟ ବାଳକ/ବାଳିକା ମଧ୍ୟରେ ଖୋ-ଖୋ ପ୍ରତିଯୋଗିତା କରାଯାଇ ଜାତୀୟ ସ୍ତରରେ ସୁନାମ ଅଣିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ