ମୋବାଇଲକୁ ନେଇ ମାଆ-ଝିଅ ଭିତରେ ଫାଟ
ଆଜିର ଟେକ୍ନୋଲୋଜି ଯୁଗରେ ମୋବାଇଲର ବହୁଳ ବ୍ୟବହାର କରାଯାଉଛି । ବିନା ସ୍ମାର୍ଟଫୋନ୍ରେ ସମସ୍ତ କାମ ଯେପରି ଅଧୁରା । ଲୋକଙ୍କ ଧ୍ୟାନ ସବୁବେଳେ ଫୋନ୍ ଉପରେ ରହୁଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ନ୍ୟୁୟର୍କରେ । ଏଠାକାର ୧୫ ବର୍ଷର ଜଣେ ଯୁବତୀ ରୋଷେଇ କରୁଥିବାବେଳେ ସ୍ମାର୍ଟଫୋନ୍ ଉପରେ ଧ୍ୟାନ ଥିଲା । ଏହା ଭିତରେ ଷ୍ଟୋଭ୍ଟି ଫାଟିଯିବାରୁ ତାଙ୍କ ମା’ ରାଗିଯାଇ ଫୋନ୍ଟିକୁ ଛଡ଼ାଇ ନେଇଥିଲେ । କିନ୍ତୁ ଯୁବତୀଙ୍କର ମେସେଜ୍ ପଠାଇବାରେ ଏତେ ନିଶା ଥିଲା, ସେ ତାଙ୍କ ସ୍ମାର୍ଟ ଫ୍ରିଜକୁ ନିଜର ମେସେଞ୍ଜର କରିଦେଲେ । ନ୍ୟୁୟର୍କର ଏକ ମାଗାଜିନର ରିପୋର୍ଟ ଅନୁଯାୟୀ, ଡୋରୋଥୀ ନାମକ ଜଣେ ୧୫ ବର୍ଷୀୟା ଯୁବତୀଙ୍କଠାରୁ ତାଙ୍କ ମାଆ ରାଗି କି ମୋବାଇଲ ଛଡ଼ାଇ ନେଇଥିଲେ । ଏହା ପରେ ଯୁବତୀ ଜଣକ ସ୍ମାର୍ଟ ଫ୍ରିଜ୍ରେ ବନ୍ଧୁଙ୍କୁ ଟ୍ୱିଟ୍ କରି ମୋ ମା’ ମାବାଇଲ ଛଡ଼ାଇ ନେଇଛନ୍ତି । ମୁଁ ସବୁଦିନ ପାଇଁ ଛାଡ଼ି ଚାଲିଯାଉଛି । ତୁମମାନଙ୍କୁ ବହୁତ ମନେ ପକାଇବି । ଏବେ କାନ୍ଦୁଛି ବୋଲି ଲେଖିଥିଲେ । ମେସେଜ୍ ଦେଖି ନିନ୍ଟେଣ୍ଡୋ ଜରିଆରେ ମା’ ଲେଖିଲେ ତାଙ୍କ ଝିଅ ନିନ୍ଟେଣ୍ଡୋରୁ ଟୁଇଟର୍ ଚଲାଉଛନ୍ତି । ଏହି ଆକାଉଣ୍ଟ ଖୁବ୍ଶୀଘ୍ର ବନ୍ଦ ହୋଇଯିବ । ଏହା ପରେ ବି ଡୋରୋଥୀ ମାନି ନ ଥିଲେ । ବର୍ତ୍ତମାନ ଟୁଇଟର୍ ଚଲାଇବାକୁ ଡବ୍ଲ୍ୟୁଆଇଆଇୟୁ ଭିଡିଓ ଗେମ୍ର ସାହାରା ନେଇଛନ୍ତି । ଏହାର ଭିଡିଓ ଏବେ ସୋସିିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।


