ଗୋଡ ଉପରେ ଗୋଡ଼ ପକାଇ ବସିଲେ ହୋଇପାରେ ଅସୁବିଧା

ଚଲାବୁଲା, ବସାଉଠା ଆଦି ଆମ ଦୈନନ୍ଦିନ ଜୀବନ ସାଧାରଣ ଅଭ୍ୟାସ ହୋଇଥିଲେ ମଧ୍ୟ ଏଥିରେ କିଛିଟା ଭୁଲ ଆମ ଶରୀରରେ ଅନେକ ରୋଗର କାରଣ ହୋଇଥାଏ । ଏହି କାରଣ ବଶତଃ ଅଧିକ ସମୟ ପର୍ଯ୍ୟନ୍ତ କୌଣସି ଏକ ଭଙ୍ଗୀରେ ବସିବା ଦ୍ୱାରା, ଅଣ୍ଟା, ଗୋଡ ପିଠି ଆଦିରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଡାକ୍ତରୀ ଅନୁସନ୍ଧାନରୁ ପ୍ରମାଣିତ ହୋଇଛି ଭୁଲ ଭଙ୍ଗୀରେ ବସିବା ଅନେକ ପ୍ରକାର ରୋଗର କାରଣ ହୋଇଥାଏ । ତେବେ ଆପଣ ଜାଣିଛନ୍ତି କି ଏକ ସାଧାରଣ ବସିବା ଭଙ୍ଗୀ ଗୋଡ ଉପରେ ଗୋଡ ପକାଇବା ଶରୀର ପ୍ରତି ହାନିକାରକ ହୋଇଥାଏ । ଆସନ୍ତୁ ଜାଣିବା ଗୋଡ ଉପରେ ଗୋଡ ପକାଇ ବସିଲେ କଣ ହୋଇଥାଏ ।

ସାଧାରଣତଃ ଅନେକ ବ୍ୟକ୍ତି ଗୋଡ ଉପରେ ଗୋଡ ପକାଇ ବସିବା ପାଇଁ ଭଲ ପାଆନ୍ତି । ଏହାକୁ ରାଜକୀୟ ଭଙ୍ଗୀ ବୋଲି କୁହାଯାଇଥାଏ । ତେବେ ଏହି ରାଜକୀୟ ଭଙ୍ଗୀ ଅନେକ ରୋଗର କାରଣ ହୋଇଥାଏ । ଏହି ଭଙ୍ଗୀ ଦ୍ୱାରା ରକ୍ତଚାପ ବୃଦ୍ଧି ହେବାର ସମ୍ଭାବନା ଅଧିକ ଥାଏ । ଏଣୁ ସବୁବେଳେ ୧୫-୨୦ ମିନିଟ ମଧ୍ୟରେ ନିଜର ବସିବା ଭଙ୍ଗୀ ପରିବର୍ତ୍ତନ କରିବା ଦରକାର । ତେଣୁ ଏହା ଉପରେ ଧ୍ୟାନ ଦିଅନ୍ତୁ । ଗୋଡ଼ ଉପରେ ଗୋଡ଼ ପକାଇ ବସିବା ଦ୍ୱାରା ପାଚନ ପ୍ରକ୍ରିୟାରେ ଅନେକ ପ୍ରକାର ଅସୁବିଧା ହୋଇଥାଏ । ଏପରି ବସିବା ଦ୍ୱାରା ଅନେକ ଶିରାପ୍ରଶିରାରେ ରକ୍ତର ପ୍ରଭାବ ହେବା ଭଳି ସମସ୍ୟା ଉପୁଜିଥାଏ । ଏଥିପାଇଁ ଅଧିକ ସମୟ ଧରି ଏପରି ଭଙ୍ଗୀରେ ବସନ୍ତୁ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ