ଛତ୍ରପୁରକୁ ସ୍ୱଚ୍ଛ ରଖିବା ନିମନ୍ତେ ଜନସାଧାରଣଙ୍କ ପକ୍ଷରୁ ପ୍ରସ୍ତୁତି ବୈଠକ
ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ): ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଲାକୁ ସୁସ୍ଥ ଓ ସବୁଜ ଜିଲ୍ଲାରେ ପରିଣତ କରିବା ନିମନ୍ତେ ବହୁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏହା ସହ ଲୋକମାନଙ୍କୁ ବିଭିନ୍ନ ଯୋଜନା ମାଧ୍ୟମରେ ସଚେତନ କରିଆସୁଛନ୍ତି । ଏହାକୁ ସମର୍ଥନ ଜଣାଇ ଆଜି ଛତ୍ରପୁର ଜନସାଧାରଣ ପକ୍ଷରୁ ସ୍ୱଚ୍ଛ ଛତ୍ରପୁର ଓ ସବୁଜ ଛତ୍ରପୁରର ବାର୍ତ୍ତା ଦେଇ କେତେ ଗୁଡିଏ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ପ୍ଲାଷ୍ଟିକକୁ ନା, ବାହାରେ ମଳତ୍ୟାଗକୁ ନା ଓ ପିଲାଟିଏ ଗଛଟିଏ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ସ୍ଥାନୀୟ ପଣ୍ଡିତ ନୀଳକଣ୍ଠ ଉକ୍ରଳ ଏକାଡ଼େମୀ ମହାବିଦ୍ୟାଳୟ ପରିସରରେ ପୂର୍ବତନ ସରପଂଚ ପଦିଆ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଆଗାମୀ ସେପ୍ଟମ୍ବର ୮ତାରିଖରେ ଛତ୍ରପୁର ଜନସାଧାରଣ ପକ୍ଷରୁ ସ୍ଥାନୀୟ ଷ୍ଟାଡ଼ିୟମ ପରିସରରେ ସଫେଇ କାର୍ଯ୍ୟକ୍ରମ ସହିତ ଚାରାରୋପଣ ଏବଂ ସନ୍ଧ୍ୟାରେ ପ୍ଲାଷ୍ଟିକକୁ ନା, ବାହାରେ ମଳତ୍ୟାଗକୁ ନା ଏବଂ ପିଲାଟିଏ ଗଛଟିଏ କାର୍ଯ୍ୟକ୍ରମ ଉପରେ ସଚେତନର ବାର୍ତ୍ତା ଦିଆଯିବ । ଏହାସହ ବିଜୁପଟ୍ଟନାୟକ ବାଣିଶ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବିଧାୟକ ଓ ସାଂସଦଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି । ଆଜିର ଏହି ପ୍ରସ୍ତୁତି ବୈଠକରେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ପୂର୍ବତନ ନଗରପାଳ ରାମଚନ୍ଦ୍ର ବେହେରା, ପୂର୍ବତନ କାଉନସିଲର କିଶୋର ଚନ୍ଦ୍ର ସେନାପତି ଓ ବି. ରାଜୁ ବାବୁ, ପିଏନୟୁ କଲେଜର ପ୍ରିନ୍ସପାଲ ଡଃ. ରାଜେନ୍ଦ୍ର କୁମାର ଦାସ, କ୍ରୀଡ଼ାବିତ୍ ପୂର୍ଣ୍ଣଚନ୍ଦ୍ର ବେହେରା, ଜିଲ୍ଲା ଗ୍ରନ୍ଥାଗାରିକ ଅମୀୟ କୁମାର ଧଳ, ୟୁଥ୍ ମାସ ସେବା ସଂଘର ସମ୍ପାଦକ ସୟଦ୍ ମୁକ୍ତାର, ପୂର୍ବତନ ସାଂସଦ ପ୍ରତିନିଧି ଆୟୁବ ଖାନ୍ , ପି. ରଞ୍ଜନ ପାଲ୍ , ନିରଞ୍ଜନ ଗୌଡ଼, ରାଜେଶ କୁମାର ମହାରଣାଙ୍କ ସମେତ ଛତ୍ରପୁରର ବହୁ ଜନସାଧାରଣ ଏବଂ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ରହି ନିଜ ନିଜର ମତ ରଖିଥିଲେ ।