୧୦୪କେଜି ଗଞ୍ଜେଇ ଦୁଇଗାଡ଼ି ସହ୪ଗିରଫ
ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା କିଛି ଦିନ ହେଲା ଲଗାତାର ଗଞ୍ଜେଇ ଜବତ କରାଯାଇଛି ଯାହାକି କରୋନା ର ମଉକା ଦେଖି ପରିବା ଭଳି ବିଭିନ ସାମଗ୍ରୀ ରେ ଚୋରା ଚାଲାଣ କରୁଛନ୍ତି |ଏହା କୁ ଧରିବା ପାଇଁ ଏସପି ତପନ ପଟ୍ଟନାୟକ ଙ୍କ ନିର୍ଦେଶ ରେ ରାତି ଦିନ ଏକ କରିଛି ମୋହନା ପୋଲିସ| ଗତକାଲି ସକାଳେ ଥାନା ଅଧିକାରୀ ସୁଜିତ ନାୟକଙ୍କ ନିର୍ଦେଶ ରେ ସବୁ ଦିନ ଭଳି ଏସ ଆଇ ସୁନୀଲ କୁମାର ଦଳାଇ ଓ ତାଙ୍କ ଟିମ ରାଇସିଙ୍ଗି ନିକଟରେ ଗାଡି ଯାଞ୍ଚ କରୁଥିବା ବେଳେ ଏକ ମେକ୍ସ ପିକାପ ଗାଡି( jh05cr1775)ଅଡବା ପଟୁଆସୁଥିଲା ଏହାକୁ ଅଟକାଇ ଯାଞ୍ଚ କରିବା ବେଳେ ସେଥିରୁ୫ବସ୍ତା ଗଞ୍ଜେଇବାହାରିଥିଲା, ଠିକି ସେ ସମୟରେ ଗାଡିକୁ ପାର କରିବା ପାଇଁ ଏକ ଡିଜାର ଗାଡ଼ି (jh05y8595)କୁ ମଧ୍ୟ କାବୁ କରିଛି ଏହା ସହ୪ଜଣ ଙ୍କୁ ଗିରଫ କରିଛି ମୋହନା ବିଡ଼ିଓଙ୍କ ଉପସ୍ଥିତ ରେ ଉକ୍ତ ଗଞ୍ଜେଇକୁ ଉଜନ କରିବା ବେଳେ ତାହା୧୦୪କେଜି ହଇଛି ଗିରଫ ମନେ ହେଲେ ଝାଡ଼ଖଣ୍ଡ ଅଞ୍ଚଳ ର ସବିର ଆହମଦ,ମହମଦ ଶକିବ,ମୁବାରକ ଅନାସରି ଜମିଉଦ୍ଧାନ ମୋମିନ ଏମାନେ ରାୟଗଡ଼ା ଜିଲ୍ଲା କେନ୍ଦୁଗୁଡା ଅଞ୍ଚଳରୁ କିଣି ଝାଡ଼ଖଣ୍ଡ ଅଞ୍ଚଳ କୁ ନେଉଥିବା ବେଳେ ମୋହନା ପୋଲିସ ହାତରେ ଧରାପଡିଛନ୍ତି ବୋଲି ଏସଡ଼ିପିଓ ଅନିଲ ପ୍ରଧାନ କହିଛନ୍ତି|


