ପତଞ୍ଜଳି ଯୋଗ ମହିଳା ସମିତି ଦ୍ୱାରା ସ୍ୱାଧୀନତା ଦିବସ ପାଳନ
ବ୍ରହ୍ମପୁର,(ଓ୍ବାଇଏନ୍ଏସ୍): ୧୫ ଅଗଷ୍ଟ ୨୦୨୦ ଶନିବାର ଦିନ ଲାଞ୍ଜିପଲ୍ଲୀ କାଞ୍ଜିଆମା ମନ୍ଦିର ପ୍ରାଙ୍ଗଣରେ ପତଞ୍ଜଳି ଯୋଗ ମହିଳା ସମିତି ଦ୍ୱାରା ୭୪ତମ ସ୍ୱାଧୀନତା ଦିବସ ପାଳନ ହୋଇଯାଇଅଛି।ସଭାନେତ୍ରୀ ଭାନୁମତି ଦୋରାଙ୍କ ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଭାରତ ସ୍ୱାଭିମାନ ଅଭିବ୍ୟକ୍ତା ପରିଷଦର ଡ଼.ଦେବରାଜ ପାଣିଗ୍ରାହୀ ଯୋଗ ଦେଇଥିଲେ।ଜାତୀୟ ସଙ୍ଗୀତ ଗାନ ପରେ ସମସ୍ତେ ଜୟ ଧ୍ବନି ସ୍ଲୋଗାନ ଦେଇଥିଲେ।ପରେ ସ୍ୱଳ୍ପ ସମୟର ଏକ ସଭା ଅନୁଷ୍ଠିତ ହୋଇଥିଲା।ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ମନେ ପକେଇବା ସହ କରୋନା ଯୋଦ୍ଧା ମାନଙ୍କୁ ସେମାନଙ୍କ କାର୍ଯ୍ୟବଳୀ ପାଇଁ ପ୍ରଶଂସା କରାଯାଇଥିଲା।୨୦୦୮ରେ ପ୍ରତିଷ୍ଠା ହେବା ପରଠାରୁ ଅନୁଷ୍ଠାନର ସମସ୍ତ କାର୍ଯ୍ୟକ୍ରମ ସୁଚାରୁ ରୂପେ ହୋଇଆସୁଅଛି।ଏହି କାର୍ଯ୍ୟକ୍ରମରେ ସହାସମ୍ପାଦକ ସୁଦୀପ ସାହୁ,ଉପସଭାପତି ସାରଦା ପାଣିଗ୍ରାହୀ,ରେଣୁକା ସାହୁ,ବି.ସରସ୍ବତୀ ପାତ୍ର,କେ.ରାଧାମ୍ମା ପାତ୍ର,ପି.କାନ୍ତମ୍ମା ପାତ୍ର,କୁନି ପାତ୍ର,ବୀଣାପାଣି ବିଦ୍ୟା ଭବନ ର ପ୍ରଧାନାଚାର୍ୟ ମମା ପାତ୍ର, ସହକାରୀ ଆଚାର୍ଯ୍ୟ ପାପୀନା ସାହୁ,ନୟନି ବେହେରା,ବିରାଜିନି ନାୟକ,ଲକ୍ଷ୍ମୀ ରେଡ୍ଡୀ,ରଶ୍ମିତା ପଟ୍ଟନାୟକ ଉପସ୍ଥିତ ଥିଲେ।ପରିଶେଷରେ ସମ୍ପାଦକ ଯୋଗାଚାର୍ୟ ସ୍ୱାମୀ ହରିଶରଣାନନ୍ଦ ମହାରାଜ ଧନ୍ୟବାଦ ଦେଇଥିଲେ।