ଯେଉଁ ଜୀବ ଶୁଅନ୍ତି ୨୪ରୁ ୨୨ ଘଣ୍ଟା

ନିଦ ସମସ୍ତଙ୍କ ଲାଗି ନିହାତି ଆବଶ୍ୟକ । ବିନା ଖାଦ୍ୟରେ କେହି ଅଧିକ ସମୟ ବଞ୍ଚିପାରିବ, ମାତ୍ର ଶୋଇବା ବିନା ନୁହେଁ । ବିଜ୍ଞାନ ଅନୁଯାୟୀ ଜଣେ ମଣିଷ ୮ ଘଣ୍ଟା ଶୋଇବା ନିହାତି ଜରୁରୀ । ଏଥିରୁ କମ୍ ସମୟ ଶୋଇବା ଦ୍ୱାରା ସ୍ୱାସ୍ଥ୍ୟଗତ ବିଭିନ୍ନ ସମସ୍ୟା ଦେଖାଯାଇଥାଏ । ହେଲେ ଜୀବଜନ୍ତୁଙ୍କଠାରେ ଏଥିରେ ବ୍ୟତିକ୍ରମ ଦେଖାଯାଇଥାଏ । ସେମାନେ ୨୪ ଘଣ୍ଟାରୁ ୨୨ ଘଣ୍ଟା ଶୋଇପାରିଥାନ୍ତି । ତେବେ ଜାଣନ୍ତୁ ଅଧିକ ସମୟ ଶୋଉଥିବା ଜୀବଙ୍କ ସମ୍ପର୍କରେ ।
ନାଇଟ୍ ମଙ୍କି: ଏହାର ଆଖି ପେଚା ଭଳି ଦେଖାଯାଉଥିଲେ ମଧ୍ୟ ପୂରା ଶରୀର ମାଙ୍କଡ ଭଳି ହୋଇଥାଏ । ଏହା ଦକ୍ଷିଣ ଆଫ୍ରିକାରେ ଦେଖାଯାଉଥିବା ବେଳେ ଦିନକୁ ୧୭ ଘଣ୍ଟା ଶୋଇଥାଏ ।
ଅଜଗର: ବିଶ୍ୱରେ ଅନେକ ପ୍ରଜାତିର ସାପ ଦେଖିବାକୁ ମିଳୁଥିବା ବେଳେ ସେଥିମଧ୍ୟରୁ ଅଜଗର ସବୁଠାରୁ ଅଧିକ ୧୮ ଘଣ୍ଟା ଶୋଇଥାଏ ।
ଆର୍ମଡିଲୋ: ଦକ୍ଷିଣ ଆମେରିକା ଓ ଉତ୍ତର ଆର୍ଜେଣ୍ଟିନାରେ ବାସ କରୁଥିବା ଏହି ଆର୍ମଡିଲୋ ୧୮ ଘଣ୍ଟା ଶୋଇଥାଏ ।
ବ୍ରାଉନ ବାଟ୍ସ୍ : ଏହା ଉତ୍ତର ଆମେରିକାରେ ଦେଖାଯାଇଥାଏ । ଏହା ୧୯ ଘଣ୍ଟାରୁ ଅଧିକ ସମୟ ଶୋଇଥାଏ ।
କୋଆଲା: ଏହା ସବୁଠାରୁ ଅଧିକ ୨୨ଘଣ୍ଟା ଶୋଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ