ମୋବାଇଲ ଫୋନ୍ ପଛରେ ଥିବା ଗୋଟିଏ ଛୋଟ ଛିଦ୍ରର ରହସ୍ୟ

ଯେତେବେଳେ ଆପଣ ଏକ ନୂଆ ମଡେଲର ମୋବାଇଲ ଦେଖନ୍ତି ତାହା ହେଲେ ତାର ସମସ୍ତ ଫିଚର ସମ୍ପର୍କରେ ଜାଣିବାକୁ ଚାହାଁନ୍ତି । ଫୋନରେ ସ୍କ୍ରିନ ଅନ୍ କରି ଡିସ୍ପ୍ଲେ  ଦେଖନ୍ତି । ସମ୍ମୁଖ ଓ ପଛପାଖ ଦେଖି କ୍ୟାମେରାର ପ୍ଲେସମେଣ୍ଟ ଦେଖନ୍ତି । ସିମ୍ ସ୍ଲଟ୍ ଓ ଏମିତି ଆହୁରି ଅନେକ କିଛି ଦେଖନ୍ତି । କିନ୍ତୁ ଆଜିକାଲି ମୋବାଇଲ ଫୋନରେ ଏକ ଛୋଟ ଛିଦ୍ର ଦେଖିବାକୁ ମିଳୁଛି । ଏହି ଛିଦ୍ର କ୍ୟାମେରା ପାଖରେ ଥାଏ । ଆପଣ କେବଳ ଭାବିଛନ୍ତି କି ଏହି ଛିଦ୍ର କାହିଁକି ଦିଆଯାଇଛି ଏହାର କାରଣ ଉପଯୋଗ ଓ ଏହାର ପଛ କ୍ୟାମେରା ପାଖରେ କାହିଁକି ରଖାଯାଇଛି ।

ଅନେକ ଭାବନ୍ତି ଏହି ଛିଦ୍ରର କ୍ୟାମେରା ସହିତ କିଛି ସମ୍ପର୍କ ଥିବ । କିନ୍ତୁ ସେମିତି କିଛି ନୁହେଁ । ମୋବାଇଲ ଫୋନର ବ୍ୟାକ ପ୍ୟାନେଲରେ ଦିଆଯାଇଥିବା ଏହି ଛିଦ୍ର ଅସଲରେ ହେଉଛି ଏକ ମାଇକ୍ରୋଫୋନ । ତେବେ ଆପଣ କଥା ଶୁଣିବା ପାଇଁ ଅବା ଅନ୍ୟ କାହାରି କଥା ଆପଣଙ୍କୁ ଶୁଣାଇବା ପାଇଁ ଏହି ମାଇକ୍ରୋଫୋନ ଦିଆଯାଇନାହିଁ । ଆପଣ ଯେମିତି ଫୋନରେ ସ୍ପଷ୍ଟ ଭାବେ କଥା ହୋଇପାରିବେ ସେଥିପାଇଁ ଏହି ମାଇକ୍ରୋଫୋନ ଦିଆଯାଇଛି । ଏହାକୁ ସେକେଣ୍ଡାରୀ ମାଇକ୍ରୋଫୋନ କୁହାଯାଏ । ଏହା ନଏଜ କ୍ୟାନସେଲେସନର କାର୍ଯ୍ୟ କରେ । ଅର୍ଥାତ ଫାଲତୁ ଶବ୍ଦଗୁଡିକୁ ରୋକିଥାଏ । ଫଳରେ ଆପଣ ସ୍ପଷ୍ଟ ଭାବେ ମୋବାଇଲ ଫୋନ୍ରେ କଥାବାର୍ତ୍ତା କରିପାରନ୍ତି ।

ସାଧାରଣତଃ ମୋବାଇଲ ଫୋନରେ ଦୁଇଟି ମାଇକ୍ରୋଫୋନ୍ ଥାଏ । ଗୋଟିଏ ଫୋନରେ ତଳେ ଦିଆଯାଇଥାଏ ଯେଉଁଥିରେ ଆମେ କହୁ ଓ ଆମ କଥା ଦ୍ୱିତୀୟ କଲରଙ୍କ ପାଖରେ ପହଞ୍ଚିଥାଏ । କିନ୍ତୁ ସବୁବେଳେ ଆପଣ ଶାନ୍ତ ପରିବେଶରେ ଥାଇ କଥାବାର୍ତ୍ତା ସମ୍ଭବପର ନୁହେଁ । ଏଭଳି ପରିସ୍ଥିତିରେ ସେକେଣ୍ଡାରୀ ମାଇକ୍ରୋଫୋନ ଆପଣଙ୍କ ଆଖପାଖରେ ହେଉଥିବା ପାଟିତୁଣ୍ଡକୁ ଦୂରରୁ ଧରି ସେଇଠି ରୋକିଦିଏ । ଫଳରେ ଦ୍ୱିତୀୟ କଲରଙ୍କ ପାଖକୁ କଥାଗୁଡ଼ିକ ସ୍ପଷ୍ଟ ଭାବେ ଶୁଣାଯାଏ । ଅଧିକାଂଶ ଫୋନ ନଏଜ କ୍ୟାନସେଲେସନ ପାଇଁ ଏହି ମାଇକ୍ରୋଫୋନ କ୍ୟାମେରା ପାଖରେ ଦିଆଯାଇଛି । ତେବେ ଆଉ କିଛିି ଫୋନରେ ଉପର ପ୍ୟାନେଲରେ ବି ଏହି ମାଇକ୍ରୋଫୋନକୁ ଆପଣ ଦେଖିପାରିବେ । ଏଭଳି ସେକେଣ୍ଡାରୀ ମାଇକ୍ରୋଫୋନ ପ୍ରଥମେ ଆପଲ ଆଇଫୋନ ବ୍ୟବହାର କରିଥିଲା । କିନ୍ତୁ ଆଜିକାଲି ଅନେକ ଆଣ୍ଡ୍ରଏଡ ଫୋନରେ ଏହାକୁ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ