ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁନାହିଁ ସରକାରଙ୍କ ଯୋଜନା : ଗୋଟିଏ ବଖରାରେ ରହୁଛନ୍ତି ୧୫ ଜଣ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ର ଡିମିରିଗୁଡ଼ା ପଞ୍ଚାୟତର ଡମପଡା ଗ୍ରାମରେ ।ସରକାରଙ୍କ ବିଭିନ୍ନ ଯୋଜନା ଭିତରେ ଗରିବ ଅସହାୟଙ୍କ ପାଇଁ ଅନେକ ଯୋଜନା ରହିଛି ।ହେଲେ ଆଜି ପର୍ଯ୍ୟନ୍ତ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ସରକାରଙ୍କ ଯୋଜନା ପହଂଚି ପାରୁନାହିଁ । ଡମପଡ଼ା ଗ୍ରାମର ବାଲିବୀର ମୁଖି ଓ ସାନ ଭାଇ ଜମ୍ବୁମୁଖୀ ଗାଁରେ ରହୁଥିବା ବେଳେ ମଝିଆ ଭାଇ ଘର ନଥିବାରୁ କଟପଙ୍ଗାରେ ରହୁଛନ୍ତି । ସେମାନେ ଦୀର୍ଘ ୭୦ ବର୍ଷରୁ ଅଧିକ ହେବ ଏହି ଗାଁରେ ରହୁଥିବା ବେଳେ ଏବେବି ତାଙ୍କର ଅବସ୍ଥା କହିଲେ ନସରେ ।ଭୋକ ଉପାସରେ ଓଳିଏ ଖାଇଲେ ଓଳିଏ ଉପାସ ସହିତ ଘର ଖଣ୍ଡିଏ କରିପାରିନାହାନ୍ତି । ପରିବାର ସଦସ୍ୟ ସଂଖ୍ୟା ୧୫ଏଇ ପରିବାର ସମସ୍ତ ସଦସ୍ୟ ଗୋଟିଏ ବଖରାରେ ରହନ୍ତି । ଦୀର୍ଘ ବର୍ଷ ପରେବି ଏମାନଙ୍କୁ ସରକାରଙ୍କ ତରଫରୁ ଘର ଖଣ୍ଡିଏ ବି ମିଳୁ ପାରୁନାହିଁ । ଗରିବଙ୍କ ପାଇଁ ଆସୁଥିବା ଆବାସ ଧନୀ ଶ୍ରେଣୀର ଲୋକେ ବିଭିନ୍ନ ଉପାୟରେ ବାଟମାରଣାକରି ହାତେଇଥିବା ବେଳେ ପ୍ରକୃତ ହିତାଧିକାରୀଙ୍କୁ ଘର ଖଣ୍ଡିଏ ମିଳୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।ଏମାନେ ଶିକ୍ଷା ଓସଚେତନର ଅଭାବରୁ ଏମାନେ ବ୍ଳକ କିମ୍ବା ପଂଚାୟତକୁ ଯାଉନଥିବା ବେଳେ ଏମାନଙ୍କ ପାଖକୁ ନିର୍ବଚନ ପ୍ରତିନିଧି କିମ୍ବା ସରକାରୀ କର୍ମଚାରୀ ଏମାନଙ୍କ ପ୍ରତି ଦୃଷ୍ଟି ଦେଉନଥିବା କହୁଛନ୍ତି ପରିବାର ଲେକେ ।ତେବେ ଏବାବଦରେ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପଚାରୀବାରୁ ଏସିସି ତାଲିକାରେ ଯେଉଁମାନଙ୍କ ନାମ ଥିଲା ସେମାନେ ଆବାସ ଗୃହ ପାଇଛନ୍ତି ।ବର୍ତର୍ମାନ ଯେଉଁ ହିତାଧିକାରୀ ପାଇନାହାନ୍ତି ସେମାନଙ୍କୁ ପୁଣି ଥରେ ଆବେଦନ କରିବାକୁ କୁହାଯାଇଛି ।ଆବେଦନ ପରେ ସେମାନେ ଘର ପାଇବେ ବୋଲି କହିଛନ୍ତି । ହେଲେ ପ୍ରଶ୍ନ ଉଠୁଛି ସରକାର ଯୋଜନା କାହାପାଇଁ ?ପ୍ରକୃତ ହିତାଧିକାରୀ ଗରିବ କଲ୍ୟାଣ ଯୋଜନାରୁ ବଂଚିତ ହେଉଥିବା ବେଳେ ଜମ୍ବୁ ମୁଖି ଓ ବୀର ମୁଖି ଘର ଖଣ୍ଡିଏ ପାଇଁ ପ୍ରଶାସନକୁ ନିବେଦନ କରି ଆଶା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ