ପଦାରେ ପଡିଲା ସାନିଟାଇଜର ଘୋଟଲା
ବ୍ରହ୍ମପୁର,(ଓ୍ବାଇଏନ୍ଏସ୍): କୋରନା ପରିସ୍ଥିତି ର ଗମ୍ଭୀରତା କୁ ଲକ୍ଷ୍ୟ କରି ଲୋକମାନେ ସବୁ ସମୟରେ ପ୍ରଶାସନକୁ ସାହାଯ୍ୟ କରି ଆସିଛନ୍ତି | ପ୍ରଶାସନର ସବୁ ନିୟମକୁ ମାନିଛନ୍ତି | କିନ୍ତୁ ବର୍ତମାନର ପରିସ୍ଥିତିକୁ ଲକ୍ଷ୍ୟ କଲେ ଲୋକମାଙ୍କର ଅବସ୍ଥା ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି | ଏହି ସମୟରେ ଲୋକମାଙ୍କର ମନରେ ବୋହୁ ପ୍ରଶ୍ନ? ଲୋକମାନେ ଯେତିକି ପରିମାଣରେ ପ୍ରଶାସନର ସହାୟତା କରିଛନ୍ତି , କଣ ପ୍ରଶାସନ ଲୋକମାନଙ୍କୁ ସହାୟତା ଦେଇପାରିଛି ? ପ୍ରଶାସନର ନିୟମକୁ ନେଇ କଣ ଲୋକମାନେ ଖୁସି ? ଏମିତି ପ୍ରଶ୍ନ ଭିତରେ ଲୋକମାନେ ଗୋଟିଏ ପ୍ରଶ୍ନ କରିଛନ୍ତି, ତାହା ହେଉଛି କୁଆଡେ ଗଲା ରାଜ୍ୟ ସରକାରଙ୍କର ମାସ୍କ ଓ ସାନିଟାଇଜର ବ୍ୟବସ୍ତା ? ସାଧାରଣ ଲୋକଙ୍କର କହିବା କଥା ୧୬ ଟଙ୍କାର ମାସ୍କ ଯେତେବେଳେ ମିଳି ପାରୁନାହିଁ ସେଇଠି ସାନିଟାଇଜର ମିଳିବ କେଉଁଠି ? ଏଠି ପ୍ରଶ୍ନ ଉଠିଛି କୁଆଡେ ଗଲା ରାଜ୍ୟ ସରକାର କିଣିଥିବା ୫କୋଟି ମାସ୍କ ? ଏହାର ହିସାବ ଲୋକମାନଙ୍କୁ ମିଳିପାରୁ ନାହିଁ | ରାଜ୍ୟ ଔଷଧ ନିଗମ ନିୟମ ଅନୁସାରେ ୫୦୦ ଏମଏଲ ବୋତଲ ପିଛା ୨୦୦ ଟଙ୍କାରେ କିଣା ଯାଇଛି , ଓ ୫ ଲକ୍ଷ୍ୟ ବୋତଲ କୁ ୧୦ କୋଟି ଟଙ୍କାରେ କିନ୍ତୁ ସେହି ସମାନ ବୋତଲ କୁ ପଡୋଶୀ ବିହାର ୬୯ ଟଙ୍କା ୯୫ ପଇସାରେ କିଣିଛି | ଏହାର ଅର୍ଥ ବିହାର ଠାରୁ ଓଡିଶା ସରକାର ବୋତଲ ପିଛା ୧୩୦ ଟଙ୍କା ଅଧିକ ଦେଇ କିଣିଛନ୍ତି | ଓ ଏହା ସହିତ ବିହାର କିଣିଥିବା ସାନିଟାଇଜର ରେ ୮୦ ପ୍ରତିଶାଧ ଆଲକୋହଲ ଥିବା ବେଳେ ଓଡିଶା କିଣିଥିବା ସାନିଟାଇଜର ରେ ମାତ୍ର ୬୦ ପ୍ରତିଶୋଧ ଆଲକୋହଲ ରହିଛି , ୫ ଲକ୍ଷ୍ୟ ର ପ୍ରକୃତ ଦାମ ୩ କୋଟି ୫୦ ଲକ୍ଷ୍ୟ ହେଉଥିବା ବେଳେ ଓଡିଶା ସରକାର ଅଧିକ ପଇସା ଦେଇ କିଣିବାର ଅର୍ଥ କଣ ? ଆଉ ଯଦି କିଣିଛନ୍ତି ତାହା ଲୋକମାନଙ୍କର ପାଖରେ ପହଞ୍ଚି ପାରୁନି କାହିଁକି? ପ୍ରଶାସନ ଘୋଷଣା କରିଥିଲେ ଯେ ସାନିଟାଇଜର ର ମୂଲ୍ୟ ସାଧାରଣ ଲୋକମାନଙ୍କ ପାଇଁ ୨୦୦ ଏମଏଲ ପିଛା ସର୍ବାଧିକ ୧୦୦ ଟଙ୍କା ମୂଲ୍ୟ ରହିବ , ଅର୍ଥାତ ଅଧ ଲିଟର ରିୟା ସାନିଟାଇଜର ର ମୂଲ୍ୟ ୨୫୦ ଟଙ୍କା ରହିବ , ତେବେ ଲୋକମାଙ୍କର ପ୍ରଶ୍ନ କାହିଁକି ଏଭଳି ଅଧିକ ଦାମ ରେ କିଣାଗଲା ସାନିଟାଇଜର ଓ କାହିଁକି ଅଧିକ ଦାମ ରେ ଲୋକଙ୍କୁ ବିକାଗଲା , ଏହି ପ୍ରଶ୍ନ ର କୌଣସି ଉତ୍ତର ଲୋକଙ୍କୁ ମିଳୁ ନାହିଁ |ପ୍ରଥମେ ମାସ୍କ ତାପରେ ଏବେ ସାନିଟାଇଜର କିଣାରେ ଦୁର୍ନୀତି ,ଏହି ପ୍ରଶ୍ନ କୁ ଲୋକମାନେ ବାରମ୍ବାର ପଚାରିବା ସତ୍ୱେ ମଧ୍ୟ ପ୍ରଶାସନ ତରଫରୁ କୌଣସି ଉତ୍ତର ଲୋକମାନଙ୍କର ମଧ୍ୟରେ ପହଞ୍ଚି ପାରି ନଥିଲା , ଗୋଟିଏ ପରେ ଗୋଟିଏ ଅନିୟମିତା ପ୍ରଶାସନର ଦେଖିବାକୁ ମିଳୁଛି | କିନ୍ତୁ ପ୍ରଶାସନ ଏ ବିଷୟରେ କୌଣସି ଉତ୍ତର ଦେବାକୁ ପ୍ରସ୍ତୁତ ନାହିଁ |