ଅଜବ ନିଶା : ସାପ ପରେ ଏବେ ଡ୍ରାଗନ୍ ହେବା ଲକ୍ଷ୍ୟ
ଭଗବାନଙ୍କ ସୃଷ୍ଟିରେ ମଣିଷ ଶ୍ରେଷ୍ଠ ଜୀବ । ସୁନ୍ଦର ଦେଖାଯିବା ପାଇଁ ପ୍ରତ୍ୟେକ ମଣିଷ ଚାହିଁଥାନ୍ତି । ଖାସ୍କରି କିଛି ଲୋକ ବିୟୁଟିସିଆନ୍ଙ୍କ ପାଖକୁ ମଧ୍ୟ ଯାଇଥାନ୍ତି । ହେଲେ ଆଜିର ସମୟରେ କେହି ଜୀବଜନ୍ତୁଙ୍କ ପରି ଦେଖାଯିବାକୁ ଇଚ୍ଛା କରିବେ । ହୁଏତ ନା । କିନ୍ତୁ ଆମେରିକାରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ କି ନିଜର ସୁନ୍ଦର ଚେହେରା ଅପରେଶନ୍ କରାଇ ଜୀବଜନ୍ତୁଙ୍କ ପରି କେମିତି ଦେଖାଯିବେ ସେଇ ଲକ୍ଷ୍ୟ ନେଇ ଆଗେଇ ଚାଲିଛନ୍ତି । ପ୍ରଥମେ ନାକ, କାନ କାଟି ଦେହକୁ ଚିତ୍ର ବିଚିତ୍ର କରି ସାପ ରୂପରେ ସଜେଇ ହୋଇଥିଲେ । ଏବେ ଡ୍ରାଗନ ପରି ଦେଖାଯିବାକୁ ସଂକଳ୍ପ ନେଇଛନ୍ତି । ଏମିତି ଅଜବ ଚିନ୍ତାଧାରାର ବ୍ୟକ୍ତି ହେଉଛନ୍ତି ପୁରୁଷରୁ ମହିଳା ହୋଇଥିବା କିନ୍ନର ଇବା ମେଡୁସା । ଟେକ୍ସାସ୍ରେ ରହୁଥିବା ଇବା ସବୁବେଳେ ନିଜର ବିଚିତ୍ର ଚେହେରାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ସେ ତାଙ୍କ ସମ୍ପୂର୍ଣ୍ଣ ଶରୀରରେ ଟାଟୁ କରିଛନ୍ତିି । ଜିଭ ଅପରେଶନ କରାଇବା ସହ ମୁଣ୍ଡରେ ଶିଙ୍ଘ ଲଗାଇଛନ୍ତି । ଏଥିପାଇଁ ତାଙ୍କୁ ବହୁତ କଷ୍ଟ ହୋଇଥିବା କହିଛନ୍ତି । ଅପରେଶନ ପରେ ଏପରି ରୂପ ଦେଖି ସେ ବହୁତ ଖୁସି ବୋଲି କୁହନ୍ତି । ଇବା ବର୍ତ୍ତମାନ ତାଙ୍କର ପ୍ରାଇଭେଟ ଅଙ୍ଗକୁ ହଟାଇ ଦେଇଛନ୍ତି । ସରୀସୃପ ହେବା ଲକ୍ଷ୍ୟରେ ଏପରି କରିଥିବା ପ୍ରକାଶ । ଏହି ଅପରେଶନରେ ସେ ୭୫ ହଜାର ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ୫୩ ଲକ୍ଷ ଟଙ୍କା ଖର୍ଚ୍ଚ କରାଇଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ୨୦୨୫ ସୁଦ୍ଧା ଇବା ସମ୍ପୂର୍ଣ୍ଣ ସରୀସୃପ ରୂପୀ ମାନବ ହୋଇଯିବେ ।


