ନୂତନ ଜାତୀୟ ଶିକ୍ଷା ନୀତି-୨୦୨୦” ଆଲୋଚିତ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):ଶିକ୍ଷା ବିକାଶ ସମିତି ଓଡ଼ିଶା(ଦକ୍ଷିଣ ପୂର୍ବ ସମ୍ଭାଗ)ର ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚକ୍ର ଜୁମ ଆପ ମାଧ୍ୟମରେ ଆୟୋଜନ କରାଯାଇଥିଲା ।ଉକ୍ତ ଆଲୋଚନା ରେ ବିଭିନ୍ନ ବିଭାଗରେ କାର‌୍ୟ୍ୟରତ ୧୮ଜଣ ସଦସ୍ୟ ଭାଗନେଇ “ନୂତନ ଜାତୀୟ ଶିକ୍ଷା ନୀତି-୨୦୨୦” ବିଷୟରେ ବିଷଦ ଆଲୋଚନା କରିଥିଲେ। ନୂତନ ଜାତୀୟ ଶିକ୍ଷା ନୀତି- ୨୦୨୦ର ବିଚାର, ଉପକାରୀତା, ବୈଜ୍ଞାନିକତା ଏବଂ ଯୁଗପଯୋଗୀତା ସମ୍ପର୍କରେ ସନ୍ଦର୍ଭ,ପ୍ରବନ୍ଧ, ଆଲୋଚନା ଏବଂ ମତାମତକୁ ସମାଜରେ ବିଭିନ୍ନ ବର୍ଗର ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଉକ୍ତ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା।ଏହି ବୈଠକରେ ପତ୍ରିକା ସଂଯୋଜକ ଦେବେନ୍ଦ୍ର ପଟ୍ଟନାୟକ,ପ୍ରାନ୍ତ ପ୍ରଚାର ପ୍ରସାର ପ୍ରମୁଖ ଚିନ୍ମୟ ରଞ୍ଜନ ଶତପଥୀ ସମେତ ଅନ୍ୟ ପ୍ରଚାର ସଦସ୍ୟ ଯଥା କମ୍ବୁ ପାଣି ସାମନ୍ତ, ଡ. ଚିତ୍ତ ରଞ୍ଜନ ମିଶ୍ର ଅଧ୍ୟକ୍ଷ ପଞ୍ଚାୟତ ମହାବିଦ୍ୟାଳୟ, ଶିବରାମ ସାହୁ ଅଧ୍ୟକ୍ଷ,ସରୋଜ କୁମାର ପଟ୍ଟନାୟକ, ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ରଞ୍ଜନ କୁମାର ପ୍ରଧାନ, ରବି ପ୍ରସାଦ ସରକାର, ଉପେନ୍ଦ୍ର ପଣ୍ଡା, ଜ୍ୟୋତି ରଞ୍ଜନ ବିଷୋୟୀ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତବ୍ୟକ୍ତ କରିଥିଲେ।କୋଭିଡ-୧୯ ଦ୍ୱାରା ଶିକ୍ଷାଦାନ କାର‌୍ୟ୍ୟକ୍ରମ ବହୁ ମାତ୍ରାରେ ପ୍ରଭାବିତ ହୋଇଛି।ଏହି ପରିପ୍ରେକ୍ଷୀରେ ଶିକ୍ଷା ବିକାଶ ସମିତି, ଓଡ଼ିଶା (ଦକ୍ଷିଣ ପୂର୍ବ ସମ୍ଭାଗ) ନୂତନ ଜ୍ଞାନ କୌଶଳ ପ୍ରୟୋଗ କରି ନୂତନ ଶିକ୍ଷାନୀତିକୁ ସହରାଞ୍ଚଳ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳରେ ଅଧିକ ପ୍ରଚାର ପ୍ରସାର କରିବା ପାଇଁ ପ୍ରଚେଷ୍ଟା କରିଛନ୍ତି, ଯାହାକି ଏହା ବିଭିନ୍ନ ମହଲରେ ଆଦୃତ ହୋଇପାରିବ ବୋଲି ଆଶା ପୋଷଣ କରିଛନ୍ତି ସମସ୍ତ ସଦସ୍ୟ ବୃନ୍ଦ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ