ମଦ ବ୍ୟବସାୟୀ ଗିରଫ
ଦିଗପହଣ୍ଡି,(ଓ୍ବାଇଏନ୍ଏସ୍): ଦିଗପହଣ୍ଡି ପୋଲିସ ଶୁକ୍ରବାର ଛଣମେରି ଗ୍ରାମର ମଦ ବ୍ୟବସାୟୀ ମିଟୁ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତ ଦୀର୍ଘଦିନ ହେଲା ଦେଶୀ ମଦ ଚୋରା ଚାଲାଣ କରୁଥିଲେ। ଥାନା ମାମଲା ନଂ.୧୬୮/୨୦ ଅନୁଯାୟୀ ଜାମିନ ଆବେଦନ ଖାରଜ ହୋଇଯିବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବଜେଲ କୁ ପଠାଇ ଦିଆଯାଇଛି। ଗତ ସୋମବାର ପୋଲିସ ଟିମ୍ ରାତ୍ରୀକାଳୀନ ପାଟ୍ରୋଲିଂ କରୁଥିବା ବେଳେ ପ୍ରାପ୍ତ ସୂଚନାକୁ ଭିତ୍ତିକରି ମିଟୁ ଙ୍କ ଘର ଉପରେ ଅତର୍କିତ ଚଢାଉ କରାଯାଇଥିଲା। ରାତି ପ୍ରାୟ ୯ ଟାରେ କରାଯାଇଥିବା ଏହି ଚଢ଼ାଉରେ ପୋଲିସ କୁ ମିଳିଥିଲା ସଫଳତା। ମିଟୁଙ୍କ ଘର ମଧ୍ୟରୁ ୬ ଟି ପ୍ଲାଷ୍ଟିକ ଜାରକିନ ରେ ଥିବା ୧୨୦ ଲିଟର ହାତ ରନ୍ଧା ମହୁଆ ଦେଶୀମଦ, ମଦ ବିକ୍ରୀ ରେ ବ୍ୟବହୃତ ୨ ଟି ଷ୍ଟିଲ ଗ୍ଲାସ୍,୪ ଟି ଖାଲି ଥିବା ପ୍ଲାଷ୍ଟିକ ଜଲ୍ ଜିରା ବୋତଲ ପ୍ରଭୃତି ଜବତ କରାଯାଇଥିଲା। ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖାଯାଇ ଜେରା କରାଯିବା ପରେ ସେ ଗତ କିଛିଦିନ ହେଲା ଗଞ୍ଜାମ – ଗଜପତି ସୀମାନ୍ତ ଜଙ୍ଗଲରୁ ରନ୍ଧା ଦେଶୀ ମଦ ଆଣି ଆଖପାଖ ଗ୍ରାମାଞ୍ଚଳ ମାନଙ୍କୁ ଅଧିକା ମୂଲ୍ୟରେ ଚୋରା ଚାଲାଣ କରୁଥିଲା ବୋଲି ପୋଲିସ ନିକଟରେ ସ୍ବୀକାର କରିଛନ୍ତି।ନିୟମାନୁଯାୟୀ କୋଭିଡ଼ ପରୀକ୍ଷା ରିପୋର୍ଟ ମିଳିବା ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।


