ପୁଣି ରାଜରାସ୍ତାରେ ୮ ଶ୍ରମିକ ଗଣମାଧ୍ୟମ ପ୍ରତିନିଧିଙ୍କ ହସ୍ତକ୍ଷେପ, ବିଡିଓଙ୍କ ସହଯୋଗ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ପୁଣି ରାଜ ରାସ୍ତାରେ ଅସହାୟ ଶ୍ରମିକ। କେଉଁଠି ଠିକାଦାର ଦ୍ୱାରା ପ୍ରତାରିତ ହୋଇ ତ ପୁଣି କେଉଁଠି କାମ କରି ମଧ୍ୟ ଟଙ୍କା ପାଇ ନାହିଁ। ବାଧ୍ୟ ହୋଇ ଖାଇବାକୁ ନ ପାଇ ଭୋକ ଉପାସରେ ରାଜ ରାସ୍ତାରେ ଚାଲି ଚାଲି ଯାଉଛି ଶ୍ରମିକ। ସୋମବାର ଏମିତି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲାର ଫୁଲବାଣୀ-ଫିରିଙ୍ଗିଆ ରାସ୍ତାର କଲମପଦର ଗ୍ରାମରେ।ଖବର ପ୍ରକାରେ , ଶ୍ରମିକ ମାନେ ଫିରିଙ୍ଗିଆ ବ୍ଳକ ତଳପଡା ଲାଭୁରୁଗାଁ ଠାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତାରେ ଗତ ୩ ମାସ ହେଲା କାମ କରୁଥିଲେ। ବର୍ତ୍ତମାନ କରୋନା କଟକଣା ଯୋଗୁଁ ରାସ୍ତା ନିର୍ମାଣ ପାଇଁ ଆବଶ୍ୟକ ସରଜାଂମ ମିଳିବା ସମ୍ଭବ ହୋଇନଥିଲା। ଗତ କିଛିଦିନ ହେଲା କାମ ସଂପୂର୍ଣ୍ଣଭାବେ ବନ୍ଦ ହୋଇଯାଇଛି। ତେବେ ଉକ୍ତ ରାସ୍ତାକାମର ଠିକାଦାର ଗତ ୩ ମାସ ହେଲା ଦେଖା ମିଳିନଥିବା ବେଳେ ନିଜରର ପାଉଣା ପାଇଁ ସେଠାରେ ଅପେକ୍ଷା କରିଥିବା ଶ୍ରମିକ ମାନେ ଶେଷରେ କୌଣସି ରାସ୍ତା ନପାଇ ଚାଲି ଚାଲି ଦଳପଡ଼ା ଗ୍ରାମ ଠାରୁ ନିଜ ଗ୍ରାମ ନୟାଗଡ଼ ଜିଲାର ଗଣିଆ ଅଞ୍ଚଳକୁ ଚାଲି ଯିବା ପାଇଁ ଆରମ୍ଭ କରିଥିଲେ ଗସ୍ତ। କାମ କରିଥିଲେ ମଧ୍ୟ ପାଉଣା ମିଳିନଥିବା ବେଳେ ଯାହା କିଛି ୮ ଜଣଙ୍କ ପାଖରେ ଟଙ୍କା ଥିଲା ସେଥିରେ ସେମାନେ କିଛିଦିନ ଜେଣ ତେଣ ପ୍ରକାରେ ଚଳି ଯାଇଥିଲେ ମଧ୍ୟ ବର୍ତ୍ତମାନ ଚଳିବା କଷ୍ଟ ଦାୟକ ହୋଇ ପଡିଥିବା ଯୋଗୁଁ ସେମାନେ ନିଜ ଗ୍ରାମକୁ ଯିବାକୁ ଆରମ୍ଭ କରିଥିଲେ ଚାଳି ଚାଲି ଗସ୍ତ ବୋଲି ପ୍ରକାଶ କରିଛନ୍ତି। ଅସହାୟକ ଅବସରରେ ଆଜି ଦିନ ଦ୍ୱିପରରେ ଶ୍ରମିକ ମାନେ ଚାଲି ଚାଲି ଯାଉଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ଜଣ ନୟାଗଡ଼ ଜିଲାର ଓ ଜଣେ ଯାଜପୁର ଓ ଅନ୍ୟ ଜଣେ ମୟୁରଭଂଜନ ଜିଲାର ବୋଲି ପଚାରିବାରେ ପ୍ରକାଶ କରିଛନ୍ତି। ଉକ୍ତ ରାସ୍ତାଦେଇ ଯାଉଥିବା ଗଣମାଧ୍ୟମ ପ୍ରତିନିଧି ଉତ୍ତମ ଖମାରି ଉକ୍ତ ଶ୍ରମିକ ମାନଙ୍କୁ ଦେଖି ଘଟଣା ସଂପର୍କରେ ପଚାରିବା ସହିତ ତୁରନ୍ତ ଏ ସଂପର୍କରେ ଫିରିଙ୍ଗିଆ ଗୋଷ୍ଠି ଉନ୍ନୟନ ଅଧିକାରୀ ରଶ୍ମି ରଂଜନ ମହନ୍ତଙ୍କୁ ଫୋନ୍‍ ମାଧ୍ୟମରେ ଅବଗତ କରାଇଥିଲେ। ଘଟଣା ସଂପର୍କରେ ଜାଣିବା ପରେ ବିଡ଼ିଓ ତୁରନ୍ତ ଏକ ସରକାରି ଗାଡ଼ିର ବ୍ୟବସ୍ଥା କରିବା ସହିତ ଭୋକିଲା ପେଟରେ ଥିବା ଶ୍ରମିକ ମାନଙ୍କୁ ସୁଖିଲା ଖାଦ୍ୟ ସହିତ ପାଣିର ମଧ୍ୟ ବ୍ୟବସ୍ଥା କରିଥିଲେ। ଶ୍ରମିକ ମାନଙ୍କ ଅନୁରୋଧ ପ୍ରକାରେ ଗାଡ଼ିର ଚାଳକ ସେମାନଙ୍କୁ ଫୁଲବାଣୀ ଉପଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଛାଡ଼ିଥିଲେ। ଏଠାରେ ପହଞ୍ଚିବା ପରେ ଶ୍ରମିକ ମାନେ ଯେଭଳି ଭାବେ ନାକା ପଏଣ୍ଟ ସୁବିଧାରେ ପାର ହୋଇ ପାରିବେ ଓ ସେମାନେ ନୟାଗଡ଼ ପର୍ଯ୍ୟନ୍ତ ଯାଇ ପାରିବେ ସେ ନେଇ ଉପଜିଲାପାଳଙ୍କ ନିବେଦନ କରିବା ପରେ ପଦକ୍ଷେପ ନିଆଯାଇଥିବା ପ୍ରକାଶ। ଅନ୍ୟପକ୍ଷରେ ଠିକାଦାର ନିଜ କାମରେ ନିୟୋଜିତ କରିଥିବା ଶ୍ରମିକ ମାନଙ୍କ ଦ୍ୱାରା କାମ କରାଇଥିଲେ ମଧ୍ୟ ବର୍ତ୍ତମାନ ପରିସ୍ଥିତିରେ ସେ କୌଣସି ପ୍ରକାର ପାଉଣନଦେଇ ନିରବ ରହିବା ଓ ଅସୁବିଧା ସମୟରେ ଶ୍ରମିକ ମାନେ କିଭଳି ଭାବେ ନିଜ ଗ୍ରାମରେପହଞ୍ଚି ପାରିବେ ସେ ନେଇ ମଧ୍ୟ କୌଣସି ପ୍ରକାର ବ୍ୟବସ୍ଥା ନକରିବା ଘଟଣାକୁ ବିଭିନ୍ନ ମହଲରେ ମଧ୍ୟ ନିନ୍ଦା କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ