ଗାଡ଼ିରେ ନୁହେଁ, ଉଡ଼ିଉଡ଼ି ଅଫିସ ଯାଇଥାନ୍ତି ଏହି ବ୍ୟକ୍ତି
ସାଧାରଣତଃ ଲୋକେ ଅଫିସକୁ ଗାଡ଼ିମୋଟରରେ ଯାଇଥାନ୍ତି । କିନ୍ତୁ ଜଣେ ଲୋକ ପ୍ରତିଦିନ ଉଡ଼ିଉଡ଼ି ଅଫିସ ଯାଇଥାନ୍ତି । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଇଂଲଣ୍ଡର ଟମ୍-ପ୍ରାଇନୋ-ବ୍ରୁନ୍ ପ୍ରତିଦିନ ଉଡ଼ି କରି ଅଫିସ ଯାଇଥାନ୍ତି । କାରଣ ଟମ୍ କେତେଥର ଟ୍ରାଫିକ୍ରେ ଫସିବା ପରେ ଏମିତି ନିଷ୍ପତ୍ତି ନେଇଛନ୍ତି । ପ୍ରତିଦିନ ଟମ୍ ପିଠିରେ ଏକ ପାରାମିଟର ଗ୍ଲାଇଡର ଲଗାଇ ଘରୁ ଅଫିସ ଯାଇଥାନ୍ତି । ଏଥିରେ ଏକ ମୋଟର ଲାଗିଛି । ଅନ୍ କରିବା କ୍ଷଣି ଏହା ଖୁବ୍ କ୍ଷୀପ୍ର ବେଗରେ ଉଡ଼ିଯାଏ?
ପ୍ରଥମେ ଟମ୍ ପଡ଼ିଆରେ ୧୦-୧୫ ପାଦ ଦୌଡ଼ିବା ପରେ ଧୀରେ ଧୀରେ ପାଦ ଉପରକୁ ଉଠାଇ ନେଇଥାନ୍ତି । ପାଗ ଭଲ ଥିଲେ ଟମ୍ ପ୍ରତିଦିନ ଉଡ଼ିକି ଅଫିସ ଯାଇଥାନ୍ତି । ଟମ୍ କୁହନ୍ତି, ପ୍ରତିଦିନ ଉଠିବା ପରେ ଝରକା ଖୋଲି ଦେଖନ୍ତି ପାଗ ଭଲ ଅଛି କି ନାହିଁ । ପାଗ ଭଲ ଥିଲେ ବିଳମ୍ବ ନ କରି ଗାଡ଼ିରେ ନ ଯାଇ ସଙ୍ଗେ ସଙ୍ଗେ ଉଡ଼ିଯିବା ପାଇଁ ପସନ୍ଦ କରିଥାନ୍ତି । ସେ କୁହନ୍ତି, ଉଡ଼ିକି ଯିବା ମୋର ଇଚ୍ଛା । ଏହା ତାଙ୍କ ପାଇଁ ରୋମାଞ୍ଚକର ବୋଲି ମନେ କରନ୍ତି । ଘରଠାରୁ ଟ୍ରମ ଦୈନିକ ୩୦ କିଲୋମିଟର ଉଡ଼ି କରି ଅଫିସ ଯାଇଥାନ୍ତି ।


